ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରକ୍ତାକ୍ତ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର ,ହତ୍ୟା ହୋଇଥିବା ନେଇ ଥାନାରେ ଏତଲା

ପାପଡାହାଣ୍ଡି,7/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବା କତରା ଗ୍ରାମରେ ମଙ୍ଗଳବାର ରାତିରେ ରକ୍ତାକ୍ତ ଅବସ୍ଥାରେ ଜଣେ ବୃଦ୍ଧାଙ୍କୁ ଗ୍ରାମବାସୀ ଓ ପୋଲିସର ସହାୟତାରେ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉତ୍ତମ ଚିକିତ୍ସା ପାଇଁ ନେବା ସମୟରେ ବୃଦ୍ଧାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ବୃଦ୍ଧାଙ୍କୁ ହତ୍ୟା ହୋଇଥିବା ନେଇ ମଇଦଲପୁର ଥାନାରେ ଗାଦବା କତରା ଗ୍ରାମର ଉଗ୍ରସେନ ହରିଜନ ଏତଲା ଦେଇଛନ୍ତି । ଏତଲା ମୁତାବକ ଗତ ଛଅ ତାରିଖ ରାତି ଆଠଟା ସମୟରେ ଗ୍ରାମର ବରଗଛରେ ସ୍ୱାତିପଦର ଗ୍ରାମର ରୂପାଦେଇ ଯାନୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ । ସେହି ବାଟ ଦେଇ ଗ୍ରାମର ଉଗ୍ରସେନ ହରିଜନ ଯାଉଥିବା ସମୟରେ ଦେଖି ପୋଲିସ କୁ ଖବର ଦେଇଥିଲେ ।ଉଭୟ ପୋଲିସ ଓ ଗ୍ରାମର କିଛି ଲୋକଙ୍କ ସହାୟତାରେ ପୋଲିସ ଗାଡ଼ିରେ ମଇଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇଥିଲେ । ଉତ୍ତମ ଚିକିତ୍ସା ପାଇଁ ୧୦୮ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ନେବା ସମୟରେ ଵୃଦ୍ଧା ଜଣକ ଗ୍ରାମର ଶିବ ଯାନୀ ତାଙ୍କୁ ମାରିଲେ ବୋଲି ଉଗ୍ରସେନଙ୍କୁ କହିଥିଲେ ଓ କିଛି ସମୟ ପରେ ରୂପାଦେଇଙ୍କ ମୃତ୍ୟୁ ହୋଇଥିଲା । ତାଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଶବ ଗୃହରେ ରଖାଯାଇଥିଲା | ବୁଧବାର ଏନେଇ ଉଗ୍ରସେନ ମଇଦଲପୁର ଥାନାରେ ଏକ ଏତଲା ଦେଇଛନ୍ତି ।ଏନେଇ ମଇଦଲପୁର ଥାନା ଅଧିକାରୀ କେସ ନଂ 84/23ରେ ମାମଲା ରୁଜୁ ଅଧିକ ତଦନ୍ତ ଜାରି ରଖିଛନ୍ତି ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ ଜବତ

Sunil Chandra Nayak

ମୁନିଗୁଡା ପୋଲିସକୁ ମିଳିଛି ସଫଳତା,କମ୍ବଳ ବେପାର ନାଁରେ ଟାଟାଏସିରେ ଗଞ୍ଜେଇ ଭର୍ତି ଭ୍ୟାନ ଜଵତ ସହ ଦୁଇଜଣ ଗିରଫ

masiha

ସାଇବର ଠକେଇ ର ଶିକାର

Sunil Chandra Nayak

Leave a Comment

error: Content is protected !!