ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁସ୍ଥ ହେଲା ଦନ୍ତା ହାତୀ

ଢେ଼ଙ୍କାନାଳ/ହିନ୍ଦୋଳ ( ମ ସୀ ହା)୦୮/୦୬_ଗତ ୫ ତାରିଖ ରୁ ହିନ୍ଦୋଳ ଖଜୁରିଆକଟା ବନାଞ୍ଚଳ ଅନ୍ତର୍ଗତ ଗୋରିଲୋ ଗ୍ରାମ କାଜୁ ଜଙ୍ଗଲରେ ଏକ ଜଙ୍ଗଲୀ ଦନ୍ତାହାତୀ ଅସୁସ୍ଥ ହୋଇ ପଡିଥିବାରୁ ବନ ବିଭାଗ ଦ୍ଵାରା ଡାକ୍ତରୀ ଦଳ ଆସି ଚିକିତ୍ସା କରିବା ପରେ ଗତକାଲି ଅପରାହ୍ନରେ ହାତୀ ଟି ଉଠି ଚଲାବୁଲା କରିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା ଭାବି ସମସ୍ତେ ଆଶ୍ୱସ୍ତ ହୋଇଥିଲେ। ଆଜି ସକାଳେ ସାନ ହିନ୍ଦୋଳ ରାସ୍ତା କଡରେ ଥିବା ଏକ ଖାଲୁଆ ଜାଗାରେ ଏବେ ବର୍ଷା ହୋଇଥିବା ଗୋଳିଆ ମାଟିଆ ପାଣି ପିଇବା ପରେ ସେଇ ଜାଗାରେ ଟଳି ପଡିଛି। ଖବର ପାଇ ବିଭିନ୍ନ ଅଞ୍ଚଳ ମଧ୍ଯରୁ ବହୁତ ଲୋକ ଦେଖିବାକୁ ଭିଡ ଲଗାଇଛନ୍ତି।ଉପଯୁକ୍ତ ଚିକିତ୍ସା ଅଭାବରୁ ମୂଲ୍ୟବାନ ହାତୀର ଜୀବନ ଚାଲିଗଲା ବୋଲି ସାଧାରଣରେ ଅଭିଯୋଗ ହେଉଛି। ବନ ବିଭାଗ ଅଧିକାରୀ ଙ୍କ ବେପରୁଆ ମନୋଭାବ ପାଇଁ ହିନ୍ଦୋଳ ରେ ୧୭ ଜଣଙ୍କ ମୁଣ୍ଡ ଗଢ଼ିଥିବା ବେଳେ ଆଜି ହାତୀ ମୃତ୍ୟୁ ବି ସମସ୍ତଙ୍କୁ ଦୁଃଖ ଦେଇଛି। ହାତୀ ମାନଙ୍କ ସୁରକ୍ଷା ପାଇଁ ସରକାର ସ୍ଥାୟୀ ପ୍ରତିକାର କରିବା ପାଇଁ ଦୃଢ଼ ଦାବୀ ହେଉଛି।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ନାଟ୍ୟ ପଦଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଉତ୍କଳ ଗୋପାଳ ଗଉଡ ସମାଜ ଜିଲ୍ଲା ମହିଳା ସଂଗଠନର ବୈଠକ , ଗଉଡ ସମାଜର ମହିଳାଙ୍କ ବିକାଶ ଚାହୁଁ : ଜିଲ୍ଲା ସଭାନେତ୍ରୀ

Sunil Chandra Nayak

ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡା ବ୍ଲକ୍ ସ୍ତରୀୟ ସର୍ଗିଫୁଲ୍ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!