ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୧୨୫.୩୭୫ କେଜି ଗଞ୍ଜେଇ ଜବତ: ୩ ଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ

ମ.ରାମପୁର,୧୦/୬(ମସୀହା) : ମ .ରାମପୁର ଓ ନର୍ଲା ଅବକାରୀ ବିଭାଗ ଗତ ରାତି ସାଢ଼େ ୩ ଘଣ୍ଟା ସମୟରୁ ସକାଳ ୬ ଘଣ୍ଟା ମଧ୍ୟରେ ମିଳିତ ପାଟ୍ରୋଲିଂଗ କରି ମ.ରାମପୁର ଥାନା ଅଂଚଳର ପାଜିବାହାଲି ଛକ ଓ ନର୍ଲା ଥାନା ଅଂଚଳ ର ଶ୍ରୀପାଲି ଠାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦୁଇ ଗୋଟି ଗାଡ଼ିକୁ ଜବତ କରି ୩ ଜଣ ବ୍ୟକ୍ତିଙ୍କୁ ଧରିଥିଲେ l ସେମାନଙ୍କଠାରୁ ୧୨୫.୩୭୫ କେଜି ଗଞ୍ଜେଇ ଏବଂ ଗୋଟିଏ ଧଳା ରଙ୍ଗର ଟୋୟଟା ଇନୋଭା ଗାଡ଼ି ( ସିଜି ୦୪ ଜେସି ୦୭୮୬ ଓ ଗୋଟିଏ ହିରୋ ହୋଣ୍ଡା ପାସନ୍ ଗାଡ଼ି ( ଓଆର୍ ୦୮ଡି ୮୩୪୯ ) ଜବତ କରାଯାଇଥିଲା l ଜବତ ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ୨୮.୪ ଲକ୍ଷ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଏହି ଗଞ୍ଜେଇ କଳାହାଣ୍ଡି ଜିଲ୍ଲା ମୋହନଗିରି ଅଞ୍ଚଳରୁ ଛତିଶଗଡ଼ ରାଜ୍ୟର ଦୁର୍ଗ କୁ ଯାଉଥିଲା l ଏହି ମାମଲାରେ ମାଣିକେରା ପଂଚାୟତ ସୁଲେସୁରୁ ଗାଁ ର ଦୁଇଜଣ ବ୍ୟକ୍ତି ଟଙ୍କଧର ପାତ୍ର (୩୮) ଓ ବିମଲ୍ ଭୋଇ (୩୦) ଏବଂ ଗାଡ଼ି ଚାଳକ ଛତିଶଗଡ଼ ରାଜ୍ୟ ଦୁର୍ଗ ଜିଲ୍ଲା ହସଦା ର ନରେଶ କୁମାର ନେତମ୍ (୨୯)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି l ଏନେଇ ମ.ରାମପୁର ଅବକାରୀ ବିଭାଗ ରେ କେଶ ନଂ.୫୬/୨୦୨୩-୨୪ ଏବଂ ନର୍ଲା ଅବକାରୀ ବିଭାଗର କେଶ ନଂ.୫୯/୨୦୨୩-୨୪ ରେ କେଶ ରୁଜୁ ହୋଇଛି l ଏହି ଚଢ଼ାଉରେ ଭବାନୀପାଟଣା ସଦର ର ଅବକାରୀ ଇନ୍ସପେକ୍ଟର ସୁଶାନ୍ତ ପ୍ରଧାନ, ମ.ରାମପୁର ଅବକାରୀ ବିଭାଗର ଇନ୍ସପେକ୍ଟର ଦେବାଶିଷ ସିରଦର ଏବଂ ଅନ୍ୟ କର୍ମଚାରୀ ଓ ନର୍ଲା ଅବକାରୀ ବିଭାଗର ଇନ୍ସପେକ୍ଟର ପ୍ରଶାନ୍ତି ସ୍ୱାଇଁ ଏବଂ ଅନ୍ୟ କର୍ମଚାରୀ ପ୍ରମୁଖ ସାମିଲ ରହିଥିଲେ l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

Sunil Chandra Nayak

ଅର୍ଥ ଲଗାଣକାରୀ ସଂସ୍ଥା ଜନସନ ଏଣ୍ଡ ଜନସନ ଫେରାର। କମ ଅର୍ଥ ବିନିଯୋଗ କରି ପ୍ରଚୁର ଲାଭ ପାଇବା ଆଶା ମଉଳିଲା

Sunil Chandra Nayak

ତାଲା ଭାଙ୍ଗି ଘରେ ପଶି ଲୁଟ୍‌: ଟଙ୍କା ଓ ସୁନା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ । ୧୦ ତୋଳା ସୁନା ସହ ରୂପା ଅଳଙ୍କାର ଓ ୫୦ ହଜାର ନଗଦ ଲୁଟ୍‌ 

Sunil Chandra Nayak

Leave a Comment

error: Content is protected !!