ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଜଙ୍ଗଲ ଯୋଜନା ତରଫରୁ ଛତୁଚାଷ ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ 

ରୁପ୍ରା, ୧୦/୬ (ମନିସ) : ନର୍ଲାବ୍ଲକ୍ ଅଧିନ ପଲମ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆମ ଜଙ୍ଗଲ ଯୋଜନା ତରଫରୁ ଛତୁ ଚାଷ ସମ୍ବନ୍ଧରେ ଆଜି ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କେସିଙ୍ଗା ବନାଞ୍ଚଳ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ପଲମ ଓ ମହଗାଁ ବନ ସୁରକ୍ଷା ସମିତି ଅଧିନସ୍ତ ୫୨ ଜଣ ବେରୋଜଗାର ଯୁବକ ଯୁବତୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରଥମ ପର୍ଯ୍ୟାୟରେ କେସିଙ୍ଗା ବାନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଦୀନବନ୍ଧୁ ମେହେର ମୁଖ୍ୟ ଅତିଥି ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଯୁବରାଜ ଜାନି ଓ ପଲମ ସିଆରସିସି ଶ୍ରୀ ବିପ୍ର ବଗର୍ତ୍ତି ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ । ତାଲିମ ଦାତା ଭାବରେ ଶ୍ରୀ ଜଗଦୀଶ କିସାନ ଓ ଶ୍ରୀ ଅଭିନାସ ପଧାନ ଯୋଗଦାନ କରି ଛତୁଚାଷ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟିକୁ ମିଳିତ ଭାବରେ ଆମ ଜଙ୍ଗଲ ଯୋଜନା ଦଳପତି ଶ୍ରୀ ହେମନ୍ତ ସାହୁ ଏବଂ ଜିଲ୍ଲା ଦକ୍ଷତା ବିକାଶ ସଂଯୋଜକ ଶ୍ରୀ ରିକିରାମ ପଟେଲ ପରିଚାଳନା କରିଥିଲେ । ଆମ ଜଙ୍ଗଲ ଯୋଜନାର ବିକାଶ ଅଧିକାରୀ ଶ୍ରୀ ଧିରୋଜ୍ ଦାଶ ଓ ଶ୍ରୀ ଇନ୍ଦ୍ରମଣି ମାଝୀ ପ୍ରମୁଖ ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଆନ୍ତ ଜିଲ୍ଲା ୧୬ ବର୍ଷରୁ କମ କ୍ରିକେଟ ଖେଳାଳିଙ୍କ କଟକ ଗସ୍ତ 

Sunil Chandra Nayak

ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଭଵ୍ୟ କଳସ ଯାତ୍ରା 

masiha

ରାୟଗଡ ଜିଲ୍ଲାର 4ଟି ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଶିଳାନ୍ୟାସ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!