ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ କୁ ଫେରିଲା ପୁଣି ଜଣେ ଦାଦନ ଶ୍ରମିକଙ୍କ ଶବ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

କୋକସରା,୧୦/୬- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକକୁ ପ୍ରତି ମାସେ ଦୁଇମାସ ଅନ୍ତରାଲରେ ରାଜ୍ୟ ବାହାରୁ ଫେରୁଛି ଦାଦନ ଶ୍ରମିକଙ୍କ ଶବ। ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଜିର ଘଟଣା ସହ ୫ ଜଣ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରି ସାରିଛି। ଶନିବାର ପୁଣି କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ନୂଆଗାଁର ବାସୁ ମାଝୀଙ୍କ ଭେଣ୍ଡିଆ ପୁଅ ଚରଣ ମାଝୀ (୨୦) ଗତ ଦେଢ଼ ମାସ ତଳେ ପରିବାର ପ୍ରତିପୋଷଣ ପାଇଁ ହାଇଦ୍ରାବାଦ ରାଜ୍ୟ ସିକନ୍ଦରାବାଦର କୌଣସି ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ। ହେଲେ ଶୁକ୍ରବାର ସନ୍ଧ୍ୟାରେ ଚରଣର ଛାତିରେ ଯନ୍ତ୍ରଣା ହୋଇ ସ୍ଵାସ୍ଥ୍ୟବସ୍ଥା ଅସୁସ୍ଥ ପରେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ସାଥି ଶ୍ରମିକ ମାନେ ଭର୍ତ୍ତି କରିଥିଲେ ହେଲେ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ସାଥି ଶ୍ରମିକ ମାନେ ଚରଣ ମାଝୀର ପରିବାରକୁ ଫୋନ କରି ଖବର ଦେଇଥିଲେ। ପରିବାର ପକ୍ଷରୁ କମ୍ପାନୀ ମାଲିକଙ୍କୁ ହାରି ଗୁହାରି କରିବା ପରେ କାମ କରୁଥିବା କମ୍ପାନୀର ମାଲିକ ଏକ ଆମ୍ବୁଲାନ୍ସରେ ମୃତଦେହକୁ ଯୁବକଙ୍କ ନିଜ ଗାଁ କୁ ପଠାଇଥିବା ବେଳେ ଶନିବାର ରାତି ୮ ଟା ରେ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ପହଞ୍ଚିବା ପରେ ଗାଁ ଦାଣ୍ଡ ରେ କାନ୍ଦ ବୋବାଳି ସହ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ପରେ ଗାଁ ମଶାଣିରେ ଶେଷକୃତ୍ୟ ଶେଷ ହୋଇଛି। ରୋଜଗାରିଆ ଭେଣ୍ଡିଆ ପୁଅର ଅକାଳ ମୃତ୍ୟୁରେ ପରିବାର ଭାଙ୍ଗି ପଡିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଝାରଫଟାମୁଣ୍ଡା କର୍ଲାପଟିଆପଡା ବିଲ ହିଡ ହିଁ ପଡାବାସୀ ଙ୍କ ସାହା ଭରଷା 

masiha

ପାନୀୟ ଜଳ ପାଇଁ ହା ହା କାର  ୫ ବର୍ଷ ରୁ ଅଧିକ ହେବ ବସୁଧା ଯୋଜନା ଅଧା ପନ୍ତରିଆ

masiha

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

Sunil Chandra Nayak

Leave a Comment

error: Content is protected !!