ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସହଦେଵ ମେମୋରିଆଲ ଗ୍ରାମ୍ୟ ସ୍ଥରୀୟ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଜୁନାଗଡ଼,୧୧/୬(ନି.ପ୍ର)ଜୁନାଗଡ଼ ଚଞ୍ଚରାଭାଡ଼ି ଚର୍ଚ୍ଚ ଖେଳାପଡ଼ିଆ ଠାରେ ଅନୁଷ୍ଠିତ ଗ୍ରାମ୍ୟ ସ୍ଥରୀୟ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ କୁରୁଗୁଡା ଚାମ୍ପିଅନ ହୋଇ ଥିବା ବେଳେ ବାଗଡଙ୍ଗରି ରନର୍ସଅପ ହୋଇ ପୁରସ୍କୃତ ହୋଇ ଥିବା ଜଣା ଯାଇଛି। ଫାଇନାଲ ମ୍ୟାଚରେ ବାଗଡଙ୍ଗରି ଦଳ ୧୧ ଓଭରରେ ସମସ୍ତ ଉଇକେଟ ହରାଇ ୯୬ ରନ କରିଥିବାବେଳେ କୁରୁଗୁଡା ୧୧ ଓଭରରେ ୪ଉଇକେଟ ହରାଇ ୯୭ ରନ କରି ଚାମ୍ପିଅନ ହୋଇଥିଲା।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମେରିଆବନ୍ଧଲି ସରପଞ୍ଚ ଗୀତାଞ୍ଜଳି ଚନ୍ଦନ, ମୁଖ୍ୟବକ୍ତା ପ୍ରେମାନନ୍ଦ ଘି,ପ୍ରମୁଖ ରହି ବିଜେତାଙ୍କୁ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମରେ ସ୍ୱୟଂ ଚନ୍ଦନ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଚମ୍ପେଲ ବାଗ ଉପେନ୍ଦ୍ର ଚନ୍ଦନ, କୃତିବସ ନାଏକ, ଦେବରାଜ ଚନ୍ଦନ, ନରୋତ୍ତମ ଚନ୍ଦନ, ଉଦ୍ଧବ ଚନ୍ଦନ,ଗଣପତି ଚନ୍ଦନ, ବେଡ଼ବର ଚନ୍ଦନ ବଂଶୀ ପୁଝାରୀ ପ୍ରମୁଖ ସହଯୋଗ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କିଟ୍ ପ୍ରଦାନ

Sunil Chandra Nayak

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜୁନାଗଡ଼ କୁ ହରାଇ ବରଗଡ ଫାଇନାଲ ରେ …

masiha

Leave a Comment

error: Content is protected !!