ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋଧଣୀ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ     

 କାମାକ୍ଷାନଗର (ମନିସ )11/6/23// ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଲୋଧଣୀ ରଘୁନାଥ ଜୀଉ ଉଚ୍ଚବିଦ୍ୟାପୀଠର ଚଳିତ ବର୍ଷ ସୁବର୍ଣ୍ଣଜୟନ୍ତୀ ଉତ୍ସବ ପାଳନ ହେବ l ସେଥିପାଇଁ ଆଜି ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା l ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ ସୈନିକ ପଙ୍କଜ ଲୋଚନ ଆୟଚ ମଞ୍ଚ ପରିଚାଳନା କରିଥିଲେ l ଏହି ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ସାହୁ, ରମେଶ ଚନ୍ଦ୍ର ସାହୁ, ଦୀନବନ୍ଧୁ ବିଶ୍ୱାଳ, କନ୍ଦରସିଂହl ଗୋପୀନାଥ ଜୀଉ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ତଥା ଏ ବିଦ୍ୟାଳୟ ର ଛାତ୍ର ତ୍ରିନାଥ ବିଶ୍ୱାଳ, ମହାବୀରୋଡ଼ ଯୁକ୍ତ ଦୁଇ କଲେଜ ଅଧକ୍ଷ ତଥା ପୁରାତନ ଛାତ୍ର ଧର୍ମାନନ୍ଦ ସାହୁ,ସ୍କୁଲର ଚେୟାରମ୍ୟାନ ବିରଞ୍ଚିନାରାୟଣ ବିଶ୍ୱାଳ, ଯୁଧିଷ୍ଠିର ପ୍ରଧାନ ଅତିଥି ଭାବେ ଯୋଗ ଦେଇ ନିଜ ନିଜ ର ବକ୍ତବ୍ୟ ରଖିଥିଲେ l ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଧୂମଧାମରେ ପାଳନ କରିବା ପାଇଁ 1973 ମସିହା ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ସମସ୍ତ ବ୍ୟାଚର ଦୁଇଜଣ ଲେଖାଏଁ କୋଡିନେଟର ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ ପାଇଁ ପ୍ରସ୍ତାବ ରହିଥିଲା l ଏହି ଅବସରରେ ସ୍ମରଣିକା ଉନ୍ମୋଚିତ ହେବାସହ ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଲୋଧଣୀ, କନ୍ଦରସିଂହl, ପାଟରପଦା ତିନି ପଞ୍ଚାୟତର ସର୍ବପୁରାତନ ହାଇସ୍କୁଲ ହୋଇଥିବା ବେଳେ ଏ ସ୍କୁଲ ରୁ ପ୍ରାୟ 5ହଜାର ଛାତ୍ର ଛାତ୍ରୀ ଅଧୟନ କରି ଆଜି ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କାମରେ ନିୟୋଜିତ ହୋଇପାରିଛନ୍ତି l ଚଳିତ ମାସ 25 ତାରିଖ ଦିନ ପ୍ରତି ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ଦ୍ୱତୀୟ ବୈଠକ ଅନୁଷ୍ଠିତ ହେବ l ଏହି ବୈଠକରେ ଅଧିକ ରୁ ଅଧିକ ପୁରାତନ ଛାତ୍ର ଯୋଗ ଦେଲେ ସେଦିନ ସମସ୍ତଙ୍କୁ ଦାଇତ୍ୱ ପ୍ରଦାନ କରାଯିବାକୁ ଆଜିର ବୈଠକରେ ନିଷ୍ପତି ହୋଇଛି l ଶେଷ ରେ ପୁରାତନ ଛାତ୍ର ତଥା ଅଧ୍ୟାପକ ସମୀର ମୁକୁଟ ଧନ୍ୟବାଦ ଅର୍ପଣ କରିଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ଜୁନିୟର ରେଡ କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ତାଲିମ୍ ଶିବିର

Sunil Chandra Nayak

ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି 

masiha

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମଜୟନ୍ତୀ ଉପଲକ୍ଷେ ରାଜନଗର ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅନୁଷ୍ଠିତ       

Sunil Chandra Nayak

Leave a Comment

error: Content is protected !!