ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିପଲପଦର ମହାଲକ୍ଷ୍ମୀ କ୍ରିକେଟ କ୍ଲବରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ନର୍ଲା (ମପ୍ର) କମର୍ଦ୍ଧା ପଂଚାୟତ ନିକଟସ୍ଥ ପିପଲପଡା ଖେଳ ପଡ଼ିଆରେ ପିପଲପଦର ମହାଲକ୍ଷ୍ମୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି। ଏହି ଖେଳରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ଖେଳ ବିଶ୍ୱନାଥପୁର ହୀରାନିଲା ଡିଗ୍ରୀ କଲେଜ ଓ ନାରାୟଣ ଇଲେଭେନ ଷ୍ଟାର, କିଲବେଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନାରାୟଣ ଇଲେଭେନ ଷ୍ଟାର କିଲବେଡା ଟସର ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୧୨୯ ରନ୍ ସଂଗ୍ରହ କରିଥିଲା। ଏହା ବିପକ୍ଷରେ ବିଶ୍ୱନାଥପୁର ହୀରାନିଲା ଡିଗ୍ରୀ କଲେଜ ୧୦ ଓଭରରେ ୮୭ରନ କରି ଅଲ୍ ଆଉଟ୍ ହୋଇଥିଲା। ଯାହା ଫଳରେ ନାରାୟଣ ଇଲେଭେନ ଷ୍ଟାର କିଲବେଡା ବିଜୟୀ ହୋଇଥିଲା। ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ସ୍ଵାମୀ ହରିଶଙ୍କର ପାତ୍ର ଯୋଗଦେଇ ଥିବା ବେଳେ ହରିଶ୍ଚନ୍ଦ୍ର ବୁଦ୍ଧିଆ,ବଳରାମ ମିଶ୍ର,ଦିବାଙ୍କର ପାତ୍ର,ଅଭି ଧାରୁଆ, ସମିତି ସଭ୍ୟା ଶଶିଲତା ମାଝୀ, ତହସିଲ ସାହୁ, ସାମ୍ବାଦିକ ଦୀପକ କୁମାର ଠାକୁର, ତ୍ରିଲୋଚନ ଗଉଡ ପ୍ରମୁଖ ଉପସ୍ଥିତ ଥିଲେ। ଚମ୍ପିୟାନ ଦଳକୁ ମୁଖ୍ୟ ଅତିଥି ଶ୍ରୀ ପାତ୍ର ଟ୍ରଫି ସହ ଦଶ ହଜାର ଟଙ୍କା ଓ ପରାଜୟ ଦଳକୁ ଟ୍ରଫି ସହ ୬ ହଜାର ଟଙ୍କା ପ୍ରଦାନ କରିଥିଲେ। ଫାଇନାଲ ଖେଳକୁ ସୁଧିର ବେରୁକ,ଅମର ବୁଦ୍ଧିଆ ପରିଚାଳନା କରିଥିଲେ। ସ୍କୋରର ଭାବେ ବିପିନ୍ ପାତ୍ର ଓ ଖେଳ ଧାରାବିବରଣୀ ଜନ୍ମେଜୟ ମିଶ୍ର ପ୍ରଦାନ କରିଥିଲେ। କ୍ଲବର ସଭାପତି କରୁଣାକର ସାହୁ, ଦଶରଥ ମାଝୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ନର୍ଲା ବ୍ଲକ୍ ଅଧିନ ଡ୍ରାଇଭର ମହାସଂଘ ପକ୍ଷରୁ ଏଡମିନ୍ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ

ମୁକ୍ତ ବିଚାର ମଞ୍ଚର ଆଲୋଚନା ଚକ୍ର

ଡି ସି ସି ପ୍ଲେ ସ୍କୁଲ ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!