ରାଉରକେଲା/ଗତ ଜୁନ୍ ୨ ତାରିଖ ଦିନ ବାଲେଶ୍ୱର ନିକଟସ୍ଥ ବାହାନଗା ଷ୍ଟେସନ ନିକଟରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଯେଉଁଥିରେ କରମଣ୍ଡଳ ସୁପର ଫାଷ୍ଟ ଏବଂ ଯସବନ୍ତପୁର ହାଓଡ଼ା ସୁପର ଫାଷ୍ଟ ଏକ୍ସପ୍ରେସ ସହିତ ଧକ୍କା ହୋଇଥିଲା, ଯାହାର ଫଳ ସ୍ୱରୂପ ସରକାରୀ ହିସାବରେ ୨୮୮ ଜଣ ଉଭୟ ଟ୍ରେନରେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କଥା ରେଳ ବିଭାଗ ଓ ସରକାର କହୁଥିବା ବେଳେ ୧ହଜର ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ। ମୃତାହତ ଙ୍କ ସଂଖ୍ୟା ସରକାର ଦେଇଥିଲେ ମଧ୍ୟ ବର୍ତ୍ତମାନ ଅନେକ ଯାତ୍ରୀ ନିଖୋଜ ହୋଇଥିବା ର ଅଭିଯୋଗ ଆଣୁଛନ୍ତି ସେମାନଙ୍କ ପରିବାର ଓ ପଡ଼ୋଶୀ ରାଜ୍ୟ ସରକାର ମାନେ।ଅନେକ ମୃତକଙ୍କ ଏ ପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ। ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଯୋଗୁଁ ଅନେକ ପରିବାର ଛାରଖାର
ହୋଇଯାଇଛି। କୌଣସି ଦୋଷ ନ ଥାଇ ଅନେକ ପରିବାରର ଏକମାତ୍ର ରୋଜଗାରକ୍ଷମ ଭେଣ୍ଡିଆ ପୁଅ କୁ ହରାଇଛନ୍ତି ତାଙ୍କର ବୃଦ୍ଧ ବାପା ମା। ଅନେକ ଶିଶୁ ବାପା ମା ଛେଉଣ୍ଡ ହୋଇଯାଇଛନ୍ତି। ସରକାର ଓ ରେଳ ବିଭାଗ ରେଳ ଚଳାଚଳ ସ୍ବାଭାବିକ କରିଦେଲୁ ବୋଲି ନିଜ ନିଜକୁ ବାହାବା ଦେଇ ମୃତକ ପରିବାର କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ କାମ ସାରିଦେଇଛନ୍ତି। ଘଟଣାର ଉତ୍ତର ଦାୟିତ୍ଵ ନେବାକୁ ସରକାର କିମ୍ବା ରେଳ ମନ୍ତ୍ରୀ ନାରାଜ ଯେତେବେଳେ ନୈତିକତା କଥା ପଚାରେ କିଏ? ସରକାର ଏହି ଘଟଣାର ର ତଦନ୍ତ ଭାର ସି ବି ଆଇ କୁ ଦେଇ ଘଟଣା କୁ ହାଲୁକା କରିବା ପାଇଁ ସମସ୍ତ ପ୍ରଚେଷ୍ଟା କରୁଛନ୍ତି। ଏହା ବିରୋଧରେ ରାଜ୍ୟର ୧୨ ଟି ବିରୋଧି ରାଜନୈତିକ ଦଳ ଆଜି ଓଡ଼ିଶାର ବିଭିନ୍ନ ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ସଂଗଠିତ କରିଛନ୍ତି। ରାଉରକେଲା ରେ ଜାତୀୟ କଂଗ୍ରେସ,ସି ପି ଆଇ,ସି ପି ଆଇ ଏମ୍,ସି ପି ଆଇ -ଏମ୍ ଏଲ୍ (ଲିବେରେସନ) ଓ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଉରକେଲା ରେଳଷ୍ଟେସନ ସମ୍ମୁଖରେ ସକାଳ ୮ ଠାରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ଗଣଧାରଣା ଦିଆଯିବା ସହ ଏ ଆର୍ ଏମ୍ ଓ ଷ୍ଟେସନ ମ୍ୟାନେଜର ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ୧୩ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। କଂଗ୍ରେସ ର ବରିଷ୍ଠ ନେତା ଗଣେଶ ପ୍ରଧାନ,ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ,ସି ପି ଆଇ ନେତା ରମେଶ ସେଠୀ,ସି ପି ଆଇ ଏମ୍ ଏଲ୍ ଲିବେରେସନ ସଂପାଦକ ନିତ୍ୟ କିଶୋର ମହାନ୍ତି, ଆମ୍ ଆଦମୀ ପାର୍ଟି ନେତା ଭରତ ବାଇ ଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଗଣଧାରଣା ରେ ଅଧ୍ୟକ୍ଷତା କରିଥିଲା ବେଳେ ସି ପି ଆଇ ଏମ୍ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି, କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ବୀରେନ ସେନାପତି,ରବି ରାୟ,ସାବିର୍ ହୁସେନ, ଜ୍ଞାନେନ୍ଦ୍ର ଦାସ,ସାବିର ହୁସେନ, ସନ୍ତୋଷ ବିଶ୍ଵାଳ, ନିରୁପମା ବଳିୟାର ସିଂହ,ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ସାଲୋମୀ ମିଞ୍ଜ, ରାଜ କିଶୋର ପ୍ରଧାନ, ହୃଦୟାନନ୍ଦ ଯାଦବ,ସି ପି ଆଇ ଜିଲ୍ଲା ସଂପାଦକ ପ୍ରଦୋଷ ମହାନ୍ତି, ସଦାନନ୍ଦ ସାହୁ,ସି ପି ଆଇ ଏମ୍ ଏଲ୍ ଲିବେରେସନ ନେତା ସୁବାଷ ଜାମୁଡାଳିଆ, ଆମ୍ ଆଦମୀ ପାର୍ଟି ନେତା ସନ୍ତୋଷ ବେହେରା ପ୍ରମୁଖ ବକ୍ତବ୍ୟ ରଖି ତୁରନ୍ତ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଙ୍କ ତତ୍ବାବଧାନରେ ଏସ ଆଇ ଟି ଗଠନ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ଇସ୍ତଫା ଦାବି କରିଥିଲେ।ଏକ ୧୩ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି ଦାବି ମଧ୍ୟରେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଓ ଜନ ସାଧାରଣଙ୍କ ବିଶ୍ଵାସ ହରାଇଥିବା ସି ବି ଆଇ ତଦନ୍ତ କୁ ମିଳିତ ବିରୋଧୀ ଦଳ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ବେଳେ ସୁପ୍ରିମକୋର୍ଟ ଙ୍କ ତତ୍ବାବଧାନରେ ଏକ ସ୍ଵତନ୍ତ୍ର ଅନୁସନ୍ଧାନକାରୀ ବିଶେଷଜ୍ଞ ଦଳ ବା ଏସ ଆଇ ଟି ଗଠନ କରି ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ର ତଦନ୍ତ କରିବା, ତଦନ୍ତ ର ନିରପେକ୍ଷତା ପାଇଁ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ଇସ୍ତଫା ପ୍ରଦାନ କରନ୍ତୁ, ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ରେଳବାଇ ରେ ଚାକିରି, ଦୁର୍ଘଟଣା ରେ ଆହତ ହୋଇ ସଂପୂର୍ଣ୍ଣ ଭିନ୍ନକ୍ଷମ/ ଅକାମୀ ହୋଇଯାଇଥିବା ପ୍ରତ୍ୟେକ ପରିବାରର ଜଣଙ୍କୁ ଚାକିରି ଓ ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ପ୍ରଦାନ ସହ ଅନ୍ୟାନ୍ୟ ଆହାତ ମାନଙ୍କୁ ମାଗଣା ଚିକିତ୍ସା ଓ କ୍ଷତିପୂରଣ ପ୍ରଦାନ କରାଯାଉ। ରେଳ ବିଭାଗର ଖାଲି ପଡ଼ିଥିବା ୩ଲକ୍ଷ ୧୨ ହଜାର ପଦବୀ ତୁରନ୍ତ ପୂରଣ କରାଯାଉ।ରେଳ ବ୍ୟବସ୍ଥା ର ସାମଗ୍ରୀକ ଭିତ୍ତିଭୂମି ର ବିକାଶ,ରେଳ ଧାରଣା ର ରକ୍ଷଣାବେକ୍ଷଣ, ରେଳବାଇ ର ଘରୋଇକରଣ ପ୍ରକ୍ରିୟା ବନ୍ଦ କରିବା,ଆସନ୍ନ ଦୁର୍ଘଟଣା ରୋକିବା ପାଇଁ ଅତ୍ୟାଧୁନିକ କାରିଗରୀ କୌଶଳ କବଚ ବ୍ୟବହାର କରିବା,ରେଳ ଯାତ୍ରାରେ ସବୁ ଯାତ୍ରୀଙ୍କ ନିରାପତ୍ତା, ପାନୀୟ ଜଳ, ସଫେଇ ବ୍ୟବସ୍ଥା, ଖାଦ୍ୟ ସାମଗ୍ରୀର ଗଣ ବୃଦ୍ଧି,ଲୋକ ରନିଙ୍ଗ ଷ୍ଟାଫ୍,ଗାର୍ଡ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପଦବୀ ପୂରଣ କରିବା ପ୍ରଭୃତି ଦାବି ଉପସ୍ଥାପନ କରାଯାଇଛି। ଏହି ଗଣଧାରଣା କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା କୈଳାସ ସାହୁ, ବିସ୍ମୟ ଦାସ, ଭାସ୍କର ଖିଲାର, ପ୍ରଦ୍ୟୁମ୍ନ ଷଡ଼ଙ୍ଗୀ, ପ୍ରଦୀପ ବେହେରା ଗୀତା ସିଂ,ବିଜୟ ଆପଟ,ସି ପି ଆଇ ଏମ୍ ନେତା ବି ପି ମହାପାତ୍ର, ପ୍ରଭାତ ପଣ୍ଡା, ଆନନ୍ଦମାସି ମାସି ହରୋ,ଅଜୟ ଶର୍ମା, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଯଯାତି କେଶରୀ ସାହୁ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି,କବି ପ୍ରଧାନ, ସୁରେଶ ମୁଦାଲି,ବାଦଲ ବାରିକ୍, ସୁରେନ୍ଦ୍ର ମହାନ୍ତି, ଅରୁଣ ମହାରଣା, ଦିବାକର ମହାରଣା, ଅନାଦି ସାହୁ,ସି ପି ଆଇ ନେତା ପଞ୍ଚାନନ ସୁନା,ଦସ୍ରୁ କିଶାନ, ସବ୍ୟସାଚୀ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ


