ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପାପଡାହାଣ୍ଡି,12/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ସଭାଗୃହ ଠାରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡଃ କମଳଲୋଚନ ମିଶ୍ର ଯୋଗଦେଇ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ | ସର୍ବମୋଟ 49ଟି ଶୁଣାଣୀ ମଧ୍ୟରୁ ବ୍ୟକ୍ତିଗତ 37 ଏବଂ ଦଳଗତ 12ଟିର ଅଭିଯୋଗ ଶୁଣାଣୀ କରାଯାଇଥିଲା । 09 ଟି ଜନଶୁଣାଣୀର ସଙ୍ଗେ ସଙ୍ଗେ ସମାଧାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ,ବ୍ଳକ ଅଧକ୍ଷା ହେମଲତା ମାଝୀ, ଉପାଧ୍ୟକ୍ଷ ସୁଶାନ୍ତ ବେହେରା ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଜନଶୁଣାଣୀ ବେଳେ ଉପସ୍ଥିତ ଥିଲେ । ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କ ଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଦ୍ୱାରା ଦିବ୍ୟାଙ୍ଗ ମାନଙ୍କୁ 29ଟି ପେନସନ ବଣ୍ଟନ କରାଯାଇଥିଲା। ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ସଂସ୍ଥାର ଜାତୀୟ କର୍ମଶାଳା ଅନୁଷ୍ଠିତ

masiha

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟର ସ୍ବର୍ଗତ ସଦାନନ୍ଦ ତ୍ରିପାଠୀଙ୍କ ବିୟୋଗରେ ଶୋକ ସଭା

Sunil Chandra Nayak

ୟୁନିଟେକ ଏବଂ ୱାଇ.ଏମ.ଏଫ.ଆଇ ପକ୍ଷରୁ ଏକାଡେମିକ ଏକ୍ସିଲେନ୍ସ ଆୱାର୍ଡ -୨୦୨୬ ଆୟୋଜିତ

Leave a Comment

error: Content is protected !!