ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପାପଡାହାଣ୍ଡି,12/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ସଭାଗୃହ ଠାରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡଃ କମଳଲୋଚନ ମିଶ୍ର ଯୋଗଦେଇ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ | ସର୍ବମୋଟ 49ଟି ଶୁଣାଣୀ ମଧ୍ୟରୁ ବ୍ୟକ୍ତିଗତ 37 ଏବଂ ଦଳଗତ 12ଟିର ଅଭିଯୋଗ ଶୁଣାଣୀ କରାଯାଇଥିଲା । 09 ଟି ଜନଶୁଣାଣୀର ସଙ୍ଗେ ସଙ୍ଗେ ସମାଧାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ,ବ୍ଳକ ଅଧକ୍ଷା ହେମଲତା ମାଝୀ, ଉପାଧ୍ୟକ୍ଷ ସୁଶାନ୍ତ ବେହେରା ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଜନଶୁଣାଣୀ ବେଳେ ଉପସ୍ଥିତ ଥିଲେ । ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କ ଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଦ୍ୱାରା ଦିବ୍ୟାଙ୍ଗ ମାନଙ୍କୁ 29ଟି ପେନସନ ବଣ୍ଟନ କରାଯାଇଥିଲା। ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ରେ ପଞ୍ଚାୟତିରାଜ ଦିବସ ପାଳିତ

masiha

ସ୍ୱାମୀ ମୃତ୍ୟୁର ୧୨ବର୍ଷ ପରେ ବି ବିଧବା ଭତା ଓ ବିକଳାଙ୍ଗ ଭତାରୁ ବଞ୍ଚିତ

Sunil Chandra Nayak

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା

masiha

Leave a Comment

error: Content is protected !!