ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଦାବି ନେଇ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଲିଖିତ ଦାବିପତ୍ର ପ୍ରଦାନ 

 ମୟୂରଭଞ୍ଜ -୧୨/୬ (ମସିହା) ଓଡ଼ିଶାର ସର୍ବବୃହତ୍ତମ ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ବାମନଘାଟୀ ଉପଖଣ୍ଡ, ରାଇରଙ୍ଗପୁର ଶିକ୍ଷା, ସ୍ବାସ୍ଥ୍ୟ,ଗମନାଗମନ,ବିଜୁଳି,ପାନୀୟ ଜଳ ,ରେଳ,ସବୁଥିରେ ପଛୁଆ ।ଏହା ୭ଟି ବ୍ଳକ ଏବଂ ଗୋଟିଏ ମ୍ୟୁନିସିପାଲଟି ନେଇ ଗଠିତ । ଶତକଡା ୬୫ ଭାଗରୁ ଉର୍ଦ୍ଧ୍ବ ଆଦିବାସୀ ଶ୍ରେଣୀର ଥିବା ବେଳେ ୨୫ ଭାଗ ପଛୁଆ ବର୍ଗ ।ନଦୀ,ନାଳ,ଜଙ୍ଗଲ, ପର୍ବତ,ଘାଟୀ ଏହା ଚାରିପଟକୁ ଘେରି ରହିଛି ।ଜିଲ୍ଲା ସଦର‌ମହକୁମା ବାରିପଦାରୁ ସିମାନ୍ତ ତିରିଂ ୧୨୦ କିମି ରୁ ଉର୍ଦ୍ଧ୍ବ ।ଚାରିପଟେ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଘେରି ରହିଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅମଳରେ ୧୩ ରୁ ୩୦ ଜିଲ୍ଲା ଗଠନ ସମୟରେ କୌଣସି ନା କୌଣସି କାରଣରୁ ରାଇରଙ୍ଗପୁର ଜିଲ୍ଲା ବାଦ ପଡି ଯାଇଥିଲା । ଯାହାକୁ ନେଇ ବିଜୁ ପଟ୍ଟନାୟକ ଅବଶୋଷ କରିଥିଲେ । ସେବେଠାରୁ ବାମନଘାଟୀ ଉପଖଣ୍ଡ ବାସୀ ସରକାରଙ୍କ ନୂତନ ଜିଲ୍ଲା ଘୋଷଣାକୁ ଚାତକ ପରି ଚାହିଁ ରହିଛନ୍ତି । ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ନେଇ କିଛି ବର୍ଷ ହେଲା ବାମନଘାଟୀ ଉପଖଣ୍ଡରେ ରାଇରଙ୍ଗପୁର ଜିଲ୍ଲା ଆନ୍ଦୋଳନ ଜୋରଦାର ଜାରି ରହିଛି ।ତଦସହ ଏହି ବିଷୟରେ ମୁଖ୍ୟମନ୍ତ୍ରୀ,,୫ ଟି ସଚିବ, ମହାମହିମ ରାଷ୍ଟ୍ରପତିଙ୍କୁ ଜିଲ୍ଲା ପାଇଁ ଲିଖିତ ଦାବିପତ୍ର ପତ୍ର ପ୍ରଦାନ କରାଯାଇଛି ।ଆନ୍ଦୋଳନକୁ ତିବ୍ରତର କରିବା ପାଇଁ କମିଟି ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଘୋଷଣା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯାଉଛି ।ଆଜି ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ନୂତନ ଜିଲ୍ଲା ଦାବିରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି, ପୂର୍ବତନ ବିଧାୟକ ଶ୍ୟାମ ସୁନ୍ଦ ର‌ ହାଁସଦା,ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି, ସାମାଜିକ କର୍ମୀ ପ୍ରମୁଖ ସାମିଲ ହୋଇଥିଲେ । ଜିଲ୍ଲାପାଳ ଏହାକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇବା ପାଇଁ କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବଲାଙ୍ଗିର ଜିଲ୍ଲା ପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ 

Sunil Chandra Nayak

ପଞ୍ଚଦଶ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ଶ୍ରେଷ୍ଠ ସିନେମା ଫୁଲ ଫୁଟି ମହକିଲା, ନିର୍ଦ୍ଦେଶକ ସୌମ୍ୟ ବଳ ଶ୍ରେଷ୍ଠ ଅଭିନେତା ବିଶ୍ୱଜିତ ଦାସ ଓ ଅଭିନେତ୍ରୀ ସଞ୍ଜନା ପତି 

masiha

Leave a Comment

error: Content is protected !!