ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର,ଆତ୍ମହତ୍ୟା ଅଭିଯୋଗ କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

କୋକସରା,୧୨/୬- ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି।ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ସୂଚନା ମତେ କୋକସରା ଥାନା ଅନ୍ତର୍ଗତ ମୋଟେର ପୋଲିସ ଫାଣ୍ଡି ଚାରବାହାଲ ପଞ୍ଚାୟତ ଘୁମରଗୁଡା ଗ୍ରାମର ଭୁବନେ ଘି ଙ୍କ ପୁଅ ଖଗେଶ୍ବର ଘି (୨୫) ରବିବାର ଅପରାହ୍ନରେ ଘରୁ ବାହାରି ଆଉ ଘରକୁ ଫେରି ନଥିଲେ। ସୋମବାର ସକାଳୁ ତାଙ୍କ ଝୁଲନ୍ତା ଶବ ତାଙ୍କ ନିଜ ଚାଷଜମି ନିକଟରେ ଥିବା ଏକ ଲଙ୍କା ଭେଲୁଆ ଗଛରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ବେଳେ ଯୁବକଙ୍କ ଗଛରେ ଓହଲୁ ଥିବା ମୃତଦେହ କିଛି ସ୍ଥାନୀୟ ଲୋକମାନେ ଦେଖି ଯୁବକଙ୍କ ପରିବାରକୁ ଖବର ଦେଇଥିଲେ। ପରେ ପରିବାର ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରି ମୋଟେର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ପରେ ପରିବାରଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ତେବେ ମୃତ୍ୟୁର ସଠିକ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଳି ମୋଟେର ଫାଣ୍ଡି ପୋଲିସ ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏନେଇ କେଶ ନମ୍ବର ୧୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ପୋଲିସ କହିଛି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

୬ ବର୍ଷ ର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ

masiha

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

କନ୍ଧମାଳ : ପୁଣି ସକ୍ରିୟ ଲାଲ୍ ବାହିନୀ, ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା

Leave a Comment

error: Content is protected !!