ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ର ବୃହତ୍ ସଫଳତା

ଭୁବନେଶ୍ୱର , ୧୩/୦୬ : ଏଫ୍ଏମ୍‌ଡି ଫିଲ୍ମ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ ବର୍ତ୍ତମାନ ୫୦ରୁ ଅଧ‌ିକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ସମ୍ମାନର ଅଧିକାରୀ ହୋଇଛି। ୧୭ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ୫୦ରୁ ଅଧିକ ପୁରସ୍କାରର ଅଧିକାରୀ ଭାବେ ମନୋନୀତ ହୋଇଛି କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ । ଏହି ଚଳଚ୍ଚିତ୍ରରେ ଓଲିଉଡ୍‌ର ଆକ୍ସନ ଷ୍ଟାର ଚନ୍ଦନ କର ମୁଖ୍ୟ ଭୂମିକାରେ ଥ‌ିବା ବେଳେ ତାଙ୍କ ସହ ଅଭିନୟ କରିଥିଲେ ନବାଗତା ନାୟିକା ନିବେଦିତା ରାଉତ। ଏହାର କାହାଣୀ ରଚନା କରିଥିଲେ ଜଣାଶୁଣା ଲେଖକ ଏବଂ କବି ଶକ୍ତି ମହାନ୍ତି । ଏହାର ଚିତ୍ରନାଟ୍ୟ ଏବଂ ସଂଳାପ ପ୍ରସ୍ତୁତ କରିଥିଲେ ଓଲିଉଡ୍‌ର ଯୁବ ନିର୍ଦ୍ଦେଶକ ରାକେଶ ସାମଲ । ଏହି କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବରେ ସାଇ ପ୍ରସାଦ । ଆଗକୁ ଏହି ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ମଧ୍ଯ ଆସିବାକୁ ଯାଉଛି।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ର ଦ୍ଵିତୀୟ ସନ୍ଧ୍ୟା ମଞ୍ଚସ୍ଥ ହେଲା ନାଟକ “ଲଙ୍ଗ୍ ମାର୍ଚ୍ଚ”

masiha

ସ୍ବସ୍ତି ଝଙ୍କାର, ରାଉରକେଲା  ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ  “ନାଟ୍ୟମ” ଅନୁଗୁଳର ନାଟକ  “ତ୍ରିଶଙ୍କୁ “ମଞ୍ଚସ୍ଥ 

masiha

ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଜୀ-ସାର୍ଥକ ପ୍ରସ୍ତୁତ ଚଳଚ୍ଚିତ୍ର “ଧୋକା” (ଦ ଗେମ୍‌ ଅଫ୍‌ ଲଭ୍‌)’ର ଅଡିଓ ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!