ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଟ ପରୀକ୍ଷା ରେ ଖାତିଗୁଡା ର ଅନନ୍ତ ସଫଳତା ପାଇଛନ୍ତି 

ତେନ୍ତୁଳିଖୁଣ୍ଟି ୧୫/୦୬/୨୩  //ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ରେ ରହୁଥିବା ଅନନ୍ତ କୁମାର ନିଟ ପରୀକ୍ଷା ରେ 720 ରୁ 672 ନମ୍ବର ରଖିଛନ୍ତି । ସେ ତୃତୀୟ ପ୍ରୟାସ ରେ ଏହି ସଫଳତା ପାଇଥିବା ଜଣା ପଡ଼ିଛି। ତାଙ୍କ ମା ଏକ ଛୋଟିଆ ଦୋକାନ କରିଥିବା ରୁ ପୁଅ କୁ କୌଣସି ନାମୀ ଦାମୀ କୋଚିଂ ସେଣ୍ଟର ରେ ଛାଡି ନିଟ ପ୍ରସ୍ତୁତି କରାଇ ପାରି ନଥିଲେ। ତଥାପି ପୁଅ ର ଲକ୍ଷ୍ୟ ଭବିଷ୍ୟତ ରେ ଡାକ୍ତର ହେବା ଓ ତାର ଅଧ୍ୟବସାୟ ଯୋଗୁଁ ସ୍ୱଳ୍ପ ଆୟ ରେ ମଧ୍ୟ ପୁଅ କୁ ଅନ ଲାଇନ କୋଚିଂ ପାଇଁ ପାରୁପର୍ଯ୍ୟନ୍ତ ଆର୍ଥିକ ସହଯୋଗ କରିଥିଲେ। ଗତ ବର୍ଷ ଭଲ ନମ୍ବର ନଥିବାରୁ କାଉଁସଲିଙ୍ଗ ରେ ଡାକ୍ତରୀ ମିଳି ନଥିଲା ,ଡେଣ୍ଟ। ଲ ମିଳିବା ସମ୍ଭାବନା ଥିବାରୁ ତୃତୀୟ ଥର ପ୍ରୟାସ କରିଥିଲେ ଅନନ୍ତ। ସେ ସରସ୍ୱତୀ ଶିଶୁ ମନ୍ଦିର ରେ ମାଟ୍ରିକ ପଢୁଥିଲେ। ତାଙ୍କ ସଫଳତା ରେ ଅଞ୍ଚଳ ବାସୀ ଖୁସି ଥିବା ସହ ଅଭିନନ୍ଦନ ର ସୁଅ ଛୁଟୁଛି ତାଙ୍କ ଘରକୁ ଓ ସାମାଜିକ ଗଣ ମାଧ୍ୟମ ରେ। ଅଧ୍ୟବସାୟ ଓ ଲକ୍ଷ୍ୟ ଏକ ହେଲେ ଅସମ୍ଭବ ମଧ୍ୟ ସାଧିତ ହୋଇ ପାରିବ ବୋଲି ଅନନ୍ତ ର ସଫଳତା ବାର୍ତ୍ତା ଦେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ : ଚାଳକ ଗୁରୁତର

Sunil Chandra Nayak

“ମ୍ୟାଲେରିଆକୁ ହରାଇବା ଆମ ହାତରେ” ଶୀର୍ଷକରେ ପାଳିତ ହେଲା ବିଶ୍ୱ ମ୍ୟାଲେରିଆ ଦିବସ 

Sunil Chandra Nayak

Leave a Comment

error: Content is protected !!