ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ୨୦୨୩ ପାଳିତ

ଚନ୍ଦାହାଣ୍ଡି:୧୪/୦୬( ମ ନି ସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ୨୦୨୩ ପାଳିତ ହୋଇ ଯାଇଛି।ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ବ୍ଲକ କଳାକାର ସଂଗଠନ ର ସଭାପତି ତଥା ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମରାଜ ମାଝୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ଶ୍ରୀ ପ୍ରକାଶଚନ୍ଦ୍ର ମାଝୀ,ମୁଖ୍ୟ ବକ୍ତା ଭାବେ ଉଠା ଜଳସେଚନର ଉପଦେଷ୍ଟା ଶ୍ରୀ ପ୍ରମୋଦକୁମାର ପାଢ଼ୀ,ସମ୍ମାନୀୟ ଅତିଥି ଭାବେ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ସଦସ୍ୟ ହର ପୂଜାରୀ ଓ ଲଛମନ ମାଝୀ,ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ,ବରିଷ୍ଟ କଳାକାର ପୁରୁଷୋତ୍ତମ ପାରୀ, ଯଦୁନାଥ ପୂଜାରୀ,ବ୍ଲକ କଳାକାର ସଂଘର ଉପସଭାପତି ଭୀମସେନ ଡଙ୍ଗରି,ବ୍ଲକ ,ପ୍ରମୁଖ ମଞ୍ଚାସିନ ଥିଲେ।ସର୍ବ ପ୍ରଥମେ ଆମନ୍ତ୍ରିତ ଅତିଥି ଓ ସମସ୍ତ କଳାକାର ବନ୍ଧୁମାନେ ପ୍ରଭୁ ଗଜାନନ ଶ୍ରୀ ଗଣେଶଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ର ଭିକ୍ଷା ମାଗିଥିଲେ।ତାପରେ ବିଭିନ୍ନ ଗ୍ରାମରୁ ଆସିଥିବା କଳାକାର ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ନାଚ ଗୀତ ମାଧ୍ୟମରେ ନିଜ ନିଜର କଳା ପ୍ରଦର୍ଶନ କରି ଉପସ୍ଥିତ ଥିବା ସମସ୍ତ କଳାକାର ବନ୍ଧୁ ମାନଙ୍କ ମନୋରଞ୍ଜନ କରିଥିଲେ।ଶେଷରେ ସମସ୍ତ ଉପସ୍ଥିତ ଥିବା କଳାକାର ମାନଙ୍କୁ ବିଡ଼ିଓ ଶ୍ରୀ ମାଝୀ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ସମସ୍ତ କଳାକାର ବନ୍ଧୁ ମାନଙ୍କୁ ଆଇ କାର୍ଡର ଗୋଟିଏ ଗୋଟିଏ ଦିଆ ଯିବ ଓ ଯେଉଁ କଳାକାର ମାନେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ସେମାନେ ଆବେଦନ କରି ପାରିବେ ଓ ମୁଖ୍ୟ ମନ୍ତ୍ରୀ କଳାକାର ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଭତ୍ତା ପାଇପାରିବେ ବୋଲି ବିଡ଼ିଓ ଶ୍ରୀ ମାଝୀ ଉପସ୍ଥିତ ସମସ୍ତ କଳାକାର ମାନଙ୍କୁ ବୁଝାଇ କହିଥିଲେ।ଏହି ଲୋକକଳା ଦିବସ ଓ ରଜ ମହୋତ୍ସବ ଯୋଗଦେଇଥିବା ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ , କବି,ନାଟ୍ୟକାର,ଦେଶିଆ ପୌରାଣିକ ନାଟକର ଲେଖକ ବୃନ୍ଦ ଯଥା ରୀମିଚନ ଚୋହୁଆନ, ହୃଷୀକେଶ ସୁନାନି, ପୀତାମ୍ବର ସୋରୀ,କମଲୁ ମନହିରା, ଲୁଦରାସ ନାୟକ, ରାଜେନ୍ଦ୍ର ଖମାରୀ,ମହେଶ୍ବର ଦାସ,ଓ ଅନେକ ମାତ୍ରାରେ କଳାକାର ମାନେ ଉପସ୍ଥିତ ରହିଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପୁନର୍ବାର ଆରବୀ ଓ ଫରାସୀ ଭାଷାରେ ଅନୁବାଦ ହେଲା ଡ଼. ନିଆଲଙ୍କ କବିତା

Sunil Chandra Nayak

କୋକସରା ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ସାବୁନଭାଡି ଏବଂ ବାଞ୍ଜିପଦର ନାଳ ଉପରେ ସୁଉଚ୍ଚ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

Leave a Comment

error: Content is protected !!