ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ – କାର ମୁହାମୁହିଁ ଧକ୍କା ଦୁଇ ଗୁରୁତର

ଡ଼ାବୁଗାଁ ୧୫/୬ (ମ.ନି.ସ.)- ଗୁରୁବାର ମଧ୍ୟାନ୍ନରେ ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ଅଧିନ ଝାଲିଆଗୁଡା ଜଙ୍ଗଲ ମଧ୍ୟରେ ଏକ ଅଟୋ ଓ କାର ମୁହାଁମୁହିଁ ଧକ୍କା ହୋଇ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯୋଗ୍ୟ:- ଡ଼ାବୁଗାଁ – ଉମରକୋଟ ରାଜ୍ୟ ରାଜପଥ-୩୯ ଉପରେ ପୂଜାରିଗୁଡ଼ା ଗ୍ରାମରୁ ଏକ ଅଟୋ ନଂ ଓଡ଼ି ୨୪ ଡି ୯୩୯୩ ଡ଼ାବୁଗାଁ ଅଭିମୁଖେ ଆସୁଥିବା ବେଳେ ଡ଼ାବୁଗାଁ ପଟୁ ଉମରକୋଟ ଅଭିମୁଖେ ଯାଉଥିବା ଏକ କାର ଡିଏଲ ୩ ସିସି ୯୨୫୦ ଝାଲିଆଗୁଡ଼ା ଜଙ୍ଗଲ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ କାର ଚାଳକ ନବରଙ୍ଗପୁର ସହର ର ମାନିକ ରଏ (୪୩) ଓ ଅଟୋ ଚାଳକ ପୁଜାରୀଗୁଡା ଗ୍ରାମ ର ପୁସ୍ତମ କଲାର (୧୯) ଆହତ ହୋଇଛନ୍ତି । କାରରେ ଥିବା ମହିଳା ଙ୍କ ଝିଅ ତେଜସ୍ଵୀନି କେନ୍ତାଳ (୪) କୌଣସି ଆଘାତ ଲାଗି ନାହିଁ | ଖବରପାଇ ଡ଼ାବୁଗାଁ ଥାନ ଏଏସଆଇ ବିଜୟ କୁମାର ସାହୁ ଓ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଉଭୟ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭାରତୀୟ ଜନତା ପାର୍ଟି ବାଲେଶ୍ଵର (ଉତ୍ତର) ଜିଲ୍ଲା କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

ଖାଦ୍ୟ ପ୍ରକ୍ରିୟା କରଣ ନିମନ୍ତେ ଆଧାରଶିଳା ରଖିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା

masiha

ଅନ୍ବେଷା ର ସାମୁହିକ ଜନ୍ମ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!