ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନଏସି ଦୋକାନ ଭଡ଼ା ବୃଦ୍ଧି ପ୍ରତିବାଦରେ ଦାବିପତ୍ର

ଜୁନାଗଡ଼/ ୫/୬(ମ ନି ସ)ଜୁନାଗଡ଼ ଏନଏସି ଦୋକାନ ଘର ଭଡା ବୃଦ୍ଧି ପ୍ରତିବାଦର ବଣିକ ସଂଘ ତରଫରୁ ନଗରପାଳ ଙ୍କୁ ଏକ ଦାବିପତ୍ର ଦିଆଯାଇଛି।ଜୁନାଗଡ଼ ଏନଏସି ଦ୍ୱାରା ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ,ହସ୍ପିଟାଲ ଛକ, ହାଇସ୍କୁଲ ଗଳି, ପୁରୁଣା ବସଷ୍ଟାଣ୍ଡ ଅଂଚଳରେ ଶତାଧିକ ଦୋକାନ ଗୃହ ରହିଛି।ଏହିସବୁ ଦୋକାନ ରେ ଅନେକ କ୍ଷୁଦ୍ର ବ୍ୟବସାୟୀ ନିଜର ଜୀବିକା ନିର୍ବାହ କରୁଛନ୍ତି।ହେଲେ ଏନଏସି ତରଫରୁ ପୂର୍ବରୁ ଥିବା ଭଡାକୁ ବୃଦ୍ଧି କରାଯାଇଛି।ଏଣୁ ଏଥିରେ ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀ ମାନେଏହାର ପ୍ରତିବାଦ କରିଛନ୍ତି।ଭଡାବୃଦ୍ଧି ପ୍ରତିବାଦ ରେବ୍ୟବସାୟୀ ମାନେ ବଣିକ ସଂଘ ସଭାପତି ତଥା ନଗରପାଳ ମୁକେଶ ଅଗ୍ରୱାଲଙ୍କୁ ଏକ ଦାବିପତ୍ର ଦେଇଛନ୍ତି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭବାନୀପାଟଣା ଠାରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ 

masiha

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଓ ପାଠଚକ୍ର ଅନୁଷ୍ଠିତ 

masiha

୩ଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷାଦାନ ! ଶ୍ରେଣୀ ଗୃହ ଅଭାବ

masiha

Leave a Comment

error: Content is protected !!