ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରିବା, ସେ ବାବଦରେ ପ୍ରସ୍ତୁତି ଓ ପରିଚାଳନା ପାଇଁ ତାଲିମ ଶିବିର ଅନୁଷ୍ଠିତ 

ରୁପ୍ରା, ୧୭/୬ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ରୁପ୍ରା ପଞ୍ଚାୟତ ଅଧିନ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରା ଠାରେ ଆଜି ସକାଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମୃତ୍ୟୁଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରିପାରିବା, ସେବାବଦରେ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ ଶିବିରରେ ଜିଲ୍ଲା ଜୁନିୟର ରେଡକ୍ରସ୍ ଅଫିସର୍ ଶ୍ରୀ ନାରାୟଣ ପଧାନ ଯୋଗଦାନ କରି ଉକ୍ତ ତାଲିମ ଶିବିରରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାର ଜିଲ୍ଲା ମୁଖ୍ୟ ପରାମର୍ଶଦାତା ତଥା ନର୍ଲାବ୍ଲକ୍ ଜୁନିୟର୍ ରେଡକ୍ରସ୍ କୋଡିନେଟର୍ ଶ୍ରୀ ସୁଦାମ ଚରଣ ମିଶ୍ର ନିଜ ବକ୍ତବ୍ୟରେ କହିଲେ ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଅନ୍ୟ କୌଣସି ବିପଦ ସମୟରେ ଆମେ କିପରି ଏହାର ମୁକାବିଲା କରିପାରିବା ତଥା ବିପଦରେ ପଡିଥିବା ଲୋକ ମାନଙ୍କୁ କିପରି ସହଯୋଗ କରିବା ସେବାବଦରେ ତାଲିମ ପ୍ରଦାନ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ବେହେରା ଛାତ୍ରଛାତ୍ରୀ ମାନଙ୍କୁ କହିଲେ, କୌଣସି ବିପର୍ଯ୍ୟୟ ଦେଖିବା ମାତ୍ରେ ନିଜେ ପ୍ରସ୍ତୁତ ରହି ଧୈର୍ଯ୍ୟର ସହ ଏହାର ମୁକାବିଲା କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ସୀତାରାମ ପଟ୍ଟନାୟକ, ସାମ୍ବାଦିକ ଶ୍ରୀ ଅଜୟ କୁମାର ସେନାପତି ଓ ସାମ୍ବାଦିକ ଶ୍ରୀ କ୍ଷମାସାଗର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଏହି କ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ କହିଲେ କୌଣସି ବିପର୍ଯ୍ୟୟ ସମ୍ପର୍କିତ ଖବର ପାଇବା ମାତ୍ରେ ନିଜେ ନିଜେ ପ୍ରସ୍ତୁତ ରହିବା ସହ କିପରି ମୁକାବିଲା କରିବେ ସେବାବଦରେ ସୂଚନା ଦେଇ କହିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି: ଜୟପାଟଣା ବ୍ଲକ ରେଙ୍ଗାଳପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ମହଖଣ୍ଡରେ ନିମ୍ନମାନର ରାସ୍ତା କାମ ଅଭିଯୋଗ

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!