ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ଚେତନାର ଅମୃତ ସ୍ୱର : ଜ୍ଞାନ ରଂଜନ ସାହୁ

କଟକ : ସେବା ଆମ ମହନତାର ପରିଚୟ ଦିଏ । ଆମ ସମୟର ଜଣେ ଯୁବ ସୁଲଭ ପ୍ରତିଭା, ଅନନ୍ୟ ଆଦର୍ଶ ଆଉ ସ୍ୱାଭିମାନର ପ୍ରତୀକ ଦକ୍ଷ ସଂଗଠକ ତଥା ଯୁବ ସମାଜସେବୀ ଜ୍ଞାନ ରଂଜନ ସାହୁ । ଛାତ୍ର ଜୀବନରୁ ଜ୍ଞାନ ରଞ୍ଜନଙ୍କର ଆରମ୍ଭ ହୋଇଛି ସେବାକାର୍ଯ୍ଯ I ତାଙ୍କର ଏହି ମହନୀୟତା ରୂପରେଖ ନେଇଛି ଏକ ଅଗ୍ରଣୀ ସାମାଜିକ ସଙ୍ଗଠନ ଓଡ଼ିଶା ସୋସାଇଟି ଫର୍ ସୋସିଆଲ ରିଫର୍ମେସନ୍(ଓଏସଏସଆର) ନାମରେ I ଏହି ସଂଗଠନ ମାଧ୍ୟମରେ ହିଁ ସେ ବିଭିନ୍ନ ସମାଜସେବା, ରକ୍ତଦାନ ଶିବିରର ଆୟୋଜନ, ଜନ ସଚେତନତା, ପରିବେଶ ସୁରକ୍ଷା ଆଦି ଅନେକ ଜନ ହିତକର କାର୍ଯ୍ୟର ମଙ୍ଗ ଧରି ଆଜି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପିତା ମହେଶ୍ବର ସାହୁ ଓ ମାତା ତିଳୋତ୍ତମା ସାହୁଙ୍କ କୋଳମଣ୍ଡନ କରି ୧୯୯୦ ମସିହାରେ ଯାଜପୁର ଜିଲ୍ଲା ଦଶରଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଜ୍ଞାନ ରଞ୍ଜନ । ଦଶରଥପୁର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ ପରେ ଜୟପୁର ଜାତୀୟ ବିଦ୍ୟାଳୟରୁ ଡିଗ୍ରୀ, ଧନେଶ୍ଵର ଇନଷ୍ଟିଚୁଟ୍ ଅଫ ମେଡିକାଲ ଟେକ୍ନୋଲୋଜିରୁ ଡିଏମଆଇଟି ମେଡିକାଲ ପାଠ୍ୟକ୍ରମ ସମାପନ କରିଥିଲେ ସେ l ପରେ ଅଧୁନା ରାଜ୍ୟର ଅଗ୍ରଣୀ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିଥିବା ଉତ୍କଳ ହସ୍ପିଟାଲ ଭୁବନେଶ୍ବରରେ ରେଡ଼ିଓଲୋଜି ବିଭାଗର ସୁପରଭାଇଜର ସହିତ ବରିଷ୍ଟ ଏମଆରଆଇ ଟେକ୍ନିସିଆନ ଭାବେ କାର୍ଯ୍ୟରତ । ଏହି ମହତ ଚିନ୍ତାଧାରା ଥିବା ବ୍ୟକ୍ତିତ୍ୱ ଜଣଙ୍କ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ହେଉଛି ସମାଜ ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରିବା ଏଥିସହ ନିଜ ପ୍ରଚେଷ୍ଟାରେ ଏବଂ ଅନ୍ୟ ସହଯୋଗୀ ବଂଧୁ ମାନକଙ୍କ ସାମୂହିକ ସହଯୋଗରେ ସମାଜ ହିତ ସାଧନା ପାଇଁ ନିରନ୍ତର ସେବା କାର୍ଯ୍ୟ କରି ଚାଲିଛନ୍ତି । ତାଙ୍କର ଏହି ମହନୀୟତାର ସ୍ୱୀକୃତି ସ୍ୱରୂପ ସେ ବହୁ ରାଜ୍ୟ ସ୍ତରୀୟ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ ଆଉ ସାଉଁଟିଛନ୍ତି ଅଜସ୍ର ପ୍ରଶଂସା । ରକ୍ତଦାନ ଶିବିର ଆୟୋଜନ ସାଙ୍ଗକୁ ଅଭାବୀ ମେଧା ବିଦ୍ୟାର୍ଥୀଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ, ଅସହାୟଙ୍କୁ ଖାଦ୍ୟ ବଣ୍ଟନ, ସ୍ବାସ୍ଥ୍ୟ ସଚେତନତା ଶିବିର ସହ ଔଷଧ ବଣ୍ଟନ ଆଦି ଅନେକ ମାନବଧର୍ମୀ କାର୍ଯ୍ୟର ସେ ଅନନ୍ୟ ସୃଜନଶୀଳ ସ୍ରଷ୍ଟା । ତାଙ୍କର ଉତ୍ତରୋତ୍ତର କାମନା କରୁଛୁ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଫାଇଲେରିଆ ନିରାକରଣ ଅଭିଯାନ – ସାମୁହିକ ଔଷଧ ସେବନର ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

Sunil Chandra Nayak

ରାଜ୍ୟ ପୋଲିସ ମହାନିର୍ଦେଶକଙ୍କ ଦ୍ଵାରା କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ କନେଷ୍ଟବଳଙ୍କୁ ପୁରସ୍କୃତ 

Sunil Chandra Nayak

ଭ୍ରାମ୍ୟମାଣ ଚାରା ବିତରଣ ରଥ ଉଦଘାଟିତ

Leave a Comment

error: Content is protected !!