ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ସାହିତ୍ୟ ଅନୁଷ୍ଠାନରେ ଗୋପବନ୍ଧୁ ତିରୋଧାନ ଦିବସ ପାଳିତ

ନର୍ଲା (ମନିସ) ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସରେ ଗୋପବନ୍ଧୁ ସାହିତ୍ୟ ଅନୁଷ୍ଠାନ ନର୍ଲା ପକ୍ଷରୁ ଉକ୍ତ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମେଦିନୀଧର ଜାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କୁମୁଦ ଚନ୍ଦ୍ର ନାଏକ, ଗଗନ ବିହାରୀ ସା, ଶ୍ରୀମତୀ ବାସନ୍ତୀ ସାହୁ, ଶିବରାମ ସାହୁ, ବେଣୁପାଣି ଗଉଡ,ଶରତ ଭୋଇ, ମଧୁସୂଦନ ରାଉତ ଯୋଗଦାନ କରି ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳୀ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ଉପସ୍ଥିତ ବକ୍ତା, କବି ଓ ଲେଖକ ମାନେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତି ଚାରଣ କରି ତାଙ୍କର ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ଆଜିର ଯୁବଗୋଷ୍ଠୀ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଅନୁଷ୍ଠାନର ସଂପାଦକ ମଧୁସୂଦନ ରାଉତ ବାର୍ତ୍ତା ଦେଇଥିଲେ। ଆଗାମୀ ଦିନରେ ଏହି ଅନୁଷ୍ଠାନର ମୁଖପତ୍ର ପ୍ରକାଶ କରିବ ବୋଲି ସଭାପତି ଶ୍ରୀ ଜାନୀ ପ୍ରକାଶ କରିଥିଲେ। ଶେଷରେ ମଧୁସୂଦନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଦୀପକ ଠାକୁର ସହ ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବନାଗ୍ନୀ ସଚେତନତା ସଭା

Sunil Chandra Nayak

୧- କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ସଫଳ , ୨- ବଡ଼କମର ବ୍ରାହ୍ମଣୀ ସେତୁ ଦୁର୍ଦଶା, ୩-ତହସିଲଦାର ଜବତ କଲେ ପାଉଁଶ ବୋଝେଇ ହାଇଭା , ୪- ପ୍ରକାଶ ପାଇଲା ବିଜ୍ଞପ୍ତି ୧୦ କଲେଜରେ ହେବ ଲଢ଼େଇ

Sunil Chandra Nayak

ଅବସର ଗ୍ରହଣ କଲେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେରୁକ

Leave a Comment

error: Content is protected !!