ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତକଙ୍କ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କାର ଚେକ୍

ବାଲେଶ୍ଵର,୧୭/୬/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋଳିହା ସେବା ସମବାୟ ସମିତି ତରଫରୁ ମୃତକଙ୍କ ପରିବାରକୁ ପ୍ରଦାନ କରାଗଲା ୫ ଲକ୍ଷ ଟଙ୍କାର ଚେକ୍ । ଉକ୍ତ ବ୍ଲକ ଝିଙ୍କିରିଆ ପଞ୍ଚାୟତ ସିଙ୍ଗିପୁର ଗ୍ରାମର ବିକ୍ଷିପ୍ତ କୁମାର ପଲାଇ ଗୋଳିହା ସେବା ସମବାୟ ସମିତିର ଜଣେ ନିୟମିତ ଚାଷୀ ଥିଲେ । ଚାଷ ପାଇଁ ପ୍ରତିବର୍ଷ ସମିତିରୁ ଋଣ ନେଇ ନିୟମିତ ଭାବେ ପରିଶୋଧ କରି ଆସୁଥିଲେ । ମାତ୍ର ବଡ଼ ଦୁଃଖର ବିଷୟ ଗତ ତା ୦୨/୬/୨୩ ରିଖ ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ଚାଷୀ ଶ୍ରୀ ପଲାଇ । ନିୟମିତ ଋଣ ପରିଶୋଧ କରୁଥିବା ଜଣେ ଚାଷୀ କୌଣସି କାରଣରୁ ମୃତ୍ୟୁ ବରଣ କଲେ ତା’ ପରିବାରରୁ ୫ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବାର ସରକାରୀ ନିୟମ ଅଛି । ସେହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଓ ବାଲେଶ୍ଵର ଭଦ୍ରକ କେନ୍ଦ୍ର ସମବାୟ ବ୍ଯାଙ୍କ, ଖଇରା ଶାଖା ପରିଚାଳକ ଯଦୁନାଥ ସ, ସମିତି ସଭାପତି ରମେଶ ଚନ୍ଦ୍ର ଘଡାଇ, ସମିତି ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ମୃତକଙ୍କ ଘରେ ପହଞ୍ଚି ମୃତକଙ୍କ ମା’ ବିନୋଦିନୀ ପଲାଇଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହି ଚେକ୍ ପ୍ରଦାନ ବେଳେ ବ୍ଯାଙ୍କ ସଭାପତି ଗଣେଶ୍ବର ମହାପାତ୍ର, ସମିତି ଉପସଭାପତି କିର୍ତ୍ତୀମୟୀ ହାତୀ, ଡିଇଓ ଶିବ ମହାନ୍ତି, ବୋର୍ଡ ମେମ୍ବର ନିରଞ୍ଜନ ପ୍ରଧାନ, ପ୍ରଶନ୍ନ ଦାସ, କେଶବ ସାମଲ, ସୁଶାନ୍ତ ଦାସ, ନୃସିଂହ ଦ୍ବିବେଦୀ, ନକୁଳ ନାୟକ, ସୁନୁଆ ଘଡାଇ, ସାବିତ୍ରୀ ବାରିକ, କ୍ଷୀରୋଦ ଘଡାଇ, ରୀନାରାଣୀ ସେଣ୍ଡ, ସନୁ ହାତୀ, ରବୀନ୍ଦ୍ର କୁମାର ମହାନ୍ତି, ଅକ୍ଷୟ କୁମାର ହାତୀ, ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ଘଡାଇ, ହରେକୃଷ୍ଣ ପାତ୍ର, କୈଳାସ ସେଣ୍ଡ, ସନ୍ତୋଷ ବେହେରା, ମନୋଜ ରାଉତ, ନରହରି ସାହୁ, ଇବ୍ରାହିମ୍ ଖାଁ, ଜୟଦେବ ଘଡାଇ, ଗୌତମ ପଲାଇ, କ୍ଷେତ୍ରମୋହନ(ସୁନିଆ) ସାହୁ, ପ୍ରଦୀପ ସାମଲ, ମାନସ ପଣ୍ଡା ଏବଂ କର୍ମଚାରୀ ସାଗର ପ୍ରଧାନ ଓ ଜଗବନ୍ଧୁ ସାହୁ । ଇଫିକୋ ଟୋକିଓ.ଏଲଟିଡି(IFFICO TOKIO.LTD) ବୀମା କମ୍ପାନୀ ଏହି ଚେକ୍ ପ୍ରଦାନ କରିଥିବାର ସମିତି ସମ୍ପାଦକ ଶ୍ରୀ ନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମେଦିନୀପୁର ସ୍କୁଲ ଛାତ୍ର ୟତନରାଜ ଜିଲ୍ଲା ଟପର

masiha

ଆର ଜି ଏଚ କୁ ଜିଲ୍ଲାର ମାନ୍ୟତା ସହ ରାଉରକେଲା ରେ ଏକ ମେଡ଼ିକାଲ କଲେଜ ସ୍ଥାପନା ଦାବିରେ ମୁଖ୍ୟମତ୍ରୀଙ୍କୁ ବିଧାୟକ ଦୁର୍ଗା ତନ୍ତୀଙ୍କ ସ୍ମାରକପତ୍ର ପ୍ରଦାନ

masiha

କୁଳିଦା ପଞ୍ଚାୟତରେ ଇଡ଼କୋର ଜମି ଅଧିଗ୍ରହଣ ଜନଶୁଣାଣି ଶିବିରକୁ ପଞ୍ଚାୟତବାସୀଙ୍କ ତୀବ୍ର ବିରୋଧ

masiha

Leave a Comment

error: Content is protected !!