ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କେସିଙ୍ଗା ସହର ର ଡକାୟତି ଘଟଣା, ଜଣେ ମହିଲା ସମେତ ୭ ଗିରଫ

ଉତ୍କେଲା,୧୮/୦୬,ସମିସ:କେସିଙ୍ଗା ସହରର ବ୍ୟବସାୟୀ ସୁବାଷ ଅଗ୍ରୱାଲଙ୍କ ଘରୁ ଗତ ୨୮ ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ କେସିଙ୍ଗା ପୁଲିସ ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏ ନେଇ କଳାହାଣ୍ଡି ପୁଲିସ ପକ୍ଷରୁ ପ୍ରେସ ଇସ୍ତାହାର ମାଧ୍ୟମରେ ସୂଚନା ଦିଆଯାଇଛି । ଘଟଣା ଦିନରୁ କେସିଙ୍ଗା ପୁଲିସ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିଥିଲା ଏବଂ ବିଶେଷକରି କେସିଙ୍ଗା ଏସଡିପିଓ ରୋହିତ ବର୍ମା ନିଜେ ତଦନ୍ତର ତଦାରଖ କରୁଥିଲେ। ବହୁ ପରିଶ୍ରମ ପରେ ପୁଲିସ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ କେସିଙ୍ଗା ଥାନା ଅନ୍ତର୍ଗତ ଗୁର୍ଜିମୁଣ୍ଡା ଗ୍ରାମର ଖିତିଶ ରଣା, ରୁକମନ ରଣା, ବିପେଶ ରଣା, କୁଣ୍ଡାବନ୍ଧ ଗ୍ରାମର ଦୈତାରି କରୁଆଁ, ବବଲୁ ଦୀପ୍ , କିକିଆ ଗ୍ରାମର ଧୋବା ଖର୍ସେଲ ଏବଂ ଏମ୍. ରାମପୁର ଥାନା ଅନ୍ତର୍ଗତ ମଦନପୁର ଗ୍ରାମର ଉର୍ମିଲା ରଣା। ଏହି ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଉର୍ମିଲା ବୋଲି କୁହାଯାଉଛି । ଉର୍ମିଲା ସୁଭାଷଙ୍କ ଘରେ ଚାକରାଣି ଭାବରେ କାମ କରୁଥିଲେ। ସେ ହିଁ ଅନ୍ୟମାନଙ୍କୁ ସୁଚନା ଦେଇଥିଲା । ଅଭିଯୁକ୍ତ କେତେଜଣ ତାର ସମ୍ପର୍କୀୟ ବୋଲି ପୁଲିସ ଜାଣିବାକୁ ପାଇଛି । ତେବେ ଡକାୟତିରେ ୬ ଲକ୍ଷ ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟ ହୋଇଥିବା ବେଳେ ପୁଲିସ ଏକଲକ୍ଷ ୧୨ ହଜାର ଟଙ୍କା ଏମାନଙ୍କ ଠାରୁ ଜବତ କରିଛି । ଅନ୍ୟ ଟଙ୍କା ଏମାନେ ଖର୍ଚ୍ଚ କରିଥାଇ ପାରନ୍ତି କିମ୍ବା କେଉଁଠି ଲୁଚାଇ ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଅଳଙ୍କାର ସମ୍ବନ୍ଧରେ ପୁଲିସ କୌଣସି ସୁରାକ ପାଇ ପାରିନାହିଁ । ଅଭିଯୁକ୍ତ ମାନେ ଡକାୟତି ସମୟରେ ବ୍ୟବହାର କରିଥିବା ମାରଣାସ୍ତ୍ର ସହିତ ୪ଟି ମୋବାଇଲ ଏବଂ ଦୁଇଟି ମଟର ସାକେଲକୁବି ପୁଲିସ ଜବତ କରିଛି । ତେବେ ଅଭିଯୁକ୍ତ ମାନଙ୍କର ଏହା ପୁର୍ବରୁ କୌଣସି ଅପରାଧିକ କର୍ଯ୍ୟରେ ସମ୍ପୃକ୍ତି ନଥିବା କୁହା ଯାଉଛି ।

ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

ବେଆଇନ କରତକଳ ଉପରେ ଚଢ଼ାଉ; ଲମ୍ବୁ ତାରିଣୀ ଗିରଫ , ୩ ମାଉଜର ସହ କାଠ-ଯନ୍ତ୍ରପାତି ଜବତ 

Sunil Chandra Nayak

ପାଞ୍ଚଦିନ ହେଲା ବୃଦ୍ଧଙ୍କ ନିଖୋଜ ଘଟଣା ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ ଗୁଣିଗାରେଡିରୁ ହତ୍ୟା ପରେ ଶବ ଗାୟବ ସନ୍ଦେହ କାଣ୍ଡାମା ଗାଁରେ ଦାନା ବାନ୍ଧୁଛି ଜନ ଅସନ୍ତୋଷ

Sunil Chandra Nayak

ରାଜନଗର ପୋଲିସ କବ୍ଜାରେ ଦୁଇ ବାଇକ୍ ଚୋର, ଦୋକାନରୁ ଵାସନ ଚୋରକୁ ଧରିବେ କେଵେ ?

Sunil Chandra Nayak

Leave a Comment

error: Content is protected !!