ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ସ୍ବଚ୍ଛ ସାରଥୀଙ୍କୁ ସମ୍ବର୍ଦ୍ଧନା

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ସ୍ବଚ୍ଛ ସାରଥୀଙ୍କୁ ସମ୍ବର୍ଦ୍ଧନା ରଜ ସଂକ୍ରାନ୍ତି କୁ ଆଖି ଆଗରେ ରଖି ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ଢ଼େଙ୍କାନାଳ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ସ୍ୱଚ୍ଛ ସାରଥୀଙ୍କୁ ଉତରୀ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଗଲା।ଢ଼େଙ୍କାନାଳ ସହରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସ୍ୱଚ୍ଛ ସାରଥୀଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ।ଘର ଘର ବୁଲି ଶୁଖିଲା ଓ ଓଦା ଅଳିଆ ସଂଗ୍ରହ କରି ସହରକୁ ପରିଷ୍କାର ରଖିବାରେ ତାଙ୍କ ଭୂମିକା ଅତୁଳନୀୟ। ପରିଶେସରେ କେକ୍ କାଟି ସଭା ସମାପ୍ତ କରାଗଲା। ଏଥିରେ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଢ଼େଙ୍କାନାଳର ବରିଷ୍ଠ ସାମ୍ବାଦିକ ରତନ ନାୟାର ଓ ସ୍ୱରୁପାରାଣି ମିଶ୍ର ଓ ପଦ୍ମାଳୟା ଦାସ। ସଭା ପରିଚାଳନା କରୁଥିଲେ ସାମାଜିକ ସାଂସ୍କୃତିକ ବିକାଶ ସଂଘର ସଦସ୍ୟା ଅନନ୍ୟା ଦାସ୍ ଓ ସୌମ୍ୟା ମିଶ୍ର।

ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ଡାବୁଗାଁ ହୋମିଓପାଥି ମେଡିକାଲ ରେ ନୂତନ ମେଡିକାଲ ଅଫିସର ଙ୍କ ଯୋଗଦାନ 

masiha

ପ୍ରଗତି କ୍ଷେତ୍ରରେ ପାରଦର୍ଶିତା ଦେଖାଇଲା ଯୁବଶକ୍ତି

Sunil Chandra Nayak

ଜିଲ୍ଲାସ୍ତରୀୟ ୮୯ତମ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ମାତୃଭାଷାର ପ୍ରଗତିରେ ଜାତିର ଉନ୍ନତି: ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର

masiha

Leave a Comment

error: Content is protected !!