ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ସ୍ବଚ୍ଛ ସାରଥୀଙ୍କୁ ସମ୍ବର୍ଦ୍ଧନା

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ସ୍ବଚ୍ଛ ସାରଥୀଙ୍କୁ ସମ୍ବର୍ଦ୍ଧନା ରଜ ସଂକ୍ରାନ୍ତି କୁ ଆଖି ଆଗରେ ରଖି ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ଢ଼େଙ୍କାନାଳ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ସ୍ୱଚ୍ଛ ସାରଥୀଙ୍କୁ ଉତରୀ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଗଲା।ଢ଼େଙ୍କାନାଳ ସହରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସ୍ୱଚ୍ଛ ସାରଥୀଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ।ଘର ଘର ବୁଲି ଶୁଖିଲା ଓ ଓଦା ଅଳିଆ ସଂଗ୍ରହ କରି ସହରକୁ ପରିଷ୍କାର ରଖିବାରେ ତାଙ୍କ ଭୂମିକା ଅତୁଳନୀୟ। ପରିଶେସରେ କେକ୍ କାଟି ସଭା ସମାପ୍ତ କରାଗଲା। ଏଥିରେ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଢ଼େଙ୍କାନାଳର ବରିଷ୍ଠ ସାମ୍ବାଦିକ ରତନ ନାୟାର ଓ ସ୍ୱରୁପାରାଣି ମିଶ୍ର ଓ ପଦ୍ମାଳୟା ଦାସ। ସଭା ପରିଚାଳନା କରୁଥିଲେ ସାମାଜିକ ସାଂସ୍କୃତିକ ବିକାଶ ସଂଘର ସଦସ୍ୟା ଅନନ୍ୟା ଦାସ୍ ଓ ସୌମ୍ୟା ମିଶ୍ର।

ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ବିଶ୍ବ ପରିବେଶ ଦିବସର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଟିପିଏନଓ ଡିଏଲ ତରଫରୁ ବୃକ୍ଷରୋପଣ

ମେଧାବୀ ଛାତ୍ର ଓମ୍ ପ୍ରକାଶ ଦେବତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା 

ନୂଆପଡା ଜିଲ୍ଲା ସଦର ମହକୁମା ଏବଂ ଖଡ଼ିଆଳ ଠାରେ ଆଜି ବିଶ୍ୱ ହକି କପ ଟ୍ରଫି କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!