ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଟେବୁଲ୍ ଟପ୍ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ

ଭବାନୀପାଟଣା ତା ୧୮.୬.୨୦୨୩:ଆଜି ସ୍ଥାନୀୟ ଜିଲ୍ଲାପାଳ ଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଟେବୁଲ୍ ଟପ୍ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ ଏବଂ ଶ୍ରୀ ତନ୍ମୟ ଦରୱାନ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାରେ ଯଦି ବାତ୍ୟା ପ୍ରଭାବରେ ବନ୍ୟା କିମ୍ବା ଅତ୍ୟଧିକ ବର୍ଷା ହୁଏ,ତେବେ ତାହାର ସଠିକ୍ ମୁକାବିଲା କିପରି କରାଯାଇପାରିବ ସେ ବିଷୟକୁ ନେଇ କୃତ୍ରିମ ଦୃଶ୍ୟପଟ ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଭୂମିକା କିପରି ସଠିକ୍ ରୂପେ ପରିପାଳନ ହୋଇପାରିବ ,ତାହାର ଅଭ୍ୟାସ କରାଗଲା। ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି,ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରବର୍ତ୍ତୀ କାଳରେ ସଂପୃକ୍ତ ଅଧିକାରୀ ଙ୍କ ଦାୟିତ୍ୱ ଓ ତ୍ୱରିତ ପଦକ୍ଷେପ ଉପରେ ଆଲୋଚନା କରାଗଲା। ବିପର୍ଯ୍ୟୟ ସମୟରେ ଯେମିତି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର, ଆଶ୍ରୟସ୍ଥଳୀରେ ରହିବା ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥା,ଖାଦ୍ୟ,ପାନୀୟ,ଶିଶୁ ଖାଦ୍ୟ,ଔଷଧ,ଆଲୋକର ବ୍ୟବସ୍ଥା, ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ,ମହିଳା ,ଶିଶୁ ,ଭିନ୍ନକ୍ଷମ ଓ ବୃଦ୍ଧ ଙ୍କ ପାଇଁ ଉଚିତ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଆକଳନ ସହ ଲୋକଙ୍କୁ ସହାୟତା ରାଶି ପ୍ରଦାନ, ସର୍ବସାଧାରଣ ସମ୍ପତ୍ତିର ପୁନଃ ନିର୍ମାଣ,ସରକାରଙ୍କୁ ରିପୋର୍ଟ ପ୍ରଦାନ ଉପରେ ଗୁରୁତ୍ବ ଦିଆଗଲା।ଏହି ଟେବୁଲ୍ ଟପ୍ ଅଭ୍ୟାସ ରେ ଜିଲ୍ଲା ବିପର୍ଯ୍ୟୟ ପରାମର୍ଶ ଦାତା ପ୍ରଦୋଷ ରଞ୍ଜନ ଜେନା , ରାଜ୍ୟ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ନିରୀକ୍ଷକ ଡ ରାଜେଶ କୁମାର ଠାକୁର ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ବିଶେଷ ପରାମର୍ଶ ଦେଇଥିଲେ।ଜିଲ୍ଲା ଜରୁରୀ ଅଧିକାରୀ ପ୍ରମୋଦ କୁମାର ଖୀଲୋ ଧନ୍ୟବାଦ୍ ଦେଇଥିଲେ ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର କାର୍ଯ୍ୟକାରିଣୀ ବୈଠକ, ସମାନ ନାଗରିକ ସଂହିତା କୁ ବିରୋଧ

ଗରିବ ଓ ଭୂମିହୀନଙ୍କ ଦାବି ନେଇ ରାୟଗଡ଼ାରେ ୨୪ ଘଣ୍ଟିଆ ସତ୍ୟାଗ୍ରହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ AIARLAର ଅନଶନ; ବିଭିନ୍ନ ଦାବିରେ ସରକାରଙ୍କୁ ଚେତାବନୀ

Sunil Chandra Nayak

ନିଟ୍ ପେପର ଲିକ୍ ଓ ଛାତ୍ର ଆତ୍ମହତ୍ୟା ଘଟଣାରେ ଉତ୍ତରଦାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ଓ ଦିଲ୍ଲୀରେ ଆନ୍ଦୋଳନର ଛାତ୍ରଛାତ୍ରୀ ଓ ବିଶିଷ୍ଟ ସାମାଜିକ କର୍ମୀ ସୋନମ୍ ଔଙ୍ଗଚୁଙ୍ଗ ଙ୍କ ଉପରେ ପୋଲିସ ଜୁଲମ ବିରୁଦ୍ଧରେ ରାଉରକେଲା ରେ ସି ପି ଆଇ ଏମ୍ ର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!