ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ

ଡାବୁଗାଁ, ୧୮/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା କରିବା ନେଇ ଏକ ପ୍ରସ୍ତୁତି ବୈଠକ ବିଡିଓ ଶରତ ମାଝିଙ୍କ ଅଧ୍ୟକ୍ଷତାରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ନେବାକୁ ଥିବା ପଦକ୍ଷେପ, ସବୁ ବିଭାଗର ଅଧିକାରୀ ମାନଙ୍କ ସମନ୍ଵୟରେ କିପରି ପ୍ରାକୃତିକ ବିପର୍ଯ୍ୟୟକୁ ମିଳିତ ଭାବ ମୁକାବିଲା କରିବା ପାଇଁ ଆଲୋଚନା ହୋଇଥିଲା | ଏହି ବୈଠକରେ ତହସିଲଦାର କୃଷ୍ଣଚନ୍ଦ୍ର ଦାଶ, ସିଡିପିଓ ଗୀତାଞ୍ଜଳୀ ମହାରଣା, ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶ୍ରୀନିଗୋ ମୁର୍ମୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଟି. ସିନା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ସବଇନିସ୍ପେକ୍ଟର ଚନ୍ଦନ ସାହୁ, ବନପାଳ ଉମାକାନ୍ତ ପଟ୍ଟନାୟକ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ରୋହିତ କୁମାର କିଶାନ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା ଓ ଧନଞ୍ଜୟ ବଡଜେନା, ଅଗ୍ନିସମ ହାବିଲଦାର ବନବାସୀ ମହାପାତ୍ର, ଆଗ୍ନିକ ସୁମନ୍ତ କୁମାର ସାହୁ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

ଜଳ ଯୋଗାଣ ଅଫିସ୍ ଗେଟ ରେ ପିଟି ହୋଇ ମଟର ସାଇକଲ ଚାଳକ ମୃତ

Sunil Chandra Nayak

ଦାବି ମୁତାବକ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ପଦୋନ୍ନତି ସୀମାକୁ କମାଇ ଦେଇଥିବାରୁ  ଲକ୍ଷ୍ମୀପୁର ଶିକ୍ଷକ ସଂଗଠନ ତରଫରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଧନ୍ୟବାଦ ଜଣାଇଲେ

Sunil Chandra Nayak

Leave a Comment

error: Content is protected !!