ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର ଦୁର୍ଘଟଣାରେ ୨ ମୃତ ୩ ଗୁରୁତର

କାମାକ୍ଷାନଗର (ମ ସୀ ହା)19/6/23 // ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ମହୁଲପୁଞ୍ଜି ନିକଟରେ ଭାରସ୍ୟାମ ହରାଇ ଗଛରେ ପିଟି ହେଲା ଇଣ୍ଡିଗୋ କାର । ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ,ଖୋର୍ଦ୍ଧା ଅଞ୍ଚଳରୁ ୫ ଜଣ ସାଙ୍ଗ ଭୋଜି କରିବାକୁ ଢେଙ୍କାନାଳ ଭାପୁର ଅଞ୍ଚଳକୁ ଆସିଥିଲେ । ତେବେ ପାଣି ଆଣିବା ପାଇଁ ଭାପୁର ମାର୍କେଟକୁ କାର ଯୋଗେ ଯାଉଥିବା ବେଳେ ମହୁଲପୁଞ୍ଜି ନିକଟରେ ଦୁର୍ଘଟଣା ଘଟିଛି ।ମୃତକ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୈଦେଶ୍ଵର ଗ୍ରାମର ଭାସ୍କର ସାହୁ ଏବଂ ନୟାଗଡ଼ ଜିଲ୍ଲା ଜାମୁସାହି ଗ୍ରାମର ସୋମନାଥ ସାହୁ ।ଗୁରୁତର ମାନେ ହେଲେ ଖୋର୍ଦ୍ଧା ବୈଦେଶ୍ଵର ଗ୍ରାମର ଶ୍ରୀକାନ୍ତ ବେହେରା, ଶ୍ରୀକାନ୍ତ ମାନସିଂହ ଓ ଦୁଃଖୀଶ୍ୟାମ ସାହୁ ବୋଲି ଜଣାପଡ଼ିଛି । ୨ଟି ଗାଡିରେ ପ୍ରାୟ ୯ ଜଣ ସାଙ୍ଗ ଭୋଜି କରିବାକୁ ଆସିଥିଲେ । ପିଇବା ପାଣି ପାଇଁ ନିକଟସ୍ଥ ଭାପୁର ବଜାରକୁ ୫ ଜଣ ବସି ଗୋଟିଏ ଗାଡିରେ ଯାଉ ଥିବା ବେଳେ ଭାରସ୍ୟାମ ହରାଇ କାରଟି ଗଛରେ ପିଟି ହୋଇ ଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚରୀ ଓ ସ୍ଥାନୀୟ ଭାପୁର ଫାଣ୍ଡି ଅଧିକାରୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଜିଲ୍ଲାସଦର ମହକୁମାରେ ନବନିର୍ମିତ ଟାଉନ୍ ଥାନା ଗୃହ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଉଦଘାଟିତ

masiha

ଦଶରଥପୁରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଆଣ୍ଠେଇଛି ଦାୟିତ୍ବରେଥିବା ବିଦ୍ୟୁତ ବିତରଣ କମ୍ପାନୀ ଆଗ୍ରହ ପ୍ରକାଶ କରୁନି 

masiha

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ର ତେନ୍ତୁଳିଖୁଣ୍ଟି ବିଦ୍ୟାଳୟ ପରିଦର୍ଶନ 

masiha

Leave a Comment

error: Content is protected !!