ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନଗୁର ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ନିହାରୀକା ବେହେରା ଆସନ ଅକ୍ତିଆର କଲେ

ଥୁଆମୂଳ ରାମପୁର:୧୫/୩- କଲମପୁର ବ୍ଳକ ମୀନଗୁର ଗ୍ରାମପଞ୍ଚାୟତ ସରପଞ୍ଚ ଭାବରେ ନିହାରୀକା ବେହେରା ଆସନ ଅକ୍ତିଆର କରିଛନ୍ତି। ଚଳିତ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଅନେକ ପ୍ରାର୍ଥୀ ବିଭିନ୍ନ ପଦ ହାସଲ କରିବା ପାଇଁ ମଇଦାନକୁ ଓହ୍ଲାଇ ଜୋରସୋରରେ ଭୋଟ ପ୍ରଚାର କରିବା ଅଣ୍ଟା ଭିଡିଥିଲେ, ସେମାନଙ୍କ ମଧ୍ୟରୁ କିଏ ହାରିଲେ କିଏ ଜିତିଛନ୍ତି। ଭୋଟରଙ୍କୁ ଅନେକ ପ୍ରାର୍ଥୀ ଅନେକ ପ୍ରତିଶ୍ରୁତି ଦେଇ ନିଜନିଜର ଅଞ୍ଚଳରେ ଭୋଟର୍ସ ଙ୍କ ପାଖକୁ ପହଞ୍ଚି ତାଙ୍କର ଭୋଟ ପଚାର କରିଥିଲେ। ହେଲେ କାହା ସପକ୍ଷରେ ଭୋଟ ଯିବ କାହା ସପକ୍ଷରେ ଯିବନାହିଁ ସେ ବିଷୟରେ ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ମଧ୍ୟ ଜାଣିବା ମୁସ୍କିଲ ହୋଇପଡିଥିଲା। ତେବେ ନିର୍ବାଚନ ଶେଷ ହେବା ପରେ ଯାହା ଫଳାଫଳ ଆସିଲା ସେଥିରୁ ବିଜୟୀ ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ବର୍ତ୍ତମାନ ବେଶ୍ ଖୁସିରେ ରହିଥିବା ଜଣାପଡିଛି। ନିର୍ବାଚନରେ ଲୋକେ ନିଜ ମନପସନ୍ଦ ପ୍ରାର୍ଥୀ ପ୍ରାର୍ଥୀନୀଙ୍କୁ  ଭୋଟ ଦେଇ ପ୍ରାର୍ଥୀ ଚୟନ କରିଛନ୍ତି। ଏହା ମଧ୍ୟରେ ରହିଛନ୍ତି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନରେ ଥିବା ମିନଗୁର ଗ୍ରାମପଞ୍ଚାୟତର ର ସଂଗ୍ରାମ କେଶରୀ ବେହେରାଙ୍କ ସହଧର୍ମିଣୀ ଶ୍ରୀମତୀ ନିହାରୀକା ବେହେରା ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ମିନଗୁର ଗ୍ରାମପଞ୍ଚାୟତର ସରପଞ୍ଚ ଦାୟିତ୍ୱ ଗ୍ରହଣ କରିବା ସହିତ, ଗରିବ ଲୋକମାନଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରି ସେ ତାଙ୍କର ପ୍ରଥମ ପାଳିର ଅଭିଯାନ ଶୁଭାରମ୍ଭ କରିଛନ୍ତି । ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ନିଜକୁ ସର୍ବଦା ଗରିବ ଲୋକଙ୍କ ପାଇଁ ସମର୍ପିତ କରିବା ସହ ସ୍ଵଛ,ପବିତ୍ରତା ଆପଣେଇ ଦୁର୍ନୀତି ମୁକ୍ତ ଶାସନ କରିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବି ବୋଲି ସେ ମତ ପୋଷଣ କରିଛନ୍ତି ।

      ଏହି ଅବସରରେ ମିନଗୁର ଗ୍ରାମପଞ୍ଚାୟତର ନାଏବ-ସରପଞ୍ଚ ପଦବୀ ଧନପୁର ଗ୍ରାମର ୱାର୍ଡ ସଦସ୍ୟ ରାମ ଚନ୍ଦ୍ର ସାହୁ ନିର୍ଦ୍ୱନ୍ଦରେ ନାଏବ-ସରପଞ୍ଚ ପଦବୀ ଗ୍ରହଣ କରିଛନ୍ତି । ତାଙ୍କୁ ସମଗ୍ର ୱାର୍ଡ ସଦସ୍ୟଙ୍କ ବିପୁଳ ସମର୍ଥନ ମିଳିଥିବା ବେଳେ, ଶ୍ରୀ ସାହୁ ପୂର୍ବରୁ ମଧ୍ୟ ନାଏବ-ସରପଞ୍ଚ ଭାବେ କାର୍ଯ୍ୟ ତୁଲାଇଥିବା ଜଣାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ଭାବେ କଲମପୁର ବ୍ଲକ RWSS କନିଷ୍ଠ ଯନ୍ତ୍ରୀ ଦୁଃଖ ବନ୍ଧୁ ରାହୁଳ, ମିନଗୁର ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଜାନନ ନାଏକ, ଯୋଗାଣ ସହାୟକ ପ୍ରଦୀପ କୁମାର ସେଠୀ ସମେତ ମିନଗୁର ପଞ୍ଚାୟତର ସମସ୍ତ ବୁଦ୍ଧିଜୀବୀ ଓ ପଞ୍ଚାୟତ ବାସୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନବ କୁମାର ଦାସ ଙ୍କ କବିତା ଯେଉଁଠି ରାତି ସରେ

Sunil Chandra Nayak

ବେଆଇନ ଭାବେ ଦେଶୀ ମଦ ବିକ୍ରି ଅଭିଯୋଗ ରେ ଯୁବକ ଅଟକ

Sunil Chandra Nayak

ଦଣ୍ଡପାଟ ଅଞ୍ଚଳରେ ଦାଦନ ଙ୍କ କରୁଣ କାହାଣୀ , ଗାଁ କୁ ଫେରିଲା ପୁଣି ଏକ ଦାଦନ ଶ୍ରମିକ ଙ୍କ ମୃତ ଦେହ

Sunil Chandra Nayak

Leave a Comment

error: Content is protected !!