ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୟାଳିଶମୌଜାରେ ରଜ ମହୋତ୍ସବ ପାଳିତ

କଟକ : କଟକ ସଦର ବ୍ଲକ ଅନ୍ତର୍ଗତ ବୟାଳିଶମୌଜା ଦଧିବାମନପୁର ମା ଭୁଆସୁଣୀ ପୀଠରେ ରଜ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ବାମୀ ଅମୃତାନନ୍ଦ୍ ସରସ୍ଵତୀ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରତ ମସଲାର ମୁଖ୍ୟ ସୁରେନ୍ଦ୍ରନାଥ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା,ସତ୍ୟଭାମା ଦେବତା,ପୁଷ୍ପିତା ମହାପାତ୍ର,ଗ୍ରାମ ମୂରବୀ କୃଷ୍ଣ ଚନ୍ଦ୍ର ଦାଶ,ଗ୍ରାମ ମହନ୍ତ ଦୁର୍ଯୋଧନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅଧ୍ୟାପକ ଗଣେଶ୍ୱର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉତ୍କଳ ମହିଳା ଅଧିକାର ଅଭିଯାନର ମୁଖ୍ୟ ସବିତାରାଣୀ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ମହୋତ୍ସବରେ ଦୋଳିଖେଳ,ପୁଚି,ଝୋଟି,ଚିତ୍ରାଙ୍କ ଓ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ଅବସରରେ ସାମ୍ବାଦିକ ବଂଧୁ ମାନଂକୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।ଏହାକୁ ଦୀପକ ଆଚାର୍ଯ୍ୟ,ମଧୁସ୍ମିତା ଜେନା ପ୍ରମୁଖ ସହଯୋଗ କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ସନ୍ଧିପଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

କର୍ଲାମୁଣ୍ଡା ଠାରେ ମିଶନ ଶକ୍ତି କାଫେ ଓ ମିଲେଟ୍ସ ଟିଫିନ ସେଣ୍ଟର ଉଦଘାଟିତ

masiha

ବାଂଲାଦେଶୀ ଅନୁପ୍ରବେଶକାରୀ ବିରୋଧରେ ନବରଙ୍ଗପୁର ଏସପି ଙ୍କୁ ଅଭିଯୋଗ ଦେଲା ହିନ୍ଦୁ ମହାସଂଘ

masiha

Leave a Comment

error: Content is protected !!