କାମାକ୍ଷାନଗର (ମନିସ )20/6/23 // ଶେଷରଜ ଦିନ ଉପରଓଳା ପୁଅ ବାହାରିଥିଲା ସାଙ୍ଗମାନଙ୍କ ସହିତ ବୁଲିବା ପାଇଁ ହେଲେ ଆଜିକି ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ପୁଅ ଘରକୁ ଫେରିନି। ପୋଲିସ ମଧ୍ୟ ଖୋଜିପାଉନାହିଁ। ପୁଅ ମୋର ଭଲରେ ଅଚ୍ଛିତ। କିଛି ଅଘଟଣ ହୋଇନି ତ ତା ସହିତ । ଭୟ ଆଶଙ୍କା ଭିତରେ ସମ୍ପୁର୍ଣ୍ଣ ପରିବାର । ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଆସୁରବନ୍ଧ ଗ୍ରାମର ସାଇରାମପୁର ରେ ।
ପୂର୍ବ ଶତୃତାରୁ ଯୁବକଙ୍କୁ ମାଡମାରି ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଗ୍ରାମର ବିଦୁର ମଲ୍ଲିକ ୩୫ ବର୍ଷ କିଛିଦିନ ପୂର୍ବେ ସୁଣ୍ଡିକାଟେଣୀ ଗ୍ରାମର କିଛି ଯୁବକଙ୍କ ସହିତ ଝଗଡା ହୋଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ତେବେ ତା-15.06.2023 ରିଖ ସନ୍ଧ୍ୟା ସମୟରେ ସୁଣ୍ଡିକାଟେଣୀ ଗ୍ରାମର ପ୍ରିତିକୃଷ୍ଣ ମାଝୀ, ରତିକୃଷ୍ଣ ମାଝୀ, ଖିତିକୃଷ୍ଣ ମାଝୀଁ ଓ ମିଲୁ ମାଝୀ ମିଳିତ ଭାବରେ ବିଦୁରକୁ ମାଡମାରି ଏକ କାରରେ ଅପହରଣ କରି ନେଇଥିବା ପରିବାର ଲୋକେ ଭୁବନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଭୁବନ ପୋଲିସ ଛାନଭିନ କରୁଥିବାବେଳେ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡିଛି । ତେବେ ବିଦୁର ମଲ୍ଲିକର ପାଞ୍ଚ ଦିନ ହେଲା ଖୋଜଖବର ମିଳୁନଥିବା ପରିବାର ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି ।