ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁଅ ରଜରେ ବୁଲିବାକୁ ବାହାରିଥିଲା/ରଥ ଯାତ୍ରା ହେଲାଣି ଘରକୁ ଫେରିନି/ପୂର୍ବ ଶତୃତାରୁ ଦୁଇ ଦିନ ହେଲା ଯୁବକଙ୍କୁ ଅପହରଣ ଅଭିଯୋଗ

କାମାକ୍ଷାନଗର (ମନିସ )20/6/23 // ଶେଷରଜ ଦିନ ଉପରଓଳା ପୁଅ ବାହାରିଥିଲା ସାଙ୍ଗମାନଙ୍କ ସହିତ ବୁଲିବା ପାଇଁ ହେଲେ ଆଜିକି ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ପୁଅ ଘରକୁ ଫେରିନି। ପୋଲିସ ମଧ୍ୟ ଖୋଜିପାଉନାହିଁ। ପୁଅ ମୋର ଭଲରେ ଅଚ୍ଛିତ। କିଛି ଅଘଟଣ ହୋଇନି ତ ତା ସହିତ । ଭୟ ଆଶଙ୍କା ଭିତରେ ସମ୍ପୁର୍ଣ୍ଣ ପରିବାର । ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଆସୁରବନ୍ଧ ଗ୍ରାମର ସାଇରାମପୁର ରେ ।

 ପୂର୍ବ ଶତୃତାରୁ ଯୁବକଙ୍କୁ ମାଡମାରି ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଗ୍ରାମର ବିଦୁର ମଲ୍ଲିକ ୩୫ ବର୍ଷ କିଛିଦିନ ପୂର୍ବେ ସୁଣ୍ଡିକାଟେଣୀ ଗ୍ରାମର କିଛି ଯୁବକଙ୍କ ସହିତ ଝଗଡା ହୋଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ତେବେ ତା-15.06.2023 ରିଖ ସନ୍ଧ୍ୟା ସମୟରେ ସୁଣ୍ଡିକାଟେଣୀ ଗ୍ରାମର ପ୍ରିତିକୃଷ୍ଣ ମାଝୀ, ରତିକୃଷ୍ଣ ମାଝୀ, ଖିତିକୃଷ୍ଣ ମାଝୀଁ ଓ ମିଲୁ ମାଝୀ ମିଳିତ ଭାବରେ ବିଦୁରକୁ ମାଡମାରି ଏକ କାରରେ ଅପହରଣ କରି ନେଇଥିବା ପରିବାର ଲୋକେ ଭୁବନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଭୁବନ ପୋଲିସ ଛାନଭିନ କରୁଥିବାବେଳେ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡିଛି । ତେବେ ବିଦୁର ମଲ୍ଲିକର ପାଞ୍ଚ ଦିନ ହେଲା ଖୋଜଖବର ମିଳୁନଥିବା ପରିବାର ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିପୁଳ ପରିମାଣର ଗଞ୍ଜେଇ ଜବତ, ୦୨ ଗିରଫ 

masiha

ଦୌରା ଜଜ୍ ଙ୍କ ଘରେ ଚୋରୀ

masiha

ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଶନଵଣି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁ

masiha

Leave a Comment

error: Content is protected !!