ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣ୍ଡିଆନ ଙ୍କ ଗ୍ରସ୍ତ ପୂର୍ବରୁ ସାରଳାପୀଠରୁ ହଟିଲା ଜବରଦଖଲ। ଯାତ୍ରୀ ହନ୍ତ୍ସସନ୍ତ୍ ,ବୁଡିଗଲା ଉଠା ଦୋକାନୀଙ୍କ ବେଉସା

ତିର୍ତ୍ତୋଲ :- ଆସନ୍ତା ଜୁନ ୨୯ ତାରିଖରେ 5ଟି ସଚୀବ ଭି କାର୍ତ୍ତିକେୟନ୍ ପଣ୍ଡିଆନ ଙ୍କ ଜଗତସିଂହପୁର ଜିଲ୍ଲା ଗ୍ରସ୍ତ ଓ ସାରଳାପୀଠ ରେ ଚାଲିଥିବା ନବୀକରଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ପାଇଁ କାର୍ଯକ୍ରମ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗତ ସୋମବାର ଦିନ ଅପରାହ୍ନରେ, ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ କୁମାର ସାହୁ, ତିର୍ତ୍ତୋଲ ଥାନା ଆଇ ଆଇ ସି ଯୁଗଳ କିଶୋର ଦାସ ସଦଳବଳେ ଝଙ୍କଡ଼ ସାରଳାପୀଠ ରେ ପହଞ୍ଚି, ପୂର୍ବରୁ ନୋଟିସ୍ ଦିଆଯାଇଥିବା ଉଠାଦୋକାନୀ ମାନଙ୍କୁ କନକପୁର ବଜାର ରୁ ଉଠାଇ ଦେଇଥିଲେ। ଯାହାଫଳରେ ଏଠାକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକ ମାନେ ଟିକେ ଜଳଖିଆ ହେଉ କି ଥଣ୍ଡାପାନୀୟଜଳ ଟିକେ ପାଇପରୁନାହାନ୍ତୀ । ଅପରପକ୍ଷରେ ୨୦୧୫ ମସିହା ରୁ ଜୀବିକା ହରାଇଥିବା ୨୦୦ରୁ ଉର୍ଦ୍ଧ୍ବ ବ୍ୟବସାୟୀ ଙ୍କ ମଧ୍ୟରୁ ଯେଉଁମାନେ ଉଠା ଦୋକାନ ଟିଏ କରି ପରିବାର ପୋଷଣ କରୁଥିଲେ ସେମାନଙ୍କ ବେଉସା ବୁଡିଯିବାରୁ ଭାଗ୍ୟ କୁ ଆଦରି ମୁଣ୍ଡରେ ହାତ ଦେଇ ବସିଛନ୍ତି! ସୂଚନା ଯୋଗ୍ୟ ଯେ 2015 ମସିହାରେ ଏଠାରୁ ବଡଠାକୁର ବଳଭଦ୍ରଦେବଙ୍କ ବ୍ରହ୍ମ ଦାରୁ ଯିବା ପୂର୍ବରୁ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଓ ଜଗତସିଂହପୁର ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ ଘୋଷଣା କରିଥିଲେ ଯେ ମାତ୍ର ଏକ ବର୍ଷ ମଧ୍ୟରେ ସମସ୍ତ ବିସ୍ଥାପିତ ଦୋକାନୀ ମାନଙ୍କୁ ଥଇଥାନ କରାଯିବ ମାତ୍ର ଇତିମଧ୍ୟରେ ଦୀର୍ଘ ନଅ ବର୍ଷ ବିତି ଯାଇଥିଲେ ମଧ୍ୟ ଗୋଟିଏ ହେଲେ ଦୋକାନୀକୁ ଥଇଥାନ କରାଯାଇନାହିଁ !ଜୀବିକା ହରେଇଥିବା ଦୋକାନୀ ମାନେ କହୁଛନ୍ତି, ଏହା କଣ ସରକାରଙ୍କର ପ୍ରତିଶୃତି ନା ପ୍ରହସନ ? ବିଶେଷ କରି 2022 ଜୁନ ମାସରେ ପୁନର୍ବାର ଶାରଳା ପୀଠର ନବୀକରଣ ନିମନ୍ତେ ଆଉକିଛି ଦୋକାନୀକୁ ଉଠାଗଲା !ଆଉ ସେମାନଙ୍କୁ ମଧ୍ୟ ପ୍ରତିଶୃତି ଦିଆଗଲା ମାତ୍ର ତିନିମାସ ମଧ୍ୟରେ ସେମାନଙ୍କୁ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ଥଇଥାନ କରାଯିବ ! ମାତ୍ର ଇତିମଧ୍ୟରେ ଏଗାର ମାସ ବିତି ଗଲାଣି ଠିକାଦାରୀ ସଂସ୍ଥା ର ନିର୍ମାଣ କାର୍ଯ୍ୟ ଚାଲିଛି ତ ଚାଲିଛି !ବାସ୍ତବରେ କେବେ ସରିବ ନିର୍ମାଣ କାର୍ଯ୍ୟ ଆଉ କେବେ ଥଇଥାନ ହେବେ ଏ ଅଞ୍ଚଳର ଶହ ଶହ ଦୋକାନୀ ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଦଶହରାରେ କାମାକ୍ଷା ଏନଏସି ର ୨ ଥର ତଣ୍ଟିଚିପା ଟିକସ ଆଦାୟ …ବିରୋଧରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉଠା ବ୍ୟବସାୟୀଙ୍କ ଦାବିପତ୍ର

Sunil Chandra Nayak

ବ୍ରାହ୍ମଣ ଛେଣ୍ଡିଆ ହାଇସ୍କୁଲ ଠାରେ ଆଇନ ସଚେତନତା ଶିବିର

masiha

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ସୁରଭି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!