ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁ ପୋଲ ସହ ଧକ୍କା ହୋଇ ବାଇକ ଚାଳକ ଆହତ

ପାପଡାହାଣ୍ଡି,22/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦରରୁ ଜଟାବାଲ ଯିବା ରାସ୍ତାର ଚିଙ୍ଗୁଡ଼ିଶର ଛକ ନିକଟରେ ସନ୍ଧ୍ୟାରେ ଗୋରୁ ପୋଲ ସହ ଧକ୍କା ହୋଇ ଜଣେ ବାଇକ ଚାଳକ ଆହତ ହୋଇଛନ୍ତି | ସେ ପାତ୍ରୀ ପଂଚାୟତ ଭେଜା ଗ୍ରାମର କେସ୍ପରି ଭତ୍ରା ବୋଲି ଜଣାପଡିଛି | ତାଙ୍କୁ ପାପଡାହାଣ୍ଡି ପୋଲିସ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛି | ସୂଚନା ମୁତାବକ କେସ୍ପରି କୌଣସି କାମରେ ଦଳେଇଗୁଡା ଆସି ନିଜ ଘର ଭେଜା ଫେରିବା ସମୟରେ ଚିଙ୍ଗୁଡ଼ିଶର ଛକ ନିକଟରେ ବିପରୀତ ଦିଗରୁ ଡାବୁଗାଁ ହାଟରୁ ଆସୁଥିବା ଗୋରୁ ପୋଲ ସହ ଧକ୍କା ହୋଇଥିଲା | ସେ ଏଥିରେ ଛିଟିକି ରାସ୍ତାରେ ପଡ଼ିଥିଲେ | ସ୍ଥାନୀୟ ଅଞ୍ଚଳର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ କେସ୍ପରିକୁ ଉଦ୍ଧାର କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 

ଲାହାନ୍ତି ଯୁବକ ସଂଘ ତରଫରୁ ୧୫ ତମ ବିପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଅନୁଷ୍ଠିତ

masiha

କାଳଜୟୀ କଥାଶିଳ୍ପୀ ଗୋପୀନାଥ ମହାନ୍ତି ଙ୍କ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!