ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ,  ଆୟତ୍ତ କଲା ଅଗ୍ନିଶମ ବିଭାଗ

ଲାଞ୍ଜିଗଡ଼-କୋଇଲା ବୋଝେଇ କରି ଏକ ଟ୍ରକ ଯାଉଥିବାବେଳେ ପୋଖରୀବନ୍ଧ ଛକ ନିକଟରେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ! ସମ୍ଭାବ୍ୟ ବିପଦକୁୂ ସାମ୍ନାରେ ଦେଖି ଚାଳକ ଜଣକ ଟ୍ରକଟିକୁ ଛିଡ଼ା କରିଦେଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗକୁ ଫୋନ କରିଥିଲା ! ଖବର ପାଇବା କ୍ଷଣି ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗର ଇନ୍ସପେକ୍ଟର ମନୋରଞ୍ଜନ ପାଢ଼ୀଙ୍କ ନିର୍ଦ୍ଦେଶରେ ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚିବା ସହିତ ବଡ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ ! ଟ୍ରକ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଓ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗର ତ୍ବରିତ ପଦକ୍ଷେପ ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଟାଳି ଦିଆଯାଇପାରିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି !

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ସାମ୍ବାଦିକ ଗିରିଶ ନନ୍ଦ ଙ୍କ ଦ୍ୱିତୀୟ ଶ୍ରlଦ୍ଧ ବାର୍ଷିକୀ ପାଳନ 

Sunil Chandra Nayak

ରିଖୀରାମ ମେହେର ଙ୍କ କବିତା ସ୍ବପ୍ନ ଥିଲା ପ୍ରିୟା ପାଇଁ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!