ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ,  ଆୟତ୍ତ କଲା ଅଗ୍ନିଶମ ବିଭାଗ

ଲାଞ୍ଜିଗଡ଼-କୋଇଲା ବୋଝେଇ କରି ଏକ ଟ୍ରକ ଯାଉଥିବାବେଳେ ପୋଖରୀବନ୍ଧ ଛକ ନିକଟରେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ! ସମ୍ଭାବ୍ୟ ବିପଦକୁୂ ସାମ୍ନାରେ ଦେଖି ଚାଳକ ଜଣକ ଟ୍ରକଟିକୁ ଛିଡ଼ା କରିଦେଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗକୁ ଫୋନ କରିଥିଲା ! ଖବର ପାଇବା କ୍ଷଣି ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗର ଇନ୍ସପେକ୍ଟର ମନୋରଞ୍ଜନ ପାଢ଼ୀଙ୍କ ନିର୍ଦ୍ଦେଶରେ ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚିବା ସହିତ ବଡ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ ! ଟ୍ରକ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଓ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗର ତ୍ବରିତ ପଦକ୍ଷେପ ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଟାଳି ଦିଆଯାଇପାରିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି !

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଶିକ୍ଷକ ଅଭାବ ସାଙ୍ଗକୁ ଶ୍ରେଣୀ ଗୃହ ଅଭାବ ଖବର ପ୍ରକାଶନ ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଚିଲିଗୁଡା ସ୍କୁଲ ପରିଦର୍ଶନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଵିରହୀ ଗୀତ

Sunil Chandra Nayak

ବିଦ୍ୟୁତ୍ ପ୍ରଭା ନାୟକ ଙ୍କ କବିତା ଶ୍ରୀ ଜଗନ୍ନାଥ ହରି 

Sunil Chandra Nayak

Leave a Comment

error: Content is protected !!