ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡା ରେ ନୂତନ ଏସଡିପିଓ ଙ୍କ ଯୋଗଦାନ  

କନ୍ଧମାଳ,23/06/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ୟଶ ପ୍ରତାପ ଶ୍ରୀମଲ ଶୁକ୍ରବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି | ୟଶ ପ୍ରତାପ ହେଉଛନ୍ତି ୨୦୨୦ ବ୍ୟାଚର ଆଇପିଏସ ଅଧିକାରୀ l ପ୍ରୋବେସନାରୀ ଟ୍ରେନିଂ ଯାଜପୁର ଜିଲ୍ଲାରେ କାର୍ଯ୍ୟ କରିଥିଲେ | ରାଜ୍ୟ ସରକାରଙ୍କ ଜରିଆରେ ଏସଡିପିଓ ଶ୍ରୀ ମଲଙ୍କ ପ୍ରଥମ ପୋଷ୍ଟିଙ୍ଗ କେସିଙ୍ଗା ଏସଡିପିଓ ଭାବରେ ନିଯୁକ୍ତି ହୋଇଥିଲେ | ସେଠାରୁ ବଦଳି ହୋଇ ସେ ବାଲିଗୁଡା ଏସଡିପିଓ ରୂପେ ଯୋଗଦାନ ପରେ ବାଲିଗୁଡା ଉପଖଣ୍ଡ ରେ ଆଇନ ଶୃଙ୍ଖଳା, ମାଓ ସମସ୍ୟା, ସମେତ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ବୋଲି ନିଜ ସାକ୍ଷାତ ଆଲୋଚନାରେ ସୂଚନା ଦେଇଛନ୍ତି | ବାଲିଗୁଡା ରେ ଏସଡିପିଓ ଭାବରେ ଯୋଗଦାନ କରିବା ପରେ ଆଜି ସେ କୋଟଗଡ ଥାନା ପରିଦର୍ଶନ କରି ଫେରିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ହାଟବରଡି ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ଦେବଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଓଡିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ ଓ ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମ 

Sunil Chandra Nayak

ମୟୂରଭଂଜ ସାଂସଦଙ୍କ ଶତାୟୂମାତା ଧର୍ମପ୍ରାଣ ସଲମା ମାଝୀଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!