ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୈଳିକ ସମାଜ ବାର୍ଷିକ ବୈଠକ

ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ବ୍ଲକ ନୁଆବଗ ଗ୍ରାମ ପଞ୍ଚାୟତ ଭଗବାନପୁର ଠାରେ ହିନ୍ଦୋଳ ଓ ଅନୁଗୁଳ ତୈଳିକ ବୈଶ୍ୟ ସାମାଜିକ ବୈଠକ ଅନୁଷ୍ଠିତ ହୋଇଅଛି। ପ୍ରଥମେ ଜଗନ୍ନାଥ ଓ ରାଧାକୃଷ୍ଣଙ୍କୁ ଭଗବାନପୁର ଗ୍ରାମ ଘଣ୍ଟ କୀର୍ତ୍ତନ ରେ ପରିକ୍ରମା କରି ସଭା ସ୍ଥାନକୁ ଅଣାଯାଇ ଦୀପ ପ୍ରଜ୍ବଳନ କରାଯାଇଥିଲା। ସଭା ଆରମ୍ଭ କରାଯିବା ପୂର୍ବରୁ ତୈଳିକ ସମାଜର ମୃତବ୍ୟକ୍ତିଙ୍କ ପାଇଁ ଦୁଇ ମିନିଟ ନିରଵପ୍ରାର୍ଥନା କରାଯାଇଥିଲା । ସଭାରେ ସଭାପତି ଇନ୍ଦ୍ରମଣୀ ସାହୁ, ଉପସଭାପତି ଗିରିଶ ଚନ୍ଦ୍ର ବେହେରା , ସମ୍ପାଦକ ସନ୍ତୋଷ କୁମାର ଚୌଧୁରୀ , ସହ ସମ୍ପାଦକ ଜଳନ୍ଧର ସାହୁ,6କାଷାଧ୍ଯକ୍ଷ ରବିନାରାୟଣ ସାହୁ, ମୁଖ୍ୟ ଉପଦେଷ୍ଟା ମହେଶ୍ଵର ସାହୁ, ଶୁସାନ୍ତ ସାହୁ, ନାରାୟଣ ସାହୁ ଓ ରତ୍ନାକର ସାହୁ ସଭାର ପରିଚାଳନା କରିଥିଲେ। ସଭାରେ ୫୦୦ ଜଣ ସଭ୍ୟ ଯୋଗଦାନ କରିଥିଲେ । ପ୍ରଥମେ ସଭାପତି ସଭାର ପରିଚାଳନା କରିଥିଲେ । ସୁସଂପର୍କ, ବନ୍ଧୁ ମିଳନ ଓ ଜାତିର ଏକତା ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଆଗାମୀ ପିଢ଼ି ଜାତିର ଅନୁସରଣ କରିବା ନିମନ୍ତେ ସଭାପତି ଉପଦେଶ ଦେଇଥିଲେ । ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ଭଙ୍ଗ କରାଗଲା ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଅବସରପ୍ରାପ୍ତ ପୋଲିସ ଆସୋସିଏସନ ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର 

କଳାହାଣ୍ଡି ରାଜପୁତ କ୍ଷତ୍ରୀୟ ପାଇକ ସମାଜ ତରଫରୁ ୭୭ତମ ସ୍ବାଧୀନତା ଦିବସ ପାଳିତ

masiha

ଅବସରପ୍ରାପ୍ତ ତହସିଲ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ

masiha

Leave a Comment

error: Content is protected !!