ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସରାଏ ବର୍ଷା ରେ ଆଣ୍ଠୁଏ ପାଣି ଲୋକେ ହନ୍ତସନ୍ତ

ତିର୍ତ୍ତୋଲ :-ତା ୨୪/୬/୨୦୨୩ ବର୍ଷା ଋତୁ ଆରମ୍ଭ ହୋଇନି ଅସରାଏ ବର୍ଷାରେ ନାହିଁନଥିବା ସମସ୍ୟା ! ସମାଧାନ ହେବ କେବେ ?? ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲବ୍ଲକ ଅଧିନସ୍ଥ ବିରିତୋଳ ପଞ୍ଚାୟତ ର ବିରିତୋଳ ଗ୍ରାମର ବେହେରାଛକ ନିକଟରେ ଅସରାଏ ବର୍ଷା ହେବାମାତ୍ରେ ରାସ୍ତାରେ ଆଣ୍ଠୁଏ ପାଣି ହୋଇଯାଇଛି,ଯାହା ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ବିରିତୋଳ , ଗୋପାଳପୁର ଓ କଟରା ତିନିଗୋଟି ପଞ୍ଚାୟତ ଲୋକମାନେ ଯାତାୟତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହି ବେହେରାଛକ ରେ ଥିବା ହନୁମାନ ମନ୍ଦିର କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବାକୁ ଯାଉଥିବା ଶ୍ରଦ୍ଧାଳୁ ଭକ୍ତମାନେ କାଦୁଅ ପାଣିରେ ପଶି ଯିବାକୁ ପଡୁଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ , ଏହି ରାସ୍ତା କୁ କେତେକ ବ୍ୟକ୍ତି ଜବର୍ ଦଖଲ କରି ରାସ୍ତା ଉପରକୁ ମାଡ଼ି ଆସିଥିବାରୁ, ବିଭାଗୀୟ ଅଧିକାରୀ ମାନେ ଏହି ରାସ୍ତା ନିର୍ମାଣ କରିବା କ୍ଷେତ୍ରରେ ବାଧା ସୃଷ୍ଟି ହୋଇଛି । ଯଦି ସରକାର ଙ୍କ ତରଫରୁ ମାପଚୁପ କରାଯାଇ , ଜବର ଦଖଲ ଉଚ୍ଛେଦ କରାଯାଇ ପାରନ୍ତା , ତେବେ ଦୀର୍ଘ ଦିନ ଧରି ଲାଗି ରହିଥିବା ଏହି ସମସ୍ୟା ର ଆଶୁ ସମାଧାନ ହୋଇପାରିବ, । ବିରିତୋଳ ପଞ୍ଚାୟତ ର ସରପଞ୍ଚ ଏ ବିଷୟରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦୃଢ଼ ଦାବୀ କରିଅଛନ୍ତି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଅସହାୟ ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ  ୧୦ଟି ପଞ୍ଚାୟତରେ ୩୩୦୦ ରୁ ଉର୍ଦ୍ଧ ଲୋକଙ୍କୁ ଶୀତ ବସ୍ତ୍ର ବା କମଳ ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ଜନଗଣନା କାର୍ଯ୍ୟରେ ନମ୍ବରିଙ୍ଗ କଲେ ଉପଜିଲ୍ଲାପାଳ

Sunil Chandra Nayak

ପାଟଣାଗଡରେ କୁଲତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!