ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସରାଏ ବର୍ଷା ରେ ଆଣ୍ଠୁଏ ପାଣି ଲୋକେ ହନ୍ତସନ୍ତ

ତିର୍ତ୍ତୋଲ :-ତା ୨୪/୬/୨୦୨୩ ବର୍ଷା ଋତୁ ଆରମ୍ଭ ହୋଇନି ଅସରାଏ ବର୍ଷାରେ ନାହିଁନଥିବା ସମସ୍ୟା ! ସମାଧାନ ହେବ କେବେ ?? ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲବ୍ଲକ ଅଧିନସ୍ଥ ବିରିତୋଳ ପଞ୍ଚାୟତ ର ବିରିତୋଳ ଗ୍ରାମର ବେହେରାଛକ ନିକଟରେ ଅସରାଏ ବର୍ଷା ହେବାମାତ୍ରେ ରାସ୍ତାରେ ଆଣ୍ଠୁଏ ପାଣି ହୋଇଯାଇଛି,ଯାହା ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ବିରିତୋଳ , ଗୋପାଳପୁର ଓ କଟରା ତିନିଗୋଟି ପଞ୍ଚାୟତ ଲୋକମାନେ ଯାତାୟତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହି ବେହେରାଛକ ରେ ଥିବା ହନୁମାନ ମନ୍ଦିର କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବାକୁ ଯାଉଥିବା ଶ୍ରଦ୍ଧାଳୁ ଭକ୍ତମାନେ କାଦୁଅ ପାଣିରେ ପଶି ଯିବାକୁ ପଡୁଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ , ଏହି ରାସ୍ତା କୁ କେତେକ ବ୍ୟକ୍ତି ଜବର୍ ଦଖଲ କରି ରାସ୍ତା ଉପରକୁ ମାଡ଼ି ଆସିଥିବାରୁ, ବିଭାଗୀୟ ଅଧିକାରୀ ମାନେ ଏହି ରାସ୍ତା ନିର୍ମାଣ କରିବା କ୍ଷେତ୍ରରେ ବାଧା ସୃଷ୍ଟି ହୋଇଛି । ଯଦି ସରକାର ଙ୍କ ତରଫରୁ ମାପଚୁପ କରାଯାଇ , ଜବର ଦଖଲ ଉଚ୍ଛେଦ କରାଯାଇ ପାରନ୍ତା , ତେବେ ଦୀର୍ଘ ଦିନ ଧରି ଲାଗି ରହିଥିବା ଏହି ସମସ୍ୟା ର ଆଶୁ ସମାଧାନ ହୋଇପାରିବ, । ବିରିତୋଳ ପଞ୍ଚାୟତ ର ସରପଞ୍ଚ ଏ ବିଷୟରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦୃଢ଼ ଦାବୀ କରିଅଛନ୍ତି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

କାର୍ଯ୍ୟାଦେଶ ତଥା ବ୍ୟାଙ୍କ ରେଟଙ୍କା ଜମା ମେସେଜ ପାଇଛନ୍ତି କିନ୍ତୁ ଆକାଉଣ୍ଟ ଖାଲି :ପ୍ରଧାନମନ୍ତ୍ରୀ ଆବାସ ରେ ଚଞ୍ଚକତା 

masiha

ବିଧାୟକ ଶ୍ରୀ ଦୁର୍ଗା ତନ୍ତୀଙ୍କ ଏକାଧିକ ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କ ମୋହର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସିଧାପ୍ରାସରଣ ଦେଖିଲେ ଜୁନାଗଡ଼ ବାସୀ

masiha

Leave a Comment

error: Content is protected !!