ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଢ଼ୁଛି ଚେରଚେଟା ସରକାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ ବିବାଦ, ଫାଟକରେ ଧାରଣା ଦେଲେ ଗ୍ରାମବାସୀ

ପାପଡାହାଣ୍ଡି,24/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ସରକାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜବତୀ ପରିଡାଙ୍କ ମନ ମୁଖୀ କାର୍ଯ୍ୟ ବିବାଦ ଦିନକୁ ଦିନକୁ ଘନେଇବାରେ ଲାଗିଛ | ଶନିବାର ପୁଣି ଗ୍ରାମବାସୀ ବିଦ୍ୟାଳୟରେ ପହଁଚି ଫାଟକ ସାମ୍ନାରେ ଧାରଣା ଦେଇଥିଲେ | ପ୍ରଶାସନ ତରଫରୁ ଦିଆଯାଇଥିବା ପ୍ରତିଶୃତି ପୂରଣ ହେଉନଥିବାରୁ ବିବାଦ ଉଗ୍ର ରୂପ ନେବାରେ ଲାଗିଛି | ଗ୍ରାମବାସୀ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି | ଗତ 21 ତାରିଖ ଦିନ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜବତୀ ପରିଡାଙ୍କ ମନ ମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଥିଲେ | ଏମଡିଏମ ନିଜେ ଚଳାଇବା, ନବମ ଓ କଲେଜ ପିଲାଙ୍କ ଠାରୁ ଅଧିକ ଟଙ୍କା ଆଦାୟ, ବିଦ୍ୟାଳୟ ପରିସରରେ ଗଛ ନିଜେ କାଟିଦେବା, କୌଣସି କାର୍ଯ୍ୟରେ ବିଦ୍ୟାଳୟ କମିଟିର ହସ୍ତକ୍ଷେପ ନ ନେବାରୁ ଗ୍ରାମରେ ଅସନ୍ତୋଷ ଦେଖାଦେଇଥିଲା | ଗ୍ରାମବାସୀ ଶେଷରେ ଅତିଷ୍ଠ ହୋଇ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳି ମଧ୍ୟ ଦାବି କରିଥିଲେ |. ତେବେ ପ୍ରଶାସନ ତରଫରୁ ଏବିଇଓ ପହଂଚି ଗ୍ରାମବାସୀଙ୍କ ଠାରୁ ଲିଖିତ ଅଭିଯୋଗ ନେଇ ଦାବି ପୂରଣ ନେଇ ପ୍ରତିଶୃତି ଦେଇଥିଲେ | କିନ୍ତୁ କୌଣସି ପ୍ରତିସୃତି ପାଳନ କରାନଯିବାରୁ ଗ୍ରାମବାସୀ ପୁଣି ଫାଟକ ନିକଟରେ ଧାରଣା ଦେବା ସହ ଯେପର୍ଯ୍ୟନ୍ତ ଦାବି ପୂରଣ ହେବନି ଧାରଣାରେ ବସିବେ ବୋଲି ଦୀନବନ୍ଧୁବଗଡ, ପ୍ରହ୍ଲାଦ ଚାଲାଣ, ଖେମରାଜ ବାଘ, ସଦାଶିବ ଭତ୍ରା, କୃଷ୍ଣ ହରିଜନ, ଜୟଦାସ ହରିଜନ , ମନସିଂ ହରିଜନ , ଗଙ୍ଗାଧର ଭତ୍ରା, ଧନୁର୍ଜ୍ୟୟ ଭତ୍ରା, ସନପତ ବିନ୍ଧାଣି, ବୁଦୁ ହରିଜନ , ଜଗଦୀଶ ଭତ୍ରା , ମନଧର ଭତ୍ରା, ଯଦୁ ହରିଜନ , ବୁଦାନ ଜାନି, ପବିତ୍ର ହରିଜନ ପ୍ରମୁଖ ଚେତାବନୀ ଦେଇଛନ୍ତି ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କବି ସୁଶାନ୍ତ ରଣା ପାଇବେ ବିକ୍ଷିପ୍ତା ଜ୍ୟୋତି ସମ୍ମାନ

Sunil Chandra Nayak

ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

Sunil Chandra Nayak

ଦାବି ମୁତାବକ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ପଦୋନ୍ନତି ସୀମାକୁ କମାଇ ଦେଇଥିବାରୁ  ଲକ୍ଷ୍ମୀପୁର ଶିକ୍ଷକ ସଂଗଠନ ତରଫରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଧନ୍ୟବାଦ ଜଣାଇଲେ

Sunil Chandra Nayak

Leave a Comment

error: Content is protected !!