ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତିନିଛକ ଠାରେ ଅସହାୟ ଅବସ୍ଥାରେ ବୁଲୁଥିବା ବୃଦ୍ଧା ର ପରିଚୟ ମିଳିଲା , ପରିବାରକୁ ହସ୍ତାନ୍ତର କଲା ଧର୍ମଗଡ ଥାନା ପୋଲିସ

ଗତକାଲି ଧର୍ମଗଡ ସହରର ତିନି ଛକ ଠାରେ ଉଦ୍ଧାର ହୋଇଥିବା ୭୫ ବର୍ଷୀୟା ବୃଦ୍ଧା ଚମରେନ ହରପାଲ ର ପରିଚୟ ମିଳିବା ପରେ ଧର୍ମଗଡ ଥାନା ପୋଲିସ ବୃଦ୍ଧା ଙ୍କୁ ତାର ପୁଅକୁ ହସ୍ତାନ୍ତର କରିଛି।ଖବର ପାଇ ତାର ବଡ଼ପୁଅ ନିରଞ୍ଜନ ହରପାଲ ଓ ସମ୍ପର୍କୀୟ ମାନେ ଆଜି ଧର୍ମଗଡ ପୋଲିସ ଷ୍ଟେସନ ରେ ପହଞ୍ଚିଥିଲେ। 

ସୂଚନାଯୋଗ୍ୟ ଯେ,ଗତକାଲି ବୃଦ୍ଧା ଜଣକ ଧର୍ମଗଡ ତିନିଛକ୍ ଠାରେ ଦୀର୍ଘ ସମୟ ଧରି ଇତଃସ୍ତତ ହୋଇ ବୁଲୁଥିଲେ ଦେଖି ସ୍ଥାନୀୟ ବ୍ୟବସାୟୀ ବୈଦ୍ୟନାଥ ବେହେରା ଓ ଅନ୍ୟମାନେ ବ୍ୟବସାୟୀ ସଙ୍ଘ ସଭାପତି ବିଦ୍ୟାଧର ସାହୁଙ୍କୁ ଜଣାଇଥିଲେ। ଶ୍ରୀ ସାହୁ ଉକ୍ତ ବୃଦ୍ଧାର ଫଟୋ କୁ ସୋସିଆଲ ମିଡିଆରେ ଭାଇରାଲ କରିଥଲେ ଓ ସ୍ଥାନୀୟ ତହସିଲଦାର ହରେକୃଷ୍ଣ ବରିହା, ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ଓ ଥାନା ଅଧିକାରୀ ରୁନୁ ମାଝୀ ଙ୍କୁ ଜଣାଇଥିଲେ।ସ୍ଥାନୀୟ ପୋଲିସ ପ୍ରଶାସନ ଘଟଣା ସ୍ଥଳକୁ ଆସି ଉକ୍ତ ବୃଦ୍ଧାକୁ ନେଇ ଧର୍ମଗଡ ଯଶୋଦା ଅନାଥ ଆଶ୍ରମ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମ ରେ ଛାଡିଥିଲେ।

ଧର୍ମଗଡ ଥାନା ପୋଲିସ ର ତ୍ୱରିତ୍ଵ ପଦକ୍ଷେପ ସହ ଏପଟେ ସୋସିଆଲ ମିଡ଼ିଆ ରେ ଉକ୍ତ ବୃଦ୍ଧାର ଫଟୋ ଭାଇରାଲ୍ ହେବା ପରେ ବୃଦ୍ଧା ର ପରିଚୟ ମିଳିଥିଲା। ଚମରେନ ହରପାଲ ର ଗ୍ରାମ ଲାଞ୍ଜିଗଡ ବ୍ଲକ ବିଶ୍ଵନାଥ ପୁର ଥାନା ଅନ୍ତର୍ଗତ ବନ୍ଧପାରି ଗ୍ରାମର ବୋଲି ଜଣାପଡିଥିଲା। ସୋସିଆଲ ମିଡିଆରେ ଖବର ପ୍ରଚାରିତ ହେବା ପରେ ଲାଞ୍ଜିଗଡ ଅଞ୍ଚଳର ସ୍ବେଛାସେବୀ ସମେତ ଲାଞ୍ଜିଗଡ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁମିତ ମହାପାତ୍ର ଓ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଅରବିନ୍ଦ ବିଶ୍ଵାଳ ଧର୍ମଗଡ ସହିତ ଯୋଗାଯୋଗ ରଖିଥିଲେ।

 ଆଜି ତାର ବଡ଼ ପୁଅ ନିରଞ୍ଜନ ହରପାଲ, ନାତୁଣୀ ଜ୍ୟୋଇଁ ସୁଶିଲ ମହାନନ୍ଦ ଓ ଅନ୍ୟମାନେ ଧର୍ମଗଡ ଆସିବା ପରେ ପୋଲିସ ଏଏସଆଇ ବିରେନ୍ଦ୍ର କୁମାର ପଣ୍ଡା ସେମାନଙ୍କ ଠାରୁ ବଣ୍ଡ ସାଇନ୍ ନେଇ ଭବିଷ୍ୟତରେ ମାଆ କୁ ଏକୁଟିଆ ନ ଛାଡ଼ିବା ପାଇଁ ତାଗିଦ୍ କରିବା ସହ ବୃଦ୍ଧାଙ୍କୁ ଛାଡିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଏକ ନିଆରା ନୂଆଁଖାଇ ଭେଟ ଘାଟ

masiha

କାରୁଣ୍ଡ କଳା କେନ୍ଦ୍ର ରୌପ୍ୟ ଜୟନ୍ତୀ ଉଦଯାପିତ, ୧୨ ଜଣଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ”ପ୍ରଦାନ

Sunil Chandra Nayak

ଯାଦବ ମହାସଭା ପକ୍ଷରୁ ସ୍ବର୍ଗତ ଚିତ୍ତରଞ୍ଜନଙ୍କ ପାଇଁ ସ୍ମୃତି ସଭା 

masiha

Leave a Comment

error: Content is protected !!