ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ

କାମାକ୍ଷାନଗର(ମ ନି ସ)୨୬/୦୬ ଅନ୍ତର୍ଜାତୀୟ ନିଶା ଅପବ୍ୟବାର ଓ ଅବୈଧ କାରବାର ନିରୋଧ ଦିବସ 2023 ଅବସରରେ 12 ଓଡିଶା ବାଟାଲିୟନ ଏନ ସି ସି,ଢେଙ୍କାନାଳର ମାର୍ଗଦର୍ଶନରେ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ,କାମାକ୍ଷାନଗର ର ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | “ନିଶା ମୁକ୍ତ ଭାରତ” ଗଠନ ପରିପ୍ରେକ୍ଷୀରେ ଜୁନ 12 ରୁ 26 ପର୍ଯ୍ୟନ୍ତ ନିଶା ନିବାରଣ ପକ୍ଷ ପାଳନ କରାଯାଇଅଛି | ଆଜିର ଏ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ତଥା କାମାକ୍ଷାନଗର ର ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗବନ୍ଧୁ ଜେନା ଆଲୋଚନା ଚକ୍ର ର ସଭାପତିତ୍ୱ କରି ଆଜି ଦିବସ ର ମହତ୍ୱ ଉପରେ ଆଲୋକପାତ କରିଥିଲେ | ଉପସ୍ଥିତ କ୍ୟାଡଟ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ “ନିଶା ଛାଡ଼ ଜୀବନ ଗଢ଼” ର ଶପଥ ପାଠ କରାଯାଇଅଛି | ପରେ ପରେ କ୍ୟାଡଟ ମାନେ ଶୋଭାଯାତ୍ରା ରେ ବାହାରି କାମାକ୍ଷାନଗର ସହର ପରିକ୍ରମା କରି ନିଶା ର କୁପ୍ରଭାବ ଉପରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ | ଏନ ସି ସି ଅଧିକାରୀ ଦୁର୍ଯ୍ୟୋଧନ ସାହୁ କାର୍ଯ୍ୟକ୍ରମ ର ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ପ୍ରତାପ କୁମାର ସାମନ୍ତ, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀ ବୃନ୍ଦ ସହାୟତା ପ୍ରଦାନ କରିଥିଲେ |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

masiha

ବସ୍ତା ବିଦ୍ୟୁତ୍ ଡିଭିଜନ ରେ ଲାଇନ୍ ମ୍ୟାନ ଦିବସ ପାଳିତ

masiha

ପାରମ୍ପରିକ ଦଣ୍ଡଯାତ୍ରାରେ ଜଙ୍ଗଲ ସୁରକ୍ଷା ସଚେତନତା  

masiha

Leave a Comment

error: Content is protected !!