ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବ ସାଧରଣ ରାସ୍ତାରେଘର ତିଆରି , ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଗୋଲାମୁଣ୍ଡା /26/6/ମସିହା ନିୟୁଜ /କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତରଗତ ଚପରିଆ ଗ୍ରାମ ପଂଚାୟତର ବାଞ୍ଜିପଦର ଗ୍ରାମରେ ସର୍ବ ସାଧାରଣ ରାସ୍ତା ଉପରେ ଘର ତିଆରି କରୁ ଥିବା ଅଭିଯୋଗ ନେଇ ଆଜି ସେହି ଗ୍ରାମର ଅଧିକାଂଶ ବ୍ୟକ୍ତି ଉପଜିଲ୍ଲାପାଳ ଧର୍ମଗଡ଼ ନିକଟରେ ଦ୍ୱାରସ୍ତ ହୋଇ ଥିଲେ । ଅଭିଯୋଗ ଅନୁସାରେ ବାଞ୍ଜିପଦର ଗ୍ରାମର ଉମା ହରିଜନ ଓ ଶ୍ରୀକାନ୍ତ ହରିଜନ ଉଭୟେ ବଳପୂର୍ବକ ଭାବେ ରାସ୍ତା ଉପରେ ଘର ତିଆରି କରୁ ଥିବାରୁ ଜାତାୟତ ରେ ଘୋର ଅସୁବିଧା ଘଟୁଛି, ଯାହାକି ରୋଗୀ ମାନଙ୍କ ପାଇଁ ଆମ୍ବୁଲାନ୍ସ ଯାଇପାରୁ ନାହିଁ । ଏ ନେଇ ଗ୍ରାମ ବାସି ଆଜି ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରି ଥିବାରୁ ଉପଜିଲ୍ଲାପାଳ ନ ଥିବାରୁ,( ଓ, ଆର, ଏସ) ସହାୟକ ନନ୍ଦ କିଶୋର ତାଣ୍ଡି ଆଜି ହେୟରିଙ୍ଗରେ କିଛି ଦିନ ପରେ ଉପଜିଲ୍ଲାପାଳ ଙ୍କ ଉପସ୍ଥିତରେ ଶୁଣାଣି ହେବ ବୋଲି ଅଭିଯୋଗ କାରିଙ୍କୁ ଜଣାଇଥିଲେେ। ପ୍ରକାଶ ଥାଉକି ଉକ୍ତ ରାସ୍ତା କୁ ନେଇ ରାଜସ୍ବ ନିରୀକ୍ଷକ ମଧ୍ୟ ସ୍ଥାନ ନିରୂପଣ କରି ଥିଲେ ମଧ୍ୟ ଉଭୟେ ଦୁଇ ଜଣ ସରକାରୀ ଆଦେଶ କୁ ଅବମାନନା କରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ଫୁଟ ପାଥ ଦୋକାନିଙ୍କୁ ଉଛେଦ

masiha

ଆଦର୍ଶ ବିଦ୍ୟାଳୟ କୁ ଯାଉଥିବା ବସ ଦୁର୍ଘଟଣା ଘଟି 7 ଛାତ୍ରୀ ଛାତ୍ର ଆହତ 3 ଗୁରୁତର ,ଡ୍ରାଇଭର ଅଟକ

Sunil Chandra Nayak

ଗଜାନନ ଙ୍କ କ୍ୟାନ୍ସର ଚିକିତ୍ସାରେ ଅର୍ଥ ସାଜିଛି ବାଧକ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ

Sunil Chandra Nayak

Leave a Comment

error: Content is protected !!