ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନସେବା କେନ୍ଦ୍ରରେ ଗରିବଙ୍କ ଆବାସ ୱାର୍କ ଅର୍ଡର ପାଇବା ପାଇଁ ହିତାଧିକାରୀ ଙ୍କ ଲମ୍ବା ଲାଇନ, ଜଣ ପିଛା ୫୦ ଟଙ୍କା ଆଦାୟ କରି କରୁଛନ୍ତି ଜନସେବା

ବନ୍ଧୁଗାଁ ତା ୨୬/୬/୨୩ //  ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାର୍ଯ୍ୟଳୟ ଆଗରେ ଥିବା ଜନ ସେବା କେନ୍ଦ୍ରରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହର ୱାର୍କ୍ ଅର୍ଡର ଓନ ଲାଇନରୁ ବାହାର କରି ହିତାଧିକାରୀ ଙ୍କୁ ଦେବା ପାଇଁ ୫୦ ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁଯାଇ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହର ୱର୍କ ଅର୍ଡର ସ୍ଥାନୀୟ ପ୍ରଶାସନ ତରଫରୁ ମୋବାଇଲ ଅନ ଲାଇନ ମାଧ୍ୟମରେ ଛାଡି ଦିଆଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ହାତରେ ସ୍ଥାନୀୟ ଜନ ପ୍ରତିନିଧି କିମ୍ବା ସରକାରୀ କର୍ମଚାରୀ ୱର୍କ୍ ଅର୍ଡର ବଣ୍ଟନ କରି ପାରିବେ ନାହିଁ । ଏଥିପାଇଁ ସରକାର ଅନ ଲାଇନ୍ ମାଧ୍ୟମରେ ହିତାଧିକାରୀଙ୍କ ୱର୍କ ଅର୍ଡର ଛାଡି ଦେଇଛନ୍ତି । ଏହାର ସୁଯୋଗ ନେଇ ଆମ ବନ୍ଧୁଗାଁ ବ୍ଲକ ସମ୍ଭୁଖରେ ଥିବା ଜି ବେବେକ ଙ୍କ ଜନ ସେବା କେନ୍ଦ୍ରରେ ହିତାଧିକାରିଙ୍କ ଲମ୍ବା ଭିଡରେ ଜଣ ପିଛା ୫୦ ଟଙ୍କା ଆଦାୟ କରୁଛନ୍ତି । ଗରିବ ଲୋକେ ବିନା ଟଙ୍କା ଖର୍ଚ୍ଚ କରି ସରକାରୀ କର୍ମଚାରୀ କିମ୍ୱା ଜନପ୍ରତିନିଧିଙ୍କ ଦ୍ୱାରା ପାଉଥିଲେ । ହିତାଧିକାରୀ ମାନେ ଅନେକ ଦିନର ଅପେକ୍ଷା ପରେ ପରିବାର ସହିତ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ପାଉଛନ୍ତି । ଜନ ସେବାକେନ୍ଦ୍ର ଦ୍ୱାରା ଲୋକଙ୍କୁ ଉଚିତ ମୂଲ୍ୟ ନ ନେଇ ଏହି ପ୍ରକାର ଭାବରେ ଅଧିକ ଟଙ୍କା ଲୁଟି ନେଇ ଜନ ସେବା କରୁଥିବା ଦେଖିବାକୁ ମିଳିଛି । ଜଣେ ହିତାଧିକାରୀ ନିଜର ବ୍ୟାଙ୍କ ଜମା ଖାତା ଖୋଲିବା ପାଇଁ ଜନ ସେବା କେନ୍ଦ୍ରରେ ଟଙ୍କା ୩୫୦ ଦେବାକୁ ପଡୁଥିବା ବେଳେ ବ୍ୟାଙ୍କ ରେ ବିନା ମୂଲ୍ୟରେ କେବଳ ନିଜର ସଞ୍ଚୟ ପାଇଁ ୫୦୦ ଟଙ୍କା ଜମା କରିବା ସୁବିଧା ରହିଛି । ଜନ ସେବା କେନ୍ଦ୍ରରେ ଜନପ୍ରତିନିଧି ବସି ଏହି ୱର୍କ ଅର୍ଡର ମୁଁ ଜିଲ୍ଲା ପ୍ରଶାନ ଓ ବ୍ଲକ ପ୍ରଶାସନ ଙ୍କୁ ବୁଝାଇ ତୁମକୁ ମୁଁ ଦେଉଅଛି କହି ଲୋକଙ୍କୁ ବୁଝାଉ ଥିବା ଖବର ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ପାଖରେ ପହଞ୍ଚି ଥିଲା । ଏଥିପାଇଁ ସ୍ଥାନୀୟ ବିଡ଼ିଓ ଆକାଶ ପଟ୍ଟନାୟକ ଙ୍କୁ ଅବଗତ କରିବା ପରେ ସେ ଲୋକଙ୍କୁ ଅନ ଲାଇନ ମାଧ୍ୟମରେ ନିଜ ମୋବାଇଲ ଠାରେ ଛାଡିଛନ୍ତି ସେମାନେ ନିଜ ମୋବାଇଲ ମାଧ୍ୟମରେ ଆମକୁ ଦେଖାଇ ପାରିବେ କିନ୍ତୁ ଜନ ସେବାକେନ୍ଦ୍ର ଜଣ ପିଛା ୫ ରୁ ୧୦ ଟଙ୍କା ନେବା ଉଚିତ କାହିକି ୫୦ ଟଙ୍କା ନେଉଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ଜଣେ ଲୋକ ଜନ ସେବାକେନ୍ଦ୍ର ଯାଇ ଏକ ହାଜର ଟଙ୍କା ଉଠାଇଲେ ୧୦ ଟଙ୍କା ଆଦାୟ କରିବା ରହିଛି ଏଥିପାଇଁ ବ୍ୟାଙ୍କ ସେବା କେନ୍ଦ୍ରକୁ କିଛି ଦେଉ ନ ଥିବା ଠିକ କି ? ଜନସେବା କେନ୍ଦ୍ରର ସେବା ନାମରେ ଲୁଟି ନେଇ ଜନସେବା କରିବା ବନ୍ଧୁଗାଁ ରେ ଦେଖିବାକୁ ମିଳିଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସର୍ବ ଭାରତୀୟ ଔଷଧ ବ୍ୟବସାୟୀ ସଙ୍ଘଠନ ର କାର୍ଯ୍ୟକାରିଣୀ ସମିତି କୁ ମନୋନୀତ ହେଲେ ହୃଷିକେଶ ମିଶ୍ର

Sunil Chandra Nayak

ନଟାକଟାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

masiha

ଥୁଆମୂଳ ରାମପୁର କୃଷି ବିଭାଗ ପକ୍ଷରୁ ପୋଖରା ଗ୍ରାମରେ ଅକ୍ଷୀ ମୁଠି ଅନୁକୂଳ ପୂଜା

Sunil Chandra Nayak

Leave a Comment

error: Content is protected !!