ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକଙ୍କ ପରଲୋକ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକ(୪୩)ଙ୍କର ଆଜି(ବୁଧବାର) ପରଲୋକ ହୋଇ ଯାଇଛି l ତାଙ୍କ ପରଲୋକ ଖବର ପାଇବା ପରେ ତେରେସିଂହା ଓ କର୍ଲାମୁଣ୍ଡା ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି l ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ l ୨୦୧୨-୨୦୧୭ ମସିହା ପର୍ଯ୍ୟନ୍ତ ସ୍ବର୍ଗତ ଜୟଶ୍ରୀ ନାଏକ ତେରେସିଂହା ଗ୍ରାମ ପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ ଭାବେ କାର୍ଯ୍ୟ ତୁଳାଇ ଥିଲେ l ତାଙ୍କ ସ୍ଵାମୀ ଯୁଗଳ କିଶୋର ନାଏକ ଅଞ୍ଚଳର ଜଣେ ବେଶ୍ ଜଣାଶୁଣା ବ୍ୟକ୍ତି ତଥା ସମାଜସେବୀ l ଜୟଶ୍ରୀଙ୍କ ବିୟୋଗରେ ଗ୍ରାମର ବିଭିନ୍ନ ସଂଘ, ଅନୁଷ୍ଠାନ, ଗ୍ରାମ୍ୟ ଉନ୍ନୟନ କମିଟି ଓ ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ଦେଶରେ ନିଯୁକ୍ତି – ୨୨ କୋଟି ଆବେଦନ… ମାତ୍ର ୭ ଲକ୍ଷ ଙ୍କୁ ଚାକିରି

Sunil Chandra Nayak

ମିନତି ଙ୍କ କବିତା ଶଙ୍ଖା ସିନ୍ଦୂର

Sunil Chandra Nayak

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ୨୦୨୨ ପାଳିତ

Leave a Comment

error: Content is protected !!