ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକଙ୍କ ପରଲୋକ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକ(୪୩)ଙ୍କର ଆଜି(ବୁଧବାର) ପରଲୋକ ହୋଇ ଯାଇଛି l ତାଙ୍କ ପରଲୋକ ଖବର ପାଇବା ପରେ ତେରେସିଂହା ଓ କର୍ଲାମୁଣ୍ଡା ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି l ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ l ୨୦୧୨-୨୦୧୭ ମସିହା ପର୍ଯ୍ୟନ୍ତ ସ୍ବର୍ଗତ ଜୟଶ୍ରୀ ନାଏକ ତେରେସିଂହା ଗ୍ରାମ ପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ ଭାବେ କାର୍ଯ୍ୟ ତୁଳାଇ ଥିଲେ l ତାଙ୍କ ସ୍ଵାମୀ ଯୁଗଳ କିଶୋର ନାଏକ ଅଞ୍ଚଳର ଜଣେ ବେଶ୍ ଜଣାଶୁଣା ବ୍ୟକ୍ତି ତଥା ସମାଜସେବୀ l ଜୟଶ୍ରୀଙ୍କ ବିୟୋଗରେ ଗ୍ରାମର ବିଭିନ୍ନ ସଂଘ, ଅନୁଷ୍ଠାନ, ଗ୍ରାମ୍ୟ ଉନ୍ନୟନ କମିଟି ଓ ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ବିଜ୍ଞାପନରେ ଠକିବା ମହଙ୍ଗା ପଡ଼ିବ, ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ପ୍ରତିଶୃତି ଦେଲି ଆଜି

Sunil Chandra Nayak

ଶେଷରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ”ର ଉଦ୍ୟମ କାମରେ ଆସିଲା , ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଘରୋଇ ବସ ଚାଲିଲା

Sunil Chandra Nayak

Leave a Comment

error: Content is protected !!