ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଳ୍ପିକ ସୁରେନ୍ଦ୍ର ନାଥ ଜେନା ଙ୍କର ପ୍ରଥମ ଗଳ୍ପ ସଙ୍କଳନ ଉନ୍ମୋଚିତ

ରାଉରକେଲା/ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ଯାଳୟର ସଭାଗୃହ ପ୍ରାଙ୍ଗଣରେ ଗାଳ୍ପିକ ସୁରେନ୍ଦ୍ର ନାଥ ଜେନାଙ୍କର ପ୍ରଥମ ଗଳ୍ପ ସଙ୍କଳନ “ସୂର୍ଯ୍ୟସ୍ନାତ” ଉନ୍ମୋଚନ ଉତ୍ସବ ଓଡିଶା ସାହିତ୍ଯ ଏକାଡେମିର ସଦସ୍ଯ କଵି ରାଜୀବ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା (ନାଇଜର) ଭୁବନେଶ୍ଵର ର କୁଳ ସଚିବ ଡ. ଅଭୟ କୁମାର ନାୟକ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ପୁସ୍ତକଟିକୁ ଭୂୟସୀ ପ୍ରଶଂସା କରିବା ସହ ସମାଜ ଉପରେ ସାହିତ୍ଯର ପ୍ରଭାଵ ସମ୍ପର୍କରେ ଆଲୋକପାତ କରିଥିଲେ।ସମ୍ମାନୀୟ ଅତିଥି ଭାବରେ ଚିନ୍ମୟ ବିଦ୍ଯାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ଓ ରାଉରକେଲା ମହାଵିଦ୍ୟାଳୟ ର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଉପସ୍ଥିତ ରହି ଗଳ୍ପ ଗୁଡିକର ସମୀକ୍ଷା କରିଥିଲେ। ସଭାପତି ରାଜୀବ ପାଣି ଗୋଟିଏ ଗଳ୍ପ ପାଠକରି ଶ୍ରୋତାମାନଙ୍କୁ ଶୁଣାଇଥିବା ବେଳେ ରାଜକୁମାର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ଅନ୍ଯମାନଙ୍କ ମଧ୍ୟରେ ମହେନ୍ଦ୍ର କୁମାର ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରଶ୍ମିବାଳା ରାଉତରାୟ,, ଶରତ ଦାସ, ଅଶୋକ ବଳ, ବିଜୟୀନି ଜେନା ସମେତ ସହରର ବହୁ ବିଶିଷ୍ଚ ବ୍ଯକ୍ତି ଵିଶେଷ, ଗାଳ୍ପିକ, ସାହିତ୍ଯ ସାରସ୍ଵତ ସ୍ରଷ୍ଟା ମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଓଡ଼ିଶା ଦିବସ’ ପାଳନ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ପ୍ରଦେଶ ଗଠର ରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

Sunil Chandra Nayak

ଓଡ଼ିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ 

Sunil Chandra Nayak

କଳାହାଣ୍ଡି ର ପଞ୍ଚମ ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!