ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଜ କୁଇନ୍ ଆନନ୍ଦିନୀ ମିଶ୍ରଙ୍କୁ ପୁରସ୍କୃତ କଲେ ଚକୋଲେଟ ଟି ଷ୍ଟଲ ପ୍ରୋପାଇଟର

ବାଲେଶ୍ଵର,୨୯/୬/୨୩- ପ୍ରତ୍ୟେକ ବର୍ଷପରି ଚଳିତ ବର୍ଷ(୨୦୨୩) ମଧ୍ୟ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ପବିତ୍ର ରଜ ପର୍ବ ଉପଲକ୍ଷେ ଆୟୋଜନ କରିଥିଲା ପ୍ରତିଯୋଗିତା । ଯାହାର ପ୍ରସଙ୍ଗ ଥିଲା କ୍ଷୁଦ୍ରଗଳ୍ପ – ” ରଜ ” । ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜ୍ୟର ଜିଲ୍ଲାର କବୟିତ୍ରୀ/ଲେଖିକା ମାନେ ଲେଖିଥିଲେ । ସମସ୍ତଙ୍କ ଗଳ୍ପ ରଚନା ପ୍ରାୟ ଉଚ୍ଚକୋଟୀର ଥିଲା । ସେମାନେ ହେଲେ ସନ୍ଧ୍ୟାରାଣୀ ଦାଶ, ଜଗତସିଂହପୁର, ଆନନ୍ଦିନୀ ମିଶ୍ର, ଝାରସୁଗୁଡ଼ା, ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା ଓ ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ଼ । ପ୍ରବନ୍ଧ ଲେଖାକୁ ବାଦ୍ ଦେଇ ଅନ୍ୟ ଲେଖା ଗୁଡିକୁ ବିଚାରକୁ ନିଆଯାଇଥିଲା । ସମସ୍ତେ ପ୍ରାୟ ଚିରାଚରିତ ପ୍ରଥାକୁ ନେଇ ଗଳ୍ପ ରଚନା କରିଥିଲେ । ସେଥିମଧ୍ୟରୁ ଭିନ୍ନତମ ଲେଖାଟିକୁ ରଜ କୁଇନ୍ ସ୍ଥାନ ମିଳିଛି । ଅର୍ଥାତ୍ ଚଳିତ ବର୍ଷ ରଜ କୁଇନ୍ ପ୍ରତିଯୋଗିତାରେ ଆନନ୍ଦିନୀ ମିଶ୍ର, ଝାରସୁଗୁଡ଼ାଙ୍କୁ ମିଳିଛି ରଜ କୁଇନ୍ ସ୍ଥାନ । ଏହି ଫଳାଫଳରେ ମୁଗ୍ଧ ହୋଇ ବାଲେଶ୍ଵର ଜିଲ୍ଲା କୁପାରୀ ବଜାର ସ୍ଥିତ ଚକୋଲେଟ ଟି ଷ୍ଟଲର ପ୍ରୋପାଇଟର ମନୋରଞ୍ଜନ ମାଝୀ ରଜ କୁଇନ୍ ଶ୍ରୀମତୀ ଆନନ୍ଦିନୀ ମିଶ୍ରଙ୍କୁ ଖୁସିରେ ୨୦୦(ଦୁଇଶହ) ଟଙ୍କା ପୁରସ୍କାର ସ୍ବରୂପ ପ୍ରଦାନ କରିଛନ୍ତି । ଏବଂ ଶ୍ରୀମତୀ ମିଶ୍ରଙ୍କ ସାହିତ୍ୟ ଜୀବନ ଚଲାପଥ କୁସୁମିତ ନିମନ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ବଡ଼ ଖୁସିର କଥା ଚା’ ଦୋକାନରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ । ଏହା ଏମିତି ଏକ ଦୋକାନ ଯେଉଁଠି ଦୈନିକ ସାହିତ୍ୟ ଵନ୍ଧୁ ମାନଙ୍କର ମିଳନ ସହିତ ସାହିତ୍ୟ ଆଲୋଚନା ଓ ପର୍ଯ୍ଯାଲୋଚନ ହୋଇଥାଏ । ସେଠାରେ ମୋ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ମଧ୍ୟ କରି ଥାଆନ୍ତି ସାହିତ୍ୟ ଵନ୍ଧୁ ମାନେ । ରାଜ୍ୟର ବିଭିନ୍ନ ଜିଲ୍ଲାର ସାହିତ୍ୟ ଵନ୍ଧୁ ମାନଙ୍କୁ ନେଇ ବୌଦ୍ଧକ୍ଷେତ୍ର କୁପାରୀରେ ଅନୁଷ୍ଠାନ ପାଳିଥିଲା ତା’ର ପ୍ରଥମ ବାର୍ଷିକ ଉତ୍ସବ । ସେହିଦିନଠାରୁ କୁପାରୀ ମାଟି ମୋ ଅନୁଷ୍ଠାନକୁ ଭଲପାଇବା ଦେଇ ଆସୁଅଛି । ପ୍ରତିଷ୍ଠାତା ଓ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ଅନୁଷ୍ଠାନ ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଟିକିରି ସହକାରୀ ଉଚ୍ଚ ବିଦ୍ଯାଳୟର ବାଷିର୍କ ୪୩ ଉତ୍ସବ ଅନୁଷ୍ଠିତ

Sunil Chandra Nayak

କେନ୍ଦ୍ରୀୟ ଟିମର ମୟୁରଭଞ୍ଜ ଜିଲ୍ଲା ଗସ୍ତ ଏବଂ କ୍ଷେତ୍ର ପରିଦର୍ଶନ

masiha

ଚନ୍ଦାହାଣ୍ଡି ରେ ରଜ ଝଲକ

Sunil Chandra Nayak

Leave a Comment

error: Content is protected !!