ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗ୍ରାହକ ସେବା କେନ୍ଦ୍ରରେ ଲକ୍ଷ୍ୟାଧିକ ଟଙ୍କା ଚଳୁ

ଜୟପାଟଣା:୨୯/୦୬(ମ ନି ସ)ଆଧୁନିକ ସଭ୍ୟତାରେ ବିଜ୍ଞାନ ଅଳରେ ଯେତେ ଆଗଉଛି ଆଜିର ପିଢ଼ି ଅଭିନବ ଜ୍ଞାନ କୌଶଳ ପ୍ରୟୋଗକରି ରାତାରାତି ବିନା ପରିଶ୍ରମରେ କୋଟିପତି ହେବାର ସ୍ୱପ୍ନ ଦେଖୁଛନ୍ତି । ଯାହାର ପ୍ରଭାବ ସାଧାରଣ ଜନତା ଉପରେ ମଧ୍ୟ ପଡୁଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ ଗ୍ରାହକ ସେବକେନ୍ଦ୍ର କରି ଗାଁ ଲୋକଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଗୋଟିଏ ପରିବାର । 

ଜୟପାଟଣା ଥାନା ଅନ୍ତର୍ଗତ ମୋହନଗୁଡା ଗ୍ରାମରେ ଗାଁର ହରିଶ୍ଚନ୍ଦ୍ର ରାଉତ ଏବଂ ତାଙ୍କ ମାଆ ଶରସ ରାଉତଙ୍କ ସହ ଆଉ ଦୁଇ ମହିଳା ଅଲେରା ରାଉତ ଏବଂ ଲଳିତା ରାଉତ ମିଶି ଏଭଳି କାଣ୍ଡ ଘଟାଇ ଥିବା ଜଣା ପଡିଛି । ଏନେଇ ଜୟପାଟଣା ଥାନାରେ ଧନ୍ମତି ଛତ୍ରିଆ ,କୁମୁଦିନୀ ଦାସଙ୍କର ନେତୃତ୍ୱରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠିର ତଥା ଅନ୍ୟାନ୍ୟ ମହିଳା ମାନେ ଅଭିଯୋଗ ଆଣିଛନ୍ତି । ବାର୍ଦ୍ଧକ୍ୟ ଭତ୍ତା, କାଳିଆ ଟଙ୍କା ଠାରୁ ଆରମ୍ଭ କରି ସ୍ବୟଂ ସହାୟକ ଗୋଷ୍ଠୀଙ୍କଠୁ ଫିଙ୍ଗର ସ୍କାନର ଜରିଆରେ ପଇସା ଠକିନେଇ ଯାଇଥିବା ଅଭିଯୋଗ କରିଛନ୍ତି । ପାଖାପାଖି ୨୮ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଏହି ପରିବାର । ଏନେଇ ଜୟପାଟଣା ଥାନା କେସ୍ ନଂ ୦୧୪୨ ରେ ଏକ ମାମଲା ରୁଜୁ କରି ଆଇପିସିର ଧାରା ୪୨୦, ୪୦୮, ୩୪ ଭଳି ଦଫା ଲଗାଇ ତଦନ୍ତ ଅରମ୍ଭ କରିଛି ପୋଲିସ । ଅନ୍ୟପକ୍ଷେ ସ୍ବୟଂ ସହାୟକ ଗୋଷ୍ଠୀ ଉଠାଇଥିବା ଋଣ ଟଙ୍କା ଫେରାଇବା ପାଇଁ ଘର ଦାଣ୍ଡକୁ ଆସି କିଛି ଋଣ ଦେଇଥିବା ସଂସ୍ଥାର ଲୋକ ବସିପଡୁଛନ୍ତି । ଏହି ଗରିବ ପରିବାରମାନେ ନିଜ କଷ୍ଟ ଉପାର୍ଜିତ ଧନକୁ ହରାଇ ଅତ୍ୟନ୍ତ ଦୁଃଖରେ ଅଛନ୍ତି । ପୋଲିସ ପ୍ରଶାସନ ଏଥିପ୍ରତି ଆନ୍ତରିକତା ଦେଖାଇ ଏହାର ସମାଧାନ କରିବାକୁ ଦାବି ହେଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ପୃକ୍ତ ଯୁବକ ଶାଶକ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ତଥା ଶାଶକ ଦଳର ନେତା ଏବଂ ସ୍ଥାନୀୟ ବିଧାୟକଙ୍କ ସହିତ କାର୍ଯ୍ୟକ୍ରମ ଗୁଡିକରେ ନଜର ଆସୁଥିବା ଅଭିଯୋଗ ହୋଇଛି । ସେ ଏହି ସବୁ ସମ୍ପର୍କକୁ ଢାଲ କରି ସାହସର ସହିତ ନିରୀହ ଜନତାଙ୍କର ଟଙ୍କାକୁ ହଡପ କରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣୁଛନ୍ତି । 

ଜଗମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ

Related posts

ଆଲୋମଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର 

masiha

ବିପୁଳ ପରିମାଣର ଦେଶୀ ମଦ ସହିତ ୦୩ ବାଇକ ଜବତ, ୦୩ ଗିରଫ 

masiha

ବିବାହିତା ମହିଳାଙ୍କ ବିଷ ପିଇ ମୃତ୍ୟୁ ଘଟଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ସ୍ୱାମୀ

Leave a Comment

error: Content is protected !!