ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ରଥ ଉପରେ ଶ୍ରୀ ରଘୁନାଥ ଜୀଉଙ୍କ ସୁନାବେଶ

ମୟୂରଭଞ୍ଜ -୩୦/୬ (ମସିହା)ଆଶାଢ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଜଗନ୍ନାଥ ମାର୍କେଟ ସ୍ଥିତ ବଡ଼ ଦାଣ୍ଡରେ ବିରାଜମାନ ରଥ ଉପରେ ଶ୍ରୀ ରଘୁନାଥ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମହାପ୍ରଭୁଙ୍କ ୫ ଟି ସୁନାବେଶ ମଧ୍ୟରେ ଏହା ଏକ ଅନନ୍ୟ ସୁନାବେଶ ଯାହାକୁ ବର୍ଷେ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦେଖିବାକୁ ଅପେକ୍ଷା କରିଥାନ୍ତି । ଗୁରୁବାର ଦିନ ସଂନ୍ଧ୍ୟାରେ ବାହୁଡା ଯାତ୍ରା ସଂପନ୍ନ ପରେ ଠାକୁରଙ୍କ ରୀତିନୀତି ଅନୁସାରେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ପୂଜାର୍ଚ୍ଚନା ପରେ ଦେବୋତ୍ତର ବିଭାଗ ତରଫରୁ ଆସିଥିବା ସ୍ବର୍ଣ୍ଣ ଅଳଙ୍କାର ବିଗ୍ରହମାନଙ୍କୁ ଆଭୂଷିତ କରାଯାଇଥିଲା । ଦେଢ଼ ଘଣ୍ଟା ଧରି ବିଭିନ୍ନ ପ୍ରକାରର ସୁନା ଅଳଙ୍କାରରେ ସୁନାବେଶ ପ୍ରକ୍ରିୟା ହୋଇଥିଲା । ୮ ଟା ପରେ ପରେ ଭକ୍ତମାନଙ୍କ ପାଇଁ ସୁନାବେଶ ଦର୍ଶନ ଆରମ୍ଭ ହୋଇଥିଲା ।ହଜାର ହଜାର ଶ୍ରଦ୍ଧାଳୁ ରଥ ସମ୍ମୁଖରେ ଦୀପ ଲଗାଇ ସୁନାବେଶ ଦର୍ଶନ ସହ ପୂଜାର୍ଚ୍ଚନା କରି ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦେଖି ନିଜକୁ ଧନ୍ୟ ମଣିଥିଲେ ।ରାତି ୧୨ ଟା ଯାଏ ସୁନାବେଶ ଦର୍ଶନ ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାକୁ କଡାକଡି କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଲୁହାକାନୀ ଗ୍ରାମର ହନୁମାନ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନିମନ୍ତେ ଆଜି ଘଟ ଉତ୍ତୋଳନ ଉତ୍ସବ

masiha

ମାଁ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରା ଅନୁଷ୍ଠିତ

masiha

ଚିଲିଗୁଡା ଯାଦବ ସମାଜ ପକ୍ଷରୁ ତିନିଦିନ ଧରି ଦୋଳ ମହୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!