ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ୍ୟୁଜିକ୍ ସର୍କଲ ଆୟୋଜିତ ୪୫ତମ ବସନ୍ତ ସମାରୋହର ୨ୟ ସଂଧ୍ୟା

ସୁସ୍ଥ ସମାଜ ପାଇଁ ନୃତ୍ୟ-ସଂଗୀତ ର ଅବଦାନ ଅପରିସୀମ……

ରାଉରକେଲା,/ମ୍ୟୁଜିକ୍ ସର୍କଲ, ରାଉରକେଲା ଆୟୋଜିତ ବସନ୍ତ ସମାରୋହର ୨ୟ ସଂଧ୍ୟା ରାଉରକେଲାର ବିଧାୟକ ଶ୍ରୀ ଶାରଦା ପ୍ରସାଦ ନାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲା। ପ୍ରାରମ୍ଭରେ ଅନୁଷ୍ଠାନର ଶିଳ୍ପୀ ମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଇଂ. ଅଭୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ରାଉରକେଲା ଇସ୍ପାତ କାରଖାନାର କାର୍ମିକ ଏବଂ ପ୍ରଶାସନିକ ନିର୍ବହୀ ନିର୍ଦ୍ଦେଶକ ଇଂ.ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ତଥା ସମାଜସେବୀ ଡଃ ସୁମନ ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସଭାପତି ଇଂ.ଦାସ ତାଙ୍କ ସ୍ବାଗତ ଅଭିଭାଷଣରେ କହିଲେ ଯେ, ଏକ ବିକଶିତ ତଥା ସୁସ୍ଥ ସମାଜ ଗଠନ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ସହ ନୃତ୍ୟ ଓ ସଂଗୀତର ଅବଦାନ ଅପରିସୀମ । ଦୀର୍ଘ ୪୫ବର୍ଷ ଧରି ‘ମ୍ୟୁଜିକ୍ ସର୍କଲ’ ରାଉରକେଲାର ସାଂସ୍କୃତିକ ଜୀବିଧାରାର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ତା’ର ଗୁରୁ ଦାୟିତ୍ୱ ନିର୍ବାହ କରିଆସୁଛି। ମୁଖ୍ୟ ଅତିଥି ଇଂ. ଶତପଥୀ ଅନୁଷ୍ଠାନର ସାଧାରଣ ସଂପାଦିକାଙ୍କ ଦ୍ଵାରା ଉତ୍ଥାପିତ କେତେକ ସମସ୍ୟା ସମାଧାନ ଦିଗରେ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ୨୦୨୨ ଶେଷ ସୁଦ୍ଧା ମ୍ୟୁଜିକ୍ ସର୍କଲ ଏକ ନୂତନ କଳେବର ସହ ପୂର୍ଣାଙ୍ଗ ରୂପ ନେବ ବୋଲି ଉଦ୍ଘାଟକ ତଥା ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀ ନାୟକ ଘୋଷଣା କରିଥିଲେ। ସାଧାରଣ ସଂପାଦିକା ଶ୍ରୀମତୀ ଅଳକା ଚାନ୍ଦ ଅନୁଷ୍ଠାନର କାର୍ଯ୍ୟ କ୍ରମ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାସହ ଅଭାବ ଅସୁବିଧା ସମ୍ପର୍କରେ ଅତିଥି ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ୨୦୨୨ ମସିହା ପାଇଁ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀମତୀ ଆଶାଲତା ଷଡ଼ଙ୍ଗୀଙ୍କୁ ‘ବସନ୍ତ ସମ୍ମାନ, ବିଶିଷ୍ଟ ନାଟ୍ୟକାର ନୃସିଂହ ଚରଣ ମହାନ୍ତିଙ୍କୁ ‘ମୁକ୍ତିକାନ୍ତ ନାଟ୍ୟ ସମ୍ମାନ’ ଏବଂ ପ୍ରଗତିଶୀଳ କବି ଶ୍ରୀ ତ୍ରୀନାଥ ସିଂଙ୍କୁ ‘ପ୍ରଭାତ ନଳିନୀ ସାହିତ୍ୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା।ଉତ୍ସବର ଦ୍ବିତୀୟ ପର୍ଯ୍ୟାୟରେ ବେତାର ଏବଂ ଦୂରଦର୍ଶନ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ ତାଙ୍କ ସୁଲଳିତ କଣ୍ଠରେ ଓଡ଼ିଶୀ ଏବଂ ଭଜନ ପରିବେଷଣ କରିଥିଲେ। ବାଦ୍ୟ ଯନ୍ତ୍ରରେ ସହାୟତା କରିଥିଲେ ବିଭୂତି ପତି, ଶରତ ଧଳ ଏବଂ ବିବେକାନନ୍ଦ ପଣ୍ଡା । ରାଉରକେଲାର ଅନ୍ୟତମ ସ୍ବନାମଧନ୍ୟ ନୃତ୍ୟାନୁଷ୍ଠାନ ‘ନୃତ୍ୟ ମଧୂରମ୍’ର କଳାକାର ମାନେ ଗୁରୁ ଶ୍ରୀ ସୁବ୍ରତ କୁମାର ଭୂୟାଁଙ୍କ ନିର୍ଦେଶନାରେ ଚିତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ। ନିଖିଳେଶ୍ବର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଅନୀଲ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ଡାକ୍ତର ପି.କେ.ଚାନ୍ଦ, ନନ୍ଦ ଦୁଲାଳ ସିହ୍ନା, ପ୍ରତାପ କୁମାର ରାୟ, ଲକ୍ଷ୍ମଣନାଥ ଦାସ, ମିତାଲି ସିହ୍ନା, ସ୍ନେହଲତା ନାୟକ, ସନ୍ତୋଷ ମଲ୍ଲିକ, ଉମାକାନ୍ତ ମଲ୍ଲିକ, ଆର. କେ.ସିଂହ, କିଶୋର ନାୟକ ପ୍ରମୁଖ ସହାୟତା କରିଥିବା ବେଳେ, ଡଃ ଶଙ୍କର ପ୍ରସାଦ ତ୍ରିପାଠୀ, ରାଜ କୁମାର ମହାନ୍ତି, କିଶୋରୀ ମୋହନ କର, ଅଶୋକ କୁମାର ପଟ୍ଟନାୟକ, ଡଃ ସମର ମୁଦାଲି, ଭାସ୍କର ମହାପାତ୍ର, ଜୟଶ୍ରୀ ଦାସ, ଡଃ ସୁଶାନ୍ତ ପାଣି, ଡଃ ମହେଶ ପ୍ରସାଦ ବେହେରା, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ, ଅଭିଭାବକ ପ୍ରମୁଖ ଶତାଧିକ ଦର୍ଶକ କାର୍ଯ୍ୟ କ୍ରମ ଉପଭୋଗ କରିଥିଲେ।କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

ଲେପ୍ରା ସୋସାଇଟି ଗାଡି ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ଡ୍ରାଇଭର ସୁରକ୍ଷିତ

Sunil Chandra Nayak

ବିଜ୍ଞାପନରେ ଠକିବା ମହଙ୍ଗା ପଡ଼ିବ, ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ

Sunil Chandra Nayak

Leave a Comment

error: Content is protected !!