ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬୮ ତମ ବ୍ୟାଙ୍କ ପ୍ରତିଷ୍ଠା ଦିବସ ଅବସରରେ ଆର୍ଥୀକ ସଚେତନତା ଶିବିର ଅନୁଷ୍ଠିତ

ଡାବୁଗାଁ,୧/୭ (ମ.ନି.ସ.):- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡ଼ଙ୍ଗରିଗୁଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ୬୮ ତମ ପ୍ରତିଷ୍ଠା ଦିବସ ଅବସରରେ ଆର୍ଥିକ ସାକ୍ଷରତା ଉପରେ ଲିଡ଼ ବ୍ୟାଙ୍କ ଆନୁକୂଲ୍ୟରେ ଷ୍ଟେଟ ବ୍ୟାଙ୍କ ଓ ବିତ୍ତିୟ ସାକ୍ଷରତା କେନ୍ଦ୍ର କୋଷାଗୁମୁଡା ତରଫରୁ ଏକ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି l ସମସ୍ତେ କିପରି ଆର୍ଥିକ ଅନ୍ତର୍ଭୁକ୍ତ କରଣ ହେବାସହ, ଆର୍ଥୀକ ଯୋଜନା ଓ ଅଟକଳ କିପରି ପ୍ରସ୍ତୁତ କରିପାରିବ l ସଞ୍ଚୟ ଏବଂ ନିବେସ କଣ ସେହି ଉପରେ ଅବଗତ ହେବେ , ଆର୍ଥିକ ଯୋଜନା କରିବାର ତିନୋଟି ମନ୍ତ୍ର ଯାହାକି ନିୟମିତ ଭାବେ ନିଜ ରୋଜଗାରରୁ ସଞ୍ଚୟ କରିବା, ଆୟ ଠାରୁ ଅଧିକ ଖର୍ଚ୍ଚ ନକରିବା, ଅନାବଶ୍ୟକ ଖର୍ଚ୍ଚ ବନ୍ଦ କରିବା ସହ ନିୟମିତ ସଞ୍ଚୟ କରିବା l ବ୍ୟାଙ୍କର ସମସ୍ତ ଯୋଜନାରେ ସମସ୍ତ ଗ୍ରାହକ କିପରି ଲାଭାନ୍ୱିତ ହୋଇପାରିବେ l ବ୍ୟାଙ୍କ ଠକେଇ ଶିକାରରୁ କିପରି ବଞ୍ଚିତ ହୋଇ ପାରିବେ ସେ ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା, ବ୍ୟାଙ୍କ ଋଣ ଦେଣ ନେଣ ଉପରେ ସାମ୍ୟକ ଆଲୋଚନା କରାଯାଇଥିଲା ଏବଂ ସାମାଜିକ ସୁରକ୍ଷା ବୀମା ଯୋଜନା ଯଥା ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଯାହାକି ବାର୍ଷିକ ୪୩୬ ଟଙ୍କା ନିବେଶରେ ୨ ଲକ୍ଷ ଟଙ୍କାର ଆର୍ଥୀକ ରାଶି ପ୍ରାପ୍ତ( ବୟସ ୧୮ – ୫0 ବର୍ଷ ), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(ଦୁର୍ଘଟଣା ଜନିତ ବୀମା )ଯାହାକି ବାର୍ଷିକ ୨୦ ଟଙ୍କା ନିବେଶରେ ୨ ଲକ୍ଷ ଟଙ୍କା ଆର୍ଥିକ ସହଯୋଗ( ବୟସ ୧୮ -୭୦ ବର୍ଷ ) ପର୍ଯ୍ୟନ୍ତ ଗ୍ରାହକ ଲାଭ ପାଇପାରିବେ ଏବଂ ଅଟଳ ପେନସନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଶେଷରେ ଉପସ୍ଥିତ ଗ୍ରାହକ ମାନଙ୍କର ଅଭିଯୋଗ ଶୁଣି ତାର ସମାଧାନର ଦିଗ ଉପସ୍ଥାପନା କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜୟପୁର ଏସ. ବି. ଆଇ ମୁଖ୍ୟ ପ୍ରବନ୍ଧକ ସରୋଜ କାନ୍ତ ବେହେରା, ଲିଡ଼ ବ୍ୟାଙ୍କ ମ୍ୟାନେଜର ସୁନୀଲ କୁମାର ଜାମୁଡା, ଆସିଷ୍ଟାଣ୍ଟ ଲିଡ଼ ବ୍ୟାଙ୍କ ମ୍ୟାନେଜର ନୀଳାଚଳ ସାହୁ, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ୱାଇଁ , ସିଏଫଏଲ କୋଡିନେଟର ପଙ୍କଜ ଚନ୍ଦ୍ର ନାୟକ, ଡାବୁଗାଁ ଆସୋସିଏଟ ଭୂଷଣ ଚନ୍ଦ୍ର ବେନିଆ, ପାପଡାହାଣ୍ଡି ଆସୋସିଏଟ ଅଜିତ କୁମାର ହରିଜନ ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ ଡ଼ଙ୍ଗାରିଗୁଡା ପଞ୍ଚାୟତର ବହୁ ମହିଳା ଓ ପୁରୁଷ ଉପସ୍ଥିତ ରହି ସମସ୍ତ ଯୋଜନା ଉପରେ ଅବଗତ ହୋଇଥିଲେ l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଳାହାଣ୍ଡି ଉତ୍ସବ ପାଇଁ ତର୍କ,ପରିଛଦ ଲିଖନ ଓ କୁଇଜ୍ ପ୍ରତିଯୋଗିତା 

masiha

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

ଅସହାୟ ବୃଦ୍ଧ,ବୃଦ୍ଧା, ଚୈତନ୍ୟ ବାଗ, ଗନଦେଇ, ବେଳମତି ବାଗ, ଏବଂ କସ୍ତୁରୀ ବନ୍ଦି ଛୋଡ ଙ୍କୁ ସରକାରୀ ଭତ୍ତା ମିଲିବ କେବେ ?? 

Sunil Chandra Nayak

Leave a Comment

error: Content is protected !!