ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଡାକ୍ତର ଦିବସ ପାଳନ ଓ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା/ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଛି । ଏହି ଅବସରରେ ଆରଜିଏଚ ଠାରେ ଅନୁଷ୍ଠାନ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ କରାଯାଇ ୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରକ୍ତଭଣ୍ଡାର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ମାୟସା ସୋରେନ ଓ ସୀମାଦ୍ରୀ ତନୟା ସାହୁ ପ୍ରମୁଖ ସହଯୋଗ କରିଥିଲେ । ରୋଟାରୀ ଭାଇବ୍ରାଣ୍ଟ ତରଫରୁ ପିଡିଜି ରୋଟାରୀଆନ ଫକୀର ଚରଣ ମହାନ୍ତି, ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ୩୨୬୦ ର ଡିଜି ରୋଟାରୀଆନ ମନଜିତ ସିଂ ଆରୋରା, ଉପଦେଷ୍ଟା ରୋଟାରୀଆନ ଆଲାମ ସିଂ ରୁପ୍ରା, ସଭାପତି ରୋଟାରୀଆନ ଗଣେଶ୍ବର ପଟ୍ଟନାୟକ, ଆଗାମୀ ବର୍ଷ ପାଇଁ ନିର୍ବାଚିତ ସଭାପତି ରୋଟାରୀଆନ ପ୍ରଶାନ୍ତ ରଂଜନ ପାତ୍ର, ଉପସଭାପତି ରୋଟାରୀଆନ ଡଃ ମୀନତି ପଣ୍ଡା, ସଂପାଦକ ରୋଟାରୀଆନ ଡଃ ସଂଯୁକ୍ତା ପତି, ରୋଟାରୀଆନ ସର୍ବଶ୍ରୀ ଅଜିତ ମୋହନ ପୂଜାରୀ, ବସନ୍ତ କୁମାର ତନ୍ତୀ, କାଜଲ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି  ଇନର ହ୍ବିଲ୍ କ୍ଲବର ନୂତନ ବର୍ଷର କାର୍ଯ୍ୟ ଆରମ୍ଭ/ ରାଉରକେଲା ମିଡ୍ ଟାଉନ୍ ର ଇନର୍ ହ୍ବିଲ କ୍ଲବ୍ ଜୁଲାଇ ୧ ତାରିଖ ୨୦୨୩ରୁ ଆରମ୍ଭ କରିଛି। ପୁରାତନ ବର୍ଷର କାର୍ଯ୍ୟକାରିଣୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରାଯିବା ସହିତ ନୂତନ ବର୍ଷର କମିଟି କୁ ସ୍ଵାଗତ କରାଯାଇଛି। ନୂତନ କାର୍ଯ୍ୟକାରିଣୀ ଟିମ୍ ର ନେତୃତ୍ୱ ସୌଦାମିନୀ ସିଂଙ୍କୁ ଅର୍ପଣ କରାଯାଇଛି।ସେକ୍ରେଟାରୀ ବବିତା ଶୁକ୍ଳା, ଉପ ସଭାପତି ସୁଷମା ପ୍ରସାଦ ଆଇ ଏସ୍ ଓ ରେଖା ସିଂ, କୋଷାଧ୍ୟକ୍ଷ ଦିଲରାଜ୍ କୌର ପେନ୍ସର୍ ଏବଂ ସମ୍ପାଦକ ରୁଚା କକ୍କଡ ଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଆଦର୍ଶ ଥାନାରେ ଦିବଂଗତ କନଷ୍ଟେବଳ ଦାମୋଦର ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

masiha

ଜୁନାଗଡ଼ ରେ ଭାଜପା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

କାମାକ୍ଷାନଗର ପଞ୍ଚାୟତ ସମିତିରେ ପ୍ରଥମ ସମିକ୍ଷା ବୈଠକ ଯୋଗ ଦେଲେ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଓ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ କାମ ତ୍ୱରାନୀତ କରିବା ପାଇଁ ଦେଲେ ନିର୍ଦ୍ଦେଶ 

masiha

Leave a Comment

error: Content is protected !!