ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିପର୍ଯ୍ୟସ୍ତ୍ ଆଇନ ଶୃଙ୍ଖଳା , ଜିଆରପି ପୋଲିସ ଫେଲ, ବେଆଇନ କାର୍ଯ୍ୟ ବୃଦ୍ଧି 

କଣ୍ଟାବାଞ୍ଜି,୦୧/୦୭, :କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ପରିସର ରେ ରହିଛି ସରକାରୀ ରେଳୱେ ପୁଲିସ ( ଜିଆରପି) ଆଉଟ୍ ପୋଷ୍ଟ ଏବଂ ଏହି ପୋଷ୍ଟ ରେ ଦାୟୀତ୍ବ ଅଛନ୍ତି ସୀତାରାମ ସୁନାରି ତାଙ୍କ ଦାୟିତ୍ବ ନେଲା ଦିନଠାରୁ ରେଲୱେ ସୀମା ଅଞ୍ଚଳରେ ବେଆଇନ ବ୍ୟବସାୟ ବୃଦ୍ଧି ପାଇଛି। ଲୋକ ରାତି ସମୟ ରେ ଯିବା ଆସିବା କରିବାପାଇଁ ଅସୁରକ୍ଷିତ ଅନୁଭବ କରୁଛନ୍ତି । ବେଆଇନ ମଦ ବିକ୍ରି ଜୁଆଖେଳ, ଗଞ୍ଚା ବ୍ୟାପାର ମୁଖ୍ୟ କେନ୍ଦ୍ର ହୋଇଛି କଣ୍ଟାବାଞ୍ଜି। ଏହି ପାଣ୍ଠି ଅଧିକାରୀ ମୋଟା ଅଙ୍କର ମାସକିଆ ଲାଞ୍ଚ ନେଇ ଏହି ବେଆଇନ ବ୍ୟବସାୟୀ ଙ୍କୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହେଉଛି।

କଣ୍ଟାବାଞ୍ଜି, ତୁରେକେଲା, ହରିଶଙ୍କର ରୋଡ଼, ଲଖନା, ନୂଆପଡା, ଖରିଆର ରୋଡ଼, ଷ୍ଟେସନ୍ ଅଞ୍ଚଳ ରୁ ଏହି ଜିଆରପି ଅଧିକାରୀ ମାସ କୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ଏହି ଷ୍ଟେସନରୁ ପ୍ରତ୍ୟେକ ଦିନ ଅଞ୍ଚଳ ର ସବୁଠୁ ବେସୀ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଏହାର ଫାଇଦା ନେଉଛନ୍ତି କଣ୍ଟାବାଞ୍ଜି ଷ୍ଟେସନରେ କାର୍ଯ୍ୟରତ ଜିଆରପି ଅଧିକାରୀ। ମନ ଇଚ୍ଛା ପିଶି ନେଉଥିବା ଅନେକ ଲୋକ ଅଭିଯୋଗ କରିଛନ୍ତି। ଯୋର ଜବରଦସ୍ତି ଏହି ଷ୍ଟେସନରୁ ସବୁବେଳେ ମାନବ ଚାଲାଣ କରାଯାଉଥିଲେ ମଧ୍ୟ ସବୁ ଦେଖି ପିସୀ ଖାଇ ଚୁପ୍ ବସିଛନ୍ତି କଣ୍ଟାବାଞ୍ଜି ଜିଆରପି ପୁଲିସ, ଷ୍ଟେସନ ରେ ଅନେକ ସମୟରେ ଚୋରି ଡକାୟତି ବଢ଼ି ଚାଲିଛି। ଦିନ ରାତି ସବୁ ବେଳେ ଏଠି ଚୋରମାନେ ବୁଲୁଥିବା ଦେଖାଯାଇଛି। ନିଶା କାରବାର ର ପେଣ୍ଠ ସ୍ଥଳୀ ସାଜିଛି କଣ୍ଟାବାଞ୍ଜି ରେଲୱେ ଷ୍ଟେସନ। ସବୁ ପ୍ରକାରର ନିଶା ଦ୍ରବ୍ୟ ଏଠି ବିକ୍ରି କରାଯାଉଥିବା ଅଭିଯୋଗ ରହିଛି । ଏହା ସହ ଜିଆରପି ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଟ୍ରେନ୍ ରେ ପ୍ରତିଦିନ ରାୟପୁର ରୁ ଅନ୍ୟ ସ୍ଥାନ ରୁ ଆସୁଥିବା ପନୀ ପରିବା ଓ ଛୋଟ ଛୋଟ ବ୍ୟବସାୟୀ ଙ୍କୁ ଟଙ୍କା ମାଙ୍ଗୁଛନ୍ତି।ଏଠି ଅନେକ ଯୁବକ ନିଶାଦ୍ରବ୍ୟ ସେବନ କରି ବାହାରୁ ଆସୁଥିବା ଲୋକଙ୍କ ଉପରେ ଅନେକ ଅତ୍ୟାଚାର କରୁଥିବା ପରିଲକ୍ଷିତ ହେଉଛି କିନ୍ତୁ ସବୁ ଦେଖି ମଧ୍ୟ ଚୁପ୍ ଜିଆରପି ପୁଲିସ। ଅତ୍ୟଧିକ ଟଙ୍କା ଏଠି ପିଶୀ ମିଲି ଯାଉଥିବାରୁ ସବୁ ଜାଣି ଶୁଣି ଚୁପ୍ ରହୁଥିବା ଅନେକ ଲୋକ ଅଭିଯୋଗ କରୁଛନ୍ତି ।ଶୁଣିବାକୁ ମିଳୁଛି ଯେ ଏଠି ଏକ ପ୍ରକାର ର ମେନୁ କାଡ ତିଆରି କରାଯାଇ ସବୁ କାମ ପାଇଁ ଅଲଗା ଅଲଗା ପୀସି ନିଆ ଯାଉଛି। ତେଣୁ ସେ ଯେବେଠୁ କଣ୍ଟାବାଞ୍ଜି ଆସିଛନ୍ତି ତେବେ ଠୁ ଆଜି ଯାଏ ତାଙ୍କ କେତେ ସମ୍ପତି ରେ ବୃଦ୍ଧି ଘଟିଛି ତାହାର ଭିଜିଲାନ୍ସ ତଦନ୍ତ କରିବା ସହିତ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ସହିତ ଏହି ଜିଆରପି ପୋଷ୍ଟ ସୀମା ରେ ଆସୁଥିବା ସମସ୍ତ ଷ୍ଟେସନ ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏଭଳି ଦୁର୍ନୀତି ଖୋର୍ ଅଫିସରଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ବେକ ରେ ରଶି ଲଗେଇ ଯୁବକ ର ଆତ୍ମହତ୍ୟା

Sunil Chandra Nayak

ଅବକାରୀ ବିଭାଗ ର ବଡ଼ ସଫଳତା ଦେଶୀ ମହୁଲି ମଦ ସହିତ ଏକ ୱଙ୍ଗନର କାର ସହିତ ଜଣେ ଅଟକ

Sunil Chandra Nayak

ଖଡିଆଳ ସହର ଶାନ୍ତି ନଗର ରେ ଆଶନ୍ତ ଘଟଣା, ଯୁବକ ଙ୍କୁ ଗୁଳି ଆକ୍ରମଣ

masiha

Leave a Comment

error: Content is protected !!