ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ବ୍ଲକ୍ ର ଚାରୋଟି ସ୍ଥାନରେ ଲାଗିଥିବା ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

ରୁପ୍ରା, ୧୬/୩  : ନର୍ଲା ବ୍ଲକ୍ ଅଧିନ ରୁପ୍ରା ସମେତ ଚିପୁଲ ଜଙ୍ଗଲ୍, ନର୍ଲାର ନୀଳଗିରୀ ବଗିଚା ଓ ଘଣ୍ଟମାଲ୍ ଗ୍ରାମ ପଞ୍ଚାୟତ ଅଧିନ ଆରିଙ୍ଗ୍ ର ଏକ ପାଳଗଦାରେ ବୁଧବାର ଦିନ ଲାଗିଥିବା ନିଆଁକୁ ଆୟତ କରିଛନ୍ତି ନର୍ଲା ଅଗ୍ନିଶମ କର୍ମଚାରୀ । ସୂଚନାମତେ ଚିପୁଲ ଜଙ୍ଗଲରେ ଲାଗିଥିବା ନିଆଁ ବ୍ୟାପିଯାଇ ନିକଟରେ ଥିବା ଦୋରାପଦର ଗ୍ରାମର ଶ୍ରୀହରି ମାଝୀଙ୍କ ଜାଲେଣୀ କାଠ ଓ ଇଟାଭାଟି ପୋଡିବା ପାଇଁ ରଖାଯାଇଥିବା କାଠ ମଧ୍ୟ ପୋଡି ଯାଇଥିଲା, ଫଳରେ ନର୍ଲା ଅଗ୍ନିଶମ ବିଭାଗର ଇନ୍ସପେକ୍ଟର୍ ତରଣୀସେନ ମିର୍ଦ୍ଧା ଓ କର୍ମଚାରୀ ଖବର ପାଇଁ ଆସି ନିଆଁକୁ ଆୟତ କରିଥିଲେ ।

ସେହିପରି ରୁପ୍ରା ଗ୍ରାମର ବିଜୟ ସେନାପତିଙ୍କ ନୀଳଗିରୀ ବଗିଚାରେ ମଧ୍ୟ କୌଣସି ଅଜଣା ବ୍ୟକ୍ତି ନିଆଁ ଲଗାଇଦେବାରୁ ବଗିଚାରେ ଥିବା ଶତାଧିକ ଗଛ ପୋଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଠିକ୍ ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରେ ଉକ୍ତ ବଗିଚାରେ ନିଆଁ ଲାଗିଥିବା ସମୟରେ ଜୋରରେ ପବନ ବହୁଥିବାରୁ ନିଆଁ ଚାରିଆଡେ ବ୍ୟାପିଯାଇ ଶତାଧିକ ନୀଳଗିରୀ ଗଛ ପୋଡି ଯାଇଛି । ଗ୍ରାମର ଦୁଇଜଣ ବ୍ୟକ୍ତି  ଗୌତମ ସାହୁ ଓ ଯୁଧିଷ୍ଠିର ବିହାରୀଙ୍କ ସମେତ ନର୍ଲା ଅଗ୍ନିଶମ ବିଭାଗର କର୍ମଚାରୀ ଆସି ନିଆଁକୁ ଆୟତ କରିଥିଲେ ।

ବିଭିନ୍ନ NGO ତଥା ଜଙ୍ଗଲ ବିଭାଗ ତରଫରୁ ଲୋକ ମାନଙ୍କୁ ଯେତେ ସଚେତନ କଲେମଧ୍ୟ ସଚେତନ ନହୋଇ ବର୍ତ୍ତମାନ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଗଛତଳେ ପଡିଥିବା ପତ୍ର ମାନଙ୍କରେ ନିଆଁ ଲଗାଇ ଦେଉଥିବାରୁ ଉକ୍ତ ନିଆଁ ବ୍ୟାପିବା ଫଳରେ ବ୍ୟାପକ କ୍ଷତି ହେଉଥିବା ଦମକଳ କେନ୍ଦ୍ରର ଇନ୍ସପେକ୍ଟର୍ ଶ୍ରୀ ମିର୍ଦ୍ଧା ପ୍ରକାଶ କରିଛନ୍ତି ।ରୂପା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲାରେ ଭାରତ ମୁକ୍ତି ମୋର୍ଚ୍ଚା ଓ ବହୁଜନ ମୁକ୍ତି ମୋର୍ଚ୍ଚା ପକ୍ଷରୁ ତୃତୀୟ ପର୍ଯ୍ୟାୟ ଜିଲ୍ଲା ସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ

Sunil Chandra Nayak

ଆନନ୍ଦପୁର – ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ

ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ପ୍ରକ୍ରୁତି ପୁରସ୍କାର ରେ ସମ୍ମାନୀତ

Leave a Comment

error: Content is protected !!